ଚନ୍ଦ୍ରଶେଖରପୁରରେ ୩୫ ଦିନ ଧରି ଚାଲିଛି ମଣିଷ ଓ ଜୀବଜନ୍ତୁଙ୍କ ସେବା

ଚନ୍ଦ୍ରଶେଖରପୁରରେ ୩୫ ଦିନ ଧରି ଚାଲିଛି ମଣିଷ ଓ ଜୀବଜନ୍ତୁଙ୍କ ସେବା

ଭୁବନେଶ୍ୱର, (ଆଇଏନ୍ଏସ୍): କରୋନା ମହାମାରୀ ପ୍ରଭାବରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ଏହି ମହାବିପତିରୁ ରକ୍ଷା ପାଇବା ପାଇଁ ଏକମାତ ଅସ୍ତ୍ର ସାଜିଛି ଲକଡାଉନ୍ । ଏହି ତାଲାବନ୍ଦ କାରଣରୁ ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଛନ୍ତି ଶ୍ରମଜିବୀ ଓ ଅସହାୟ । ପ୍ରତିଦିନ କାମକରି ଗୁଜୁରାଣ ମେଂଟାଉଥିବା ପରିବାରର ଅବସ୍ଥା ଦୁର୍ଦିନରେ କଟୁଛି । ସେହିପରି ଚାରିଆଡେ ଦୋକନ ବଜାର ବନ୍ଦଥିବାରୁ ଜୀବଜନ୍ତୁମାନେ ମଧ୍ୟ ଭୋକ ଉପାସରେ ଡହଳ ବିକଳ ହେଉଛନ୍ତି । କିନ୍ତୁ ଚନ୍ଦ୍ରଶେଖପୁର ଅଂଚଳର ୮ ନମ୍ବର ୱାର୍ଡରେ ୩୫ ଦିନ ଧରି ଚାଲିଛି ମଣିଷ ଓ ଜୀବଜନ୍ତୁଙ୍କ ସେବା । ସମାଜସେବୀ ମନୋଜ ସାହୁଙ୍କ ନେତୃତ୍ୱରେ ଚନ୍ଦ୍ରଶେଖରପୁରର ବସ୍ତି ଓ ଅନ୍ୟାନ୍ୟ ଅଂଚଳରେ ରାସନ କାର୍ଡରୁ ବଂଚିତ ହୋଇଥିବା ଲୋକମାନଙ୍କୁ ଚୂଡା, ଚାଉଳ, ଅଟା, ଡାଲି, ତେଲମସଲା ଇତ୍ୟାଦି ଯୋଗାଇ ଦିଆଯାଉଛି । ଏଥିସହିତ ଜୀବଜନ୍ତୁ ଓ ଗାଈ ଷଣ୍ଢଙ୍କ ପାଇଁ ପରିବା, ନଡା, ଦାନା ଚୋକଡ ସହିତ ୩୫ କିଲୋ ଚାଉଳ ୧୦ କିଲୋ ମୁଗରେ ଖେଚଡି ତିଆରି ହୋଇ ଦିଆଯାଉଛି । କୁକୁରମାନଙ୍କ ପାଇଁ ୨୫କିଲୋ ଚାଉଳରେ ୫ କିଲୋ ଖାସିଗୋଡ ପଡି ରନ୍ଧା ହୋଇ ଦିଆଯାଉଛି । ଖାଲି ସେତିକି ନୁହେଁ କରୋନା ପିଡୀତଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ଜିଲ୍ଲାପାଳଙ୍କ ଜରିଆରେ ୫୧ ହଜାର ଟଙ୍କା ଦାନ କରିଛନ୍ତି । ଏହି ସମ୍ବନ୍ଧରେ ସମାଜସେବୀ ମନୋଜ ସାହୁ କୁହନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦେଶ ଅସହାୟଙ୍କୁ ସାହାଯ୍ୟ କର ଏବଂ ତାଙ୍କ ପାଖରେ ରୁହ । ଉତର ବିଧାୟକ ସୁଶାନ୍ତ ରାଉତ କହିଛନ୍ତି ସମସ୍ତଙ୍କ ପାଖକୁ ଯାଇ ସୁବିଧା ଅସୁବିଧା ବୁଝ । ବିଧାୟକଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଏହି ସବୁ କାର୍ଯ୍ୟ ସୁରୁଖୁରୁରେ ଚାଲିଛି । ସ୍ଥାନୀୟ ଆଇ.ଆଇ.ସି ବିଶ୍ୱରଞ୍ଜନ ନାୟକ ମଧ୍ୟ ସହଯୋଗ କରୁଛନ୍ତି । ସମସ୍ତେ ଧନ୍ୟବାଦର ପାତ୍ର ବୋଲି ଶ୍ରୀଯୁକ୍ତ ସାହୁ କହିଛନ୍ତି । ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଅଂଚଳର ଯୁବକ ଚନ୍ଦୁ, ପିଲୁ, କାହ୍ନୁ, ଜଗା, ସଂଗ୍ରାମ, ଲିପୁ, ରାମ, କୁନା, ଦେବେନ୍ଦ୍ର, କାଠିଆ ଓ ରାଜା ପ୍ରମୁଖ ସାହାଯ୍ୟ ସହଯୋଗ କରିଛନ୍ତି ।

Leave a Reply

Your email address will not be published.