ଡ଼ାକ୍ତର ସୁରେନ୍ଦ୍ରନାଥ ଦାଶ
୧୮୯୩ ମସିହା ସେପ୍ଟେମ୍ବର ମାସରେ କୁବେର ଦେଶ ଯୁକ୍ତରାଷ୍ଟ୍ର ଆମେରିକାର ଚିକାଗୋ ମହାନଗରିରେ ଯେଉଁ ବିଶ୍ୱଧର୍ମ ମହା ସମ୍ବିଳନୀ ଅନୁଷ୍ଠିତ ହୋଇଥିଲା, ସେଥିରେ ଭାରତର ସନାତନ ହିନ୍ଦୁ ଧର୍ମର ପ୍ରତି ନିଧିତ୍ୱ କରୁଥିବା ସ୍ୱାମୀ ବିବେକନନ୍ଦଙ୍କ ଯୋଗଦାନ ଭାରତ ପାଇଁ ଏକ ଗୌରବମୟ ଓ ଯୁଗାନ୍ତକାରୀ ଅଧ୍ୟାୟ ସୃଷ୍ଟି କରିଥିଲା । ଏହି ଧର୍ମ ମହାସଭା ୱାର୍ଲ୍ଡ କଲମ୍ବିୟାନ ଏକ୍ସପୋସିୟନ ନାମକ ଏକ ବିଶ୍ୱ ମହାମେଳା ବା ୱାର୍ଲ୍ଡ ଫେୟାର ର ଅଂଶ ବିଶେଷ ଥିଲା । ନୁତନ ପୃଥିବୀ ବା ଆମେରିକା ମହାଦେଶକୁ ଆବିଷ୍କାର କରିଥିବା ସ୍ପେନିୟ ନାବିକ କ୍ରୀଷ୍ଟଫର କଲମ୍ବସଙ୍କର ସେଠାରେ ପାଦ ଦେବାର ଚାରି ଶହ ବର୍ଷ ପୁର୍ତି ଉପଲକ୍ଷେ ଏହି ମହାମେଳାର ଆୟୋଜନ କରାଯାଇଥିଲା । ଏହା ଥିଲା ବିଶ୍ୱର ପ୍ରଥମ ଧର୍ମ ମହାସଭା ଓ ସେଥିରେ ଯୋଗ ଦେବା ପାଇଁ ବିଶ୍ୱର କୋଣ ଅଣୁକୋଣରୁ ବିଭିନ୍ନ ଧାର୍ମାବଲମ୍ବି ମାନଙ୍କର ପ୍ରତିନିଧିଙ୍କୁ ସେମାନଙ୍କ ଧର୍ମର ମହାନତା ପ୍ରତିପାଦନ କରିବା ପଇଁ ନିମନ୍ତ୍ରଣ କରା ଯାଇଥିଲା । ମାତ୍ର ବାସ୍ତବରେ ଧନ ଓ କ୍ଷମତାରେ ବଳିୟାନ ଖ୍ରୀଷ୍ଟିୟାନ ଜଗତ ତାଙ୍କ ଧର୍ମକୁ ବିଶ୍ୱର ସର୍ବୋତମ ପନ୍ଥା ବୋଲି ପ୍ରମାଣ କରିବା ଆୟୋଜକ ମାନଙ୍କର ମୁଖ୍ୟ ଉଦେ୍ଦଶ୍ୟ ଥିଲା ।
ଭାରତରୁ ଯେଉଁମାନେ ପ୍ରତିନିଧିତ୍ୱ କରିଥିଲେ, ସେମାନେ ହେଲେ ଜୈନ ସଂପ୍ରଦାୟର ବିରଚାନ୍ଦ ଗାନ୍ଧି, ବୌଦ୍ଧ ଧର୍ମର ଅଙ୍ଗିରାକା ଧର୍ମପାଳ, ବ୍ରାହ୍ମ ସମାଜର ପ୍ରତାପ ଚନ୍ଦ୍ର ମଜୁମ୍ଦାର ଓ ସ୍ୱାମୀ ବିବେକାନନ୍ଦଙ୍କୁ ଏହି ଧର୍ମ ସଭାରେ ଯୋଗ ଦେବା ପାଇଁ ଭାରତର ଅନେକ ବଦାନ୍ୟ ବ୍ୟକ୍ତି ତଥା ଦେଶିୟ ରାଜ୍ୟ କ୍ଷେତ୍ରୀର ଶାସକଙ୍କ ସହାୟତା ମିଳିଥିଲା । କଥିତ ଅଛି ସେ ସ୍ୱପ୍ନରେ ତାଙ୍କ ଗୁରୁ ରାମକୃଷ୍ଣ ପରମହଂସଙ୍କ ଠାରୁ ମଧ୍ୟ ନିଦେ୍ର୍ଦଶ ପାଇଥିଲେ । ଜଳ ଜାହାଜ ଯୋଗେ ଯାତ୍ରା କରି ଜାପାନ ଓ ଚିନ ବାଟ ଦେଇ କାନାଡାର ଭ୍ୟାଙ୍କଭୋର ଠାରେ ପହଂଚିଥିଲେ ଓ ସେଠାରୁ ରେଳ ଯାତ୍ରା କରି ୩୦.୦୭.୧୮୯୩ ଦିନ ଆମେରିକାରେ ପହଂଚିଲେ । ଟ୍ରେନର ସହ ଯାତ୍ରୀଣୀ ଜଣେ ଗୋରା ଭଦ୍ର ମହିଳା ସ୍ୱାମୀଜୀଙ୍କର ଜ୍ଞାନରେ ଆକୃଷ୍ଟ ହୋଇ ତାଙ୍କୁ ବୋଷ୍ଟନ୍ ସହରରେ ନିଜ ଘରେ ଆତିଥ୍ୟ ଦେଇଥିଲେ ଓ ସେଠାରୁ ସେ ପରେ ଚିକାଗୋ ଯାତ୍ରା କଲେ । ସେତେବେଳକୁ ସେ କପର୍ଧକ ଶୁନ୍ୟ । ଧର୍ମ ମହାସଭାର ରେଜିଷ୍ଟ୍ରେସନ ଶେଷ ତାରିଖ ଶେଷ ହୋଇଯାଇଥିଲା । ଅସହାୟ ସ୍ୱାମୀଜୀ କ୍ଲାନ୍ତ ହୋଇ ଜଣକ ଘର ଆଗରେ ବସି ପଡିଲେ ଓ ଆଗରେ ଥିବା ମିଚିଗାନ୍ ହ୍ରଦର ନିଳ ଜଳରାଷିକୁ ଚାହିଁ ରହିଲେ । ହଠାତ୍ ଘର ଭିତରୁ ଜଣେ ଗୋରା ଭଦ୍ର ମହିଳା ଶ୍ରୀମତି ହେଲ୍ ବାହାରି ଆସି ବିଧିପ୍ରେରିତ ଭଳି ସ୍ୱାମୀଜୀଙ୍କୁ ନିଜ ଘରକୁ ଡାକିନେଲେ ଓ ତାଙ୍କୁ ଆତିଥ୍ୟ ପ୍ରଦାନ କଲେ । ତାଙ୍କ ସାହାଯ୍ୟରେ ସେ ହାୱାର୍ଡ ବିଶ୍ୱବିଦ୍ୟାଳୟର ପ୍ରଫେସର ଜନ୍ହେନେରି ରାଇଟଙ୍କ ଠାରୁ ଏକ ସୁପାରିସ୍ ପତ୍ରଟିଏ ହାସଲ କଲେ । ସେଥିରେ ପ୍ରଫେସର ରାଇଟ୍ ଲେଖିଥିଲେ ଯେ ସୂର୍ଯ୍ୟଙ୍କ ଆଲୋକ ସମ୍ବନ୍ଧରେ ସନେ୍ଦହ କରିବା ଯାହା ଧର୍ମ ମହାସଭାରେ ଯୋଗଦାନ ପାଇଁ ସ୍ୱାମୀଜୀଙ୍କ ଯୋଗ୍ୟତା ଉପରେ ପ୍ରଶ୍ନ କରିବା ତାହା । ଏହି ସୁପାରିସ ପତ୍ର ପାଇ ମହାସଭାର ସଭାପତି ହେନିରି ବାରୋ ସ୍ୱାମୀଜୀଙ୍କୁ ଆମନ୍ତ୍ରଣ ପତ୍ର ପ୍ରଦାନ କଲେ । ସେପ୍ଟେମ୍ବର ୧୧ ତାରିଖ ଦିନ ଧର୍ମ ମହାସଭା ଆରମ୍ଭ ହେଲା । ଗିର୍ଜାରେ ଘଂଟି ଧ୍ୱନୀ ସହ ଆର୍ଟ କଲେଜର ସଭା ଗୃହରେ ୮୦୦୦ ବ୍ୟକ୍ତିଙ୍କ ଉପସ୍ଥିତିରେ ସଭାପତି ଏହାକୁ ଆନୁଷ୍ଠାନିକ ଉଦ୍ଘାଟନ କଲେ । ଗୈରିକ ବସ୍ତ୍ର ପରିହିତ ସ୍ୱାମୀଜୀଙ୍କ ପ୍ରଶାନ୍ତ ମୁର୍ତି ସଭାରେ ବାରି ହୋଇପଡୁଥିଲା । ବିଭିନ୍ନ ଧର୍ମର ପ୍ରତିନିଧି ମାନେ ସେମାନଙ୍କ ଧର୍ମ ବଡ ବୋଲି ଅନର୍ଗଳ ଭାଷଣ ମାନ ଦେଲେ । କିଛି ସମୟ ପରେ ସ୍ୱାମୀଜୀଙ୍କ ପାଳି ପଡିଲା । ସେ ଠିଆ ହୋଇ ସମସ୍ତଙ୍କୁ ନମସ୍କାର କଲେ ଓ ଆମେରିକାର ଭାଇ ଭଉଣୀ ବୋଲି ସମ୍ବୋଧନ କଲେ । ଏହି ସମ୍ବୋଧନ ଆମେରିକାରେ ଅପ୍ରତ୍ୟାଶିତ ଥିଲା । କରତାଳିରେ ସଭାଗୃହ ଫାଟି ପଡିଲା । ନିର୍ଧାରିତ ସମୟ ସରିଗଲା ଓ ସ୍ୱାମୀଜୀଙ୍କୁ ଅତିରିକ୍ତ ସମୟ ଦିଆଗଲା । ସ୍ୱାମୀଜୀ ନିଜକୁ ପ୍ରାଚିନ ସନାତନ ଧର୍ମର ସନ୍ୟାସୀ ମାନଙ୍କର ପ୍ରତିନିଧି ବୋଲି ଘୋଷଣା କଲେ । ଏହି ଧର୍ମ ହେଉଛି ସହନଶିଳତା ଓ ସମସ୍ତଙ୍କୁ ଆପଣେଇବାର ଧର୍ମ । ଏହାର ସନ୍ୟାସୀ ମାନେ ସମସ୍ତ ପାର୍ଥୀବ ସୁଖକୁ ତ୍ୟାଗ କରି ଜ୍ଞାନ ଓ ସଂସାରର ମୁକ୍ତି ପାଇଁ କଠୋର ତପସ୍ୟା କରୁଥିଲେ । ବିଶ୍ୱର ବିଭିନ୍ନ ଧର୍ମ ମଧ୍ୟରେ କେହି ସାନ ବା ବଡ ନୁହନ୍ତି । ଶିବ ପୁରାଣରୁ ଶ୍ଳୋକ ପଢି ସେ କହିଲେ, ସମସ୍ତ ଝରଣା ଯେପରି ଗତିକରି ସମୁଦ୍ରରେ ମିଶିଥାନ୍ତି ସେହିଭଳି ଯିଏ ଯେଉଁ ପନ୍ଥାରେ ଯାଉ ଇଶ୍ୱରଙ୍କ ପାଖରେ ପହଂଚି ପାରିବ । ଇଶ୍ୱରଙ୍କୁ ପାଇବା ପାଇଁ ଧର୍ମ ପରିବର୍ତନର ଆବଶ୍ୟକତା ନାହିଁ । ତୁମେ ଯଦି ମୁସଲମାନ ହୋଇଛ ସଚ୍ଚା ମୁସଲମାନ୍ ହୁଅ । ଖ୍ରୀଷ୍ଟିୟାନ ଥିଲେ ଯିଶୁଙ୍କ ଭଳି ହୁଅ । ବୌଦ୍ଧ ହୋଇଥିଲେ ବୁଦ୍ଧଙ୍କ ଭଳି ହୁଅ ।
ସ୍ୱମୀଜୀଙ୍କୁ ଏହି ଧର୍ମସଭାରେ କହିବାକୁ ୫ ଥର ସୁଯୋଗ ମିଳିଥିଲା । ୧୫ ସେପ୍ଟେମ୍ବର ଦିନ ସେ ପଂଚତନ୍ତ୍ରର କୁଅ ଭିତରେ ଥିବା ବେଙ୍ଗ ଗଳ୍ପଟି ବର୍ଣ୍ଣନା କରିଥିଲେ । କୂଅ ଭିତରେ ରହୁଥିବା ବେଙ୍ଗଟି ସମୁଦ୍ରରୁ ଆସିଥିବା ବେଙ୍ଗକୁ କୁଅଟି ସବୁଠାରୁ ବଡ ଜଳାଶୟ ବୋଲି କହୁଥାଏ । ସମୁଦ୍ର ଯେ କୂଅ ଠାରୁ ଅତି ବିଶାଳ ଏହି କଥା ସେ ବିଶ୍ୱାସ କରୁନାହିଁ । ସେହିଭଳି ବିଭିନ୍ନ ଧର୍ମର ବ୍ୟକ୍ତିମାନେ ନିଜ ନିଜ କୂଅ ଭିତରେ ରହି ତାଙ୍କ ଧର୍ମ ସବୁଠାରୁ ଶ୍ରେଷ୍ଠ ଧର୍ମ ବୋଲି ଭାବୁଛନ୍ତି । ତାଙ୍କ ଧର୍ମ ବାହାରେ ଯେ ଅନ୍ୟ ମତବାଦକୁ ନେଇ ବିଶାଳ ବିଶ୍ୱ ରହିଛି ତାହା ସେମାନେ ବିଶ୍ୱାସ କରୁନାହାନ୍ତି । ୧୯ ସେପ୍ଟେମ୍ବର ଦିନ ସେ ପୃଥିବୀର ତିନୋଟି ସର୍ବ ପ୍ରାଚିନ ଧର୍ମ ହିନ୍ଦୁ ଧର୍ମ, ଇହୁଦି ଧର୍ମ ଓ ଜୋରାଷ୍ଟ୍ରୀୟ ଧର୍ମ ସମ୍ବନ୍ଧରେ ଆଲୋଚନା କରିଥିଲେ ।
୨୦ ସେପ୍ଟେମ୍ବର ଦିନ ସ୍ୱାମୀଜୀ ଭାରତକୁ ଯେଉଁମାନେ ଧର୍ମାନ୍ତିକରଣ କରିବାକୁ ଯାଉଛନ୍ତି ସେମାନଙ୍କୁ ସମାଲୋଚନା କରିଥିଲେ । ଭାରତର ଲୋକମାନେ ରୋଗ ଓ ଦାରିଦ୍ରରେ ସଢୁଛନ୍ତି । ସେମାନଙ୍କୁ ଖାଦ୍ୟ, ଚିକିସôା ଓ ବାସଗୃଦ ଦରକାର । ଲୋକର ପେଟ ପୁରିଲେ ସେ ଧର୍ମ କଥା ଚିନ୍ତା କରେ । ମିସନାରି ମାନେ ଲୋକମାନଙ୍କ ଧର୍ମକୁ ନ ବଦଳାଇ ତାଙ୍କ ଦାରିଦ୍ରକୁ ବଦଳାଇ ଦିଅନ୍ତି । ୨୬ ସେପ୍ଟେମ୍ବର ଦିନ ସ୍ୱାମୀଜୀ ହିନ୍ଦୁଧର୍ମ ଓ ବୈøଦ୍ଧ ଧର୍ମ ପରସ୍ପର ଅଭିନ୍ନ ବୋଲି ଘୋଷଣା କରିଥିଲେ । ହିନ୍ଦୁଧର୍ମର ଶ୍ରେଷ୍ଠ ପରିପ୍ରକାଶ ବୈାଦ୍ଧ ଧର୍ମରେ ହୋଇଥିଲା ଓ ହିନ୍ଦୁ ଧର୍ମ ବୌଦ୍ଧ ଧର୍ମ ବିନା ତିଷ୍ଠି ପାରିବ ନାହିଁ ।
୨୭ ସେପ୍ଟେମ୍ବର ଥିଲା ସ୍ୱାମୀଜୀଙ୍କର ଶେଷ ଭାଷଣ । ସେ ଏହାର ଉଦ୍ୟୋକ୍ତା ମାନଙ୍କୁ ଧନ୍ୟବାଦ ଦେଲେ ଓ ବିଶ୍ୱକୁ ଆହ୍ୱାନ ଦେଲେ, ଧର୍ମ ହେଉଛି ହେଲ୍ପ ନଟ ଫାଇଟ, ଆସିମିଲେସନ୍ ନଟ୍ ଡେଷ୍ଟ୍ରକ୍ସନ, ହାରମୋନି ଏଣ୍ଡ ପିସ ନଟ୍ ଡିସେନ୍ସନ । ବିବେକାନନ୍ଦଙ୍କ ଭାଷଣ ଖାଲି ଆମେରିକା ନୁହେଁ ସାରା ବିଶ୍ୱରେ ଚମକ ସୃଷ୍ଟି କଲା । ବିଭିନ୍ନ ଗଣ ମାଧ୍ୟମ ତାଙ୍କୁ ଏକ ସାଇକ୍ଲୋନିକ ମଂକ ରୁପେ ବର୍ଣ୍ଣନା କରି ସେ କିପରି ଆମେରିକାର ଧର୍ମ ବିଶ୍ୱାସକୁ ଓଲଟ ପାଲଟ କରିଦେଲେ ତାହା ବର୍ଣ୍ଣନା କଲେ । ଏପର୍ଯ୍ୟନ୍ତ ସେମାନେ ହିନ୍ଦୁଧର୍ମକୁ କୁସଂସ୍କାରାଛନ୍ନ ଅନ୍ଧ ବିଶ୍ୱାସର ସମାହାର ବୋଲି ତାତ୍ସଲ୍ୟ କରୁଥିଲେ । ଯେଉଁମାନେ ପିତୁଳା ପୁଜା କରନ୍ତି ଓ କାଠ ପଥରକୁ ଇଶ୍ୱର ବୋଲି କୁହନ୍ତି । ମାତ୍ର ଜଣେ ତରୁଣ ସନ୍ୟାସି ପ୍ରମାଣ କରିଦେଲେ ଯେ ଖାଲି ପିତୁଳା ନୁହେଁ ସାରା ବିଶ୍ୱର ପ୍ରତ୍ୟକ ଧୂଳିକଣାରେ ଇଶ୍ୱରଙ୍କ ସତା ପୁରି ରହିଛି । ସେଥିପାଇଁ ଧର୍ମ ମହାସଭାର ସଭାପତି ନିଜ ମନ୍ତବ୍ୟରେ କହିଲେ ଭାରତ ହେଉଛି ସବୁ ଧର୍ମର ମହାନ ଉତ୍ସ । ଏଭଳି ଦେଶକୁ ଆମେ ଧର୍ମ ଯାଜକ ମାନଙ୍କୁ ପଠାଉଛୁ ଏହା ନିନ୍ଦନିୟ ।
ବିବେକାନନ୍ଦ ଆମେରିକା ଓ ଇୟୁରୋପର ବିଭିନ୍ନ ରାଷ୍ଟ୍ରକୁ ନିମନ୍ତ୍ରୀତ ହୋଇ ବେଦ ଓ ବେଦାନ୍ତର ମହନିୟତା ବିଷୟରେ ଭାଷଣ ଦେବାକୁ ଲାଗିଲେ ଓ ସେଠାରେ ବେଦାନ୍ତ ସୋସାୟିଟି ମାନ ପ୍ରତିଷ୍ଠା ହେଲା । ସେଠାକାର ଅନେକ ଯୁବକ ଯୁବତୀ ସ୍ୱାମୀଜୀଙ୍କର ଶିଷ୍ୟତ୍ୱ ଗ୍ରହଣ କଲେ ଓ ତାଙ୍କ ସହ ଭାରତକୁ ଆସିଲେ । ସେମାନଙ୍କ ମଧ୍ୟରୁ ମାରଗ୍ରେଟ ନୋବେଲ ବା ଭଗିନି ନିବେଦିତା ଭାରତକୁ ନିଜର କର୍ମ କ୍ଷେତ୍ରରୁପେ ବାଛିନେଲେ । ପାଶ୍ଚାତ୍ୟ ଦେଶ ମାନଙ୍କରୁ ସାହାଯ୍ୟର ସୁଅ ଛୁଟିଲା । ଭାରତର ଦାରିଦ୍ର ତାଙ୍କୁ ବିଚଳିତ କରୁଥିଲା ଓ ସେମାନଙ୍କର ସେବା ପାଇଁ ୧୮୯୭ ମସିହାରେ ସେ ରାମକୃଷ୍ଣ ମିଶନ ପ୍ରତିଷ୍ଠା କଲେ । ଦେଶକୁ ଫେରିଲା ପରେ ଭାରତ ମାଟିରେ ସ୍ୱାମୀଜୀଙ୍କୁ ଅଦ୍ଭୁତ ସଂମ୍ବର୍ଧନା ଦିଆଗଲା । ଯୁବକ ମାନଙ୍କୁ ଆହ୍ୱାନ ଦେଇ ସେ କହିଥିଲେ ଆରାଇଜ୍ ଆୱେକ୍ ଏଣ୍ଡ ଡୁ ନଟ୍ ରେଷ୍ଟ, ଟିଲ୍ ଗୋଲ ଇଜ୍ ଆଚିଭ୍ଡ (ଜାଗ୍ରତ ହୁଅ ଉଥିିତ ହୁଅ ଲକ୍ଷ୍ୟ ସାଧନରେ ବ୍ରତି ହୁଅ ।
ସେହିଦିନ ଠାରୁ ଭାରତୀୟ ମାନଙ୍କ ପାଇଁ ବିବେକାନନ୍ଦ ହେଉଛନ୍ତି ପ୍ରେରଣାର ଉତ୍ସ । ତାଙ୍କର ଜନ୍ମ ଦିବସ ଜାନୁୟାରୀ ୧୨କୁ ଜାତୀୟ ଯୁବ ଦିବସ ରୁପେ ପାଳନ କରାଯାଉଛି । ବିଶିଷ୍ଟ ଜନ ନାୟକ ଜବାହାର ଲାଲ ନେହେରୁ, ରବିନ୍ଦ୍ରନାଥ ଟାଗୋର, ଚକ୍ରବର୍ତୀ ରାଜଗୋପାଳ ଆଚାରି, ଶିଳ୍ପପତି ଜାମସେଦ୍ଜି ଟାଟା, ଆନି ବେଶାନ୍ତ,ଗଙ୍ଗାଧର ତିଳକ, ଆନ୍ନା ହାଜାରେ ଓ ପରିଶେଷରେ ନରେନ୍ଦ୍ର ମୋଦି ସ୍ୱାମୀଜୀଙ୍କୁ ନିଜର କର୍ମଗୁରୁ ବୋଲି ଘୋଷଣା କରିଛନ୍ତି । ଭାରତର ଗୈାରବକୁ ଶିର୍ଷକୁ ନେଇଥିବା ଏହି ମହା ମାନବ ମାତ୍ର ୪୦ ବର୍ଷ ବୟସରେ ୪ ଏପ୍ରିଲ୍ ୧୯୦୨ ଦିନ ମହା ନିର୍ବାଣ ଲାଭ କରିଥିଲେ । ଗୁରୁ ରାମକୃଷ୍ଣ ପରମହଂସଙ୍କ ଭଳି ସେ ନିଜ ଇଚ୍ଛାରେ ଆତ୍ମ କଳ୍ପ ମହା ସମାଧିରେ ନିମଗ୍ନ ହୋଇ ସାଧକର ଅନୁରୂପ ମହା ମୃତ୍ୟୁ ଲାଭ କରିଥିଲେ । ହିନ୍ଦୁ ଧର୍ମର ଉତ୍ ଥାନ ପାଇଁ ଆଚାର୍ଯ୍ୟ ଶଙ୍କରଙ୍କ ପରେ ସେ ହେଉଛନ୍ତି ଦ୍ୱୀତୀୟ ମହା ମାନବ ।