ଚୀନକୁ ପ୍ରତିହତ କରିବାରେ କେତେ ସଫଳ ହେବ ମୋଦିଙ୍କ କୂଟନୀତି?

ଚୀନକୁ ପ୍ରତିହତ କରିବାରେ କେତେ ସଫଳ ହେବ ମୋଦିଙ୍କ କୂଟନୀତି?

ବାଲେଶ୍ୱର, (ଆଇଏନ୍ଏସ୍): ଚୀନ୍ ଓ ଭାରତ ମଧ୍ୟରେ ରହିଛି ଦୀର୍ଘଦିନର ଶତୃତା । ନେହେରୁଙ୍କ ସମୟରେ ହିନ୍ଦି-ଚୀନା ଭାଈ ଭାଈର ଶ୍ଳୋଗାନ ଦେଇ ଚୀନ ଅଧିକାର କରିନେଇଚି ଭାରତର ବିଶାଳ ଭୂଖଣ୍ଡ । ତା’ପରେ ମଧ୍ୟ ଭାରତର ଭୂଖଣ୍ଡ ଉପରେ ଚୀନର ଆଖି ରହିଛି । ତେଣୁ ବିଭିନ୍ନ ସମୟରେ ସୀମାରେ ଉତ୍ତେଜନା ସୃଷ୍ଟି କରିଚାଲିଛି ଚୀନ୍ । ସମ୍ପ୍ରତିକ ପରିସ୍ଥିତିରେ ବିଶ୍ୱ କରୋନା ମହାମାରୀ ସହିତ ଲଢ଼ୁଥିବା ବେଳେ ଚୀନ୍ ଭାରତସୀମାରେ ସୈନ୍ୟ ଠୁଳ କରିବାରେ ଲାଗିଛି । ଏପରିକି ଭାରତୀୟ ସୈନ୍ୟ ଓ ଚୀନ୍ ସୈନ୍ୟଙ୍କ ମଧ୍ୟରେ ହାତାହତି ପରିସ୍ଥିତି ମଧ୍ୟ ସୃଷ୍ଟି ହୋଇଛି । କରୋନାର ଜନକ ଭାବେ ଚୀନ୍ ବିଶ୍ୱବାସୀଙ୍କ ଆଖିରେ ନୁ୍ୟନ ହୋଇଥିବା ବେଳେ ଚୀନ୍ର ସେଥିପ୍ରତି ଭୃକ୍ଷେପନକରି ପଡ଼ୋଶୀ ସୀମାରେ ଉତ୍ତେଜନା ସୃଷ୍ଟି କରିବାରେ ଲାଗିଛି । ଚୀନର ଏହି ବିସ୍ତାରବାଦୀ ଚିନ୍ତାଧାରାକୁ ବିଶ୍ୱର ଅନେକ ରାଷ୍ଟ୍ର କେବଳ ନିନ୍ଦା କରିନାହାନ୍ତି, ଚୀନର ପ୍ରଭାବକୁ ହ୍ରାସ କରିବା ପାଇଁ ୮ଟି ଦେଶ (ଆମେରିକା, ଜର୍ମାନୀ, ବ୍ରିଟେନ୍, ଜାପାନ, ଅଷ୍ଟ୍ରେଲିଆ, କାନାଡ଼ା, ସ୍ୱିଡେନ୍ ଓ ନରୱେ) ଆନ୍ତଃ – ସଂସଦୀୟ ମେଂଟ (ଆଇପିଏସି) ଗଠନ କରିଛନ୍ତି ।
ଚୀନ୍, ତାର ବିସ୍ତାରବାଦୀ ଚିନ୍ତାଧାରାକୁ ବିଭିନ୍ନ ଉପାୟରେ ସଫଳ କରିବା ପାଇଁ ଉଦ୍ୟମ ଜାରୀ ରଖିଛି । କେଉଁଠାରେ ବଳ ପ୍ରୟୋଗକରି ତ’ ପୁଣି କେଉଁଠି ପୁଞ୍ଜିନିବେଶ ଆଳରେ କବ୍ଜା କରିବା ପାଇଁ ଚେଷ୍ଟିତ । ହଂକଂ, ତାଇୱାନ ରେ ଚୀନ୍ର ଦାଦାଗିରି ଦେଖିବାକୁ ମିଳିଥିବା ବେଳେ ଭାରତ ସୀମାରେ ଉେ ତ୍ତଜନା ସୃଷ୍ଟିକରିବାରେ ଲାଗିଛି ଚୀନ୍ । ଅନ୍ୟପକ୍ଷରେ ସାରା ବିଶ୍ୱ କରୋନା ସହିତ ଲଢ଼ୁଥିବା ସମୟରେ ଚୀନ ସମଗ୍ର ବିଶ୍ୱକୁ କିପରି କରାୟତ କରିବ ସେହି ରଣନୀତି ତିଆରୀ କରିବାରେ ଲାଗିଛି । ବିଶ୍ୱ ବିପତ୍ତି ସମୟରେ ଚୀନର ବିଭିନ୍ନ କମ୍ପାନୀର ମୁଖ୍ୟମାନଙ୍କ ସହିତ ଚୀନ ରାଷ୍ଟ୍ରପତିଙ୍କ ଆଲୋଚନାର ଭିଡିଓ ସମସ୍ତଙ୍କୁ ଚକିତ କରିଛି । ମାନବଜାତି ବଂଚିବା ପାଇଁ ବର୍ତ୍ତମାନ ଲଢ଼େଇ କରୁଥିବା ବେଳେ ସମଗ୍ର ବିଶ୍ୱକୁ କିଭଳି କରାୟତ କରିହେବ ସେହି ଷ୍ଟ୍ରାଟେଜି ତିଆରୀ କରିବାରେ ବ୍ୟସ୍ତ ଚୀନ୍ ରାଷ୍ଟ୍ରପତି । ଆର୍ଥିକ ଦୁର୍ବଳ ସଂସ୍ଥାରେ ପୁଞ୍ଜି ବିନିଯୋଗ କରି ପରିଶେଷରେ ସେ ସବୁକୁ କବ୍ଜା କରିବା ହେଉଛି ଚୀନା ବାଣିଜ୍ୟ ନୀତିର ଅଂଶ ବିଶେଷ, ଯାହା ଇଟାଲିରେ ଚୀନ କରିଛି । ଇଟାଲି ବହୁ ଗୁରୁତ୍ୱପୂର୍ଣ୍ଣ ବିତୀୟ ସଂସ୍ଥା, ବ୍ୟାଙ୍କ, କମ୍ପାନୀ ଗୁଡ଼ିକ ଏବେ ଚୀନ୍ କବ୍ଜାରେ । କରୋନା ପାଇଁ ଏବେ ବିଶ୍ୱ ଆର୍ଥିକ ଦୁର୍ଗତି ମଧ୍ୟରେ ଗତିକରୁଥିବା ବେଳେ ଏହାକୁ ଚୀନ ଏକ ସୁଯୋଗ ବୋଲି ଧରି ନେଇ, ଏହି ସମୟରେ ବିଶ୍ୱର ବିଭିନ୍ନ ଦେଶର କମ୍ପାନୀ ଗୁଡ଼ିକୁ କବ୍ଜା କରିବାର ରଣନୀତି ତିଆରି କରିଚାଲିଛି । ଚୀନର ଏଭଳି ମନୋଭାବକୁ ବହୁ ପାଶ୍ଚାତ୍ୟ ରାଷ୍ଟ୍ର ବୁଝିପାରି ତାହାକୁ ପ୍ରତିହତ କରିବା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଥିବା ବେଳେ ଆମର ପ୍ରଧାନମନ୍ତ୍ରୀ ମଧ୍ୟ ଚୀନ୍ର ମତିଗତିକୁ ଭଲଭାବେ ହୃଦୟଙ୍ଗମ କରି ପଦକ୍ଷେପ ଗ୍ରହଣ କରିଛନ୍ତି ।
ଏହି ପରିପ୍ରେକ୍ଷୀରେ ଆମ ଦେଶରେ ବିଦେଶୀ ପୁଞ୍ଜି ନିବେଶ ନେଇ କେନ୍ଦ୍ର ସରକାର ନୂଆ ଆଇନ୍ ପ୍ରଣୟନ କରିଛନ୍ତି । ଏହି ଆଇନ୍ ଅନୁସାରେ ଭାରତର ପଡ଼ୋଶୀ ଦେଶଗୁଡ଼ିକ କେନ୍ଦ୍ର ସରକାରଙ୍କ ସ୍ୱୀକୃତି ବିନା ଆମ ଦେଶର କୋ÷ଣସି କ୍ଷେତ୍ରରେ ପୁଞ୍ଜି ବିନିଯୋଗ କରିପାରିବେ ନାହିଁ । ପୂର୍ବରୁ ଥିବା ନିୟମ ଅନୁସାରେ ପ୍ରତିରକ୍ଷା, ଟେଲିକମ୍, ମହାକାଶ ଗବେଷଣା, ଆଣବିକ ଶକ୍ତି, ଗଣମାଧ୍ୟମ ଭଳି କିଛି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରକୁ ବାଦଦେଲେ ଅନ୍ୟାନ୍ୟ କ୍ଷେତ୍ରରେ ବିଦେଶୀ ପୁଞ୍ଜି ନିବେଶରେ କୋ÷ଣସି ପ୍ରତିବନ୍ଧକ ନଥିଲା । ଏହି ଆଧାରରେ ଏବଂ ଦେଶରେ କେତେକ ସଂସ୍ଥାଗୁୁଡ଼ିକର ଆର୍ଥିକ ଦୁର୍ବଳତାର ସୁଯୋଗ ନେଇ ଚୀନ ଭାରତରେ ବହୁ ସଂସ୍ଥାକୁ କରାୟତ କରିସାରିଛି କହିଲେ ଭୁଲ ହେବନାହିଁ । ପ୍ରକାଶଯୋଗ୍ୟଯେ, ବିଗତ ୫ବର୍ଷ ମଧ୍ୟରେ ଚୀନର ପୁଞ୍ଜିନିବେଶକାରୀମାନେ ଦେଶରେ ବହୁ ଗୁରୁତ୍ୱପୂର୍ଣ୍ଣ ଉଦ୍ୟୋଗରେ ୨୬ ବିଲିୟନ ଡଲାରରୁ ଅଧିକ ପୁଞ୍ଜି ଖଟାଇ ସାରିଛନ୍ତି । ତଥ୍ୟ ଅନୁସାରେ ମହାରାଷ୍ଟ୍ରରେ ଥିବା ‘ଜେନେରାଲ୍ ମୋଟର୍ସ’ର ପ୍ଲାଂଟକୁ ଚୀନର ‘ଗ୍ରେଟ୍ ୱାଲ୍ ମୋଟର୍ସ’ ଅଧିଗ୍ରହଣକରି, ତାର ନିଜ ଗାଡ଼ି ଉତ୍ପାଦନ କରିବା ପାଇଁ କାର୍ଯ୍ୟ ଆରମ୍ଭ କରିସାରିିଥିବା ବେଳେ ଚୀନ୍ର ‘ସାଉଥ ଇଣ୍ଡଷ୍ଟ୍ରି’ ଗୃପ୍ର ‘ଚଙ୍ଗନ ଅଟୋମୋବାଇଲ’, ହରୟାଣାର ଗୁଡ଼ଗାଓଁରେ କାର୍ଯ୍ୟାଳୟ ଖୋଲି ତାମିଲାଡ଼ୁ, ଆନ୍ଧ୍ରପ୍ରଦେଶ, ଗୁଜରାଟରେ ପ୍ଲାଣ୍ଟ ପ୍ରତିଷ୍ଠା କରିବା ପାଇଁ ଉଦ୍ୟମ ଆରମ୍ଭ କରିସାରିଛି । ସେହିପରି ଚୀନର ଭାରୀଯାନ ନିର୍ମାଣ କମ୍ପାନୀ ‘ବିୱାଇଡି’ ଓ ‘ଫୋଟେନ’ ଭାରତରେ ଭାରୀଯାନ ଓ ବିଦୁ୍ୟତ୍ ଚାଳିତ ଯାନ ନିର୍ମାଣ କରିବାପାଇଁ ଯୋଜନା କରିଛି । ଏହାବ୍ୟତୀତ ଭାରତରେ କେତେକ ଇ-କମର୍ସ ସଂସ୍ଥା, ଫାର୍ମାସୁ୍ୟଟିକାଲ କମ୍ପାନୀ, କେମିକାଲ କମ୍ପାନୀରେ ମଧ୍ୟ ଚୀନର ପୁଞ୍ଜି ରହିଛି । ଫ୍ଲିପ୍କାର୍ଟ, ମେକ୍ ମାଇଁ ଟ୍ରିପ୍, ବିଗ୍ ବାସ୍କେଟ, ପେଟିଏମ୍, ବାଇଜୁସ୍, ଓଲା ପ୍ରଭୃତିରେ ଚୀନର ଟେନସନ, ଆଲିବାବା ଓ ବାଇଟ୍ଡ୍ୟାନ୍ସ ଭଳି କମ୍ପାନୀର ହାତ ରହିଥିବା ବେଳେ ଭାରତର ଅନେକ ଷ୍ଟାର୍ଟଅପ୍ ପଛରେ ଚୀନ କମ୍ପାନୀର ପୁଞ୍ଜି ରହିଛି । କେବଳ ଏତିକ ନୁହେଁ ବିଶ୍ୱର ଯେକୋ÷ଣସି ରାଷ୍ଟ୍ରର ଉଦ୍ୟୋଗକୁ ପୁଞ୍ଜି ଓ ଜ୍ଞାନକୋ÷ଶଳ ଯୋଗାଇବାକୁ ଚୀନ୍ ପ୍ରସ୍ତୁତ । କାରଣ – ଯେକୋ÷ଣସି ଦେଶରେ ପୁଞ୍ଜିନିବେଶକରି ପ୍ରଭାବ ବିସ୍ତାର କରିବା ପରେ ଶେଷରେ ବଜାରକୁ ଦଖଲ କରିବା ହିଁ ଚୀନ୍ର ମୁଖ୍ୟ ଉଦେ୍ଦଶ୍ୟ/ଲକ୍ଷ । ଚୀନର ‘ପିପୁଲ୍ସ ବ୍ୟାଙ୍କ ଅଫ ଚୀନ’ର ଭାରତର ଏଚଡିଏଫସି ବ୍ୟାଙ୍କରେ ଥିବା ୦.୦୮% ଅଂଶଧନକୁ କରୋନା ସଂକ୍ରମଣ ସମୟରେ ୧%କୁ ବୃଦ୍ଧି କରିବାରୁ କେନ୍ଦ୍ରର ମୋଦି ସରକାର ସତର୍କ ହୋଇଥିଲେ ଏବଂ ନୂଆ ଆଇନ୍ ଆଣିଥିଲେ । ଯାହାକୁ କେନ୍ଦ୍ର କରି ଚୀନ୍ କ୍ଷୁବ୍ଧ ।
ଚୀନର ପ୍ରତିପତି ହ୍ରାସ କରିବା ଦିଗରେ ମୋଦି ଆଉ ଏକ ପଦକ୍ଷେପ ଗ୍ରହଣ କରିଛନ୍ତି । ତାହାହେଲା ବିଦୁ୍ୟତ୍ କୂଟନୀତି । ଏହାକୁ ‘ରିଅଲ୍ ଟାଇମ୍ ମାର୍କେଟ’ ବ୍ୟବସ୍ଥା କୁହାଯାଏ । ଏହି ବ୍ୟବସ୍ଥା ଅନୁସାରେ ସେୟାର ଓ ବିଭିନ୍ନ ସାମଗ୍ରୀ ଭଳି ଏକ୍ସଚେଞ୍ଜରେ ବିଦୁ୍ୟତ୍ କାରବାର ହେବ । କମ୍ପାନୀଗୁଡ଼ିକ ଏକ୍ସଚେଞ୍ଜ ନିଲାମ ପ୍ରକ୍ରିୟାରେ ଭାଗନେଇ ବିଦୁ୍ୟତ୍ କିଣିପାରିବେ ଏବଂ କିଣିବାର ଘଣ୍ଟ ।ଏ ମଧ୍ୟରେ ବିଦୁ୍ୟତ୍ ପାଇପାରିବେ । ଏହି ପ୍ରକି୍ରୟା ଦ୍ୱାରା ଡିସ୍କମ ସଂସ୍ଥା ଓ ନିଜସ୍ୱ ବ୍ୟବହାର ପାଇଁ ବିଜୁଳି କିଣୁଥିବା ସଂସ୍ଥାଗୁଡ଼ିକ ଲାଭବାନ ହୋଇପାରିବେ । ପୂର୍ବ ବ୍ୟବସ୍ଥା ଅନୁସାରେ ଡିସ୍କମ ସଂସ୍ଥା ଦୀର୍ଘ ମିଆଦୀ ଚୁକ୍ତିରେ ନିର୍ଦ୍ଦିଷ୍ଟ ସଂସ୍ଥା ଠାରୁ ବିଜୁଳି କିଣୁଥିଲେ, ଯଦିଓ ସେହି ସମୟରେ ଅନ୍ୟତ୍ର ସୁଲଭ ମୂଲ୍ୟରେ ବିଜୁଳି ଉପଲବ୍ଧ ଥାଇ ମଧ୍ୟ ତାହା ସେମାନେ କିଣିପାରୁ ନଥିଲେ । ଏହି ବ୍ୟବସ୍ଥା ଅନୁସାରେ ପ୍ରତିଦିନ ୪୮ଟି ଅଧିବେଶନର ଆୟୋଜନ ହେବ ଏବଂ ପ୍ରତି ୧୫ ମିନିଟ୍ରେ ଗୋଟିଏ ଲେଖାଏଁ ଅଧିବେଶନ ଆୟୋଜିତ ହେବ । ଚଳିତ ମାସ ୩ତାରିଖରେ ଏହି ବ୍ୟବସ୍ଥାର ଉଦ୍ଘାଟନ କରିଛନ୍ତି କେନ୍ଦ୍ର ଶକ୍ତି ରାଷ୍ଟ୍ରମନ୍ତ୍ରୀ ଆର.କେ ସିଂ । ବିଦୁ୍ୟତ୍ କାରବାର ଭାରତୀୟ ଶକ୍ତି ଏକ୍ସଚେଞ୍ଜ ଓ ପାୱାର ଏକ୍ସଚେଞ୍ଜ ଅଫ ଇଣ୍ଡିଆ ଲିମିଟେଡରେ ହେବ ବୋଲି ଜାଣିବାକୁ ମିଳିଛି ।
ରିଅଲ ଟାଇମ ମାର୍କେଟ ବ୍ୟବସ୍ଥା, ଭାରତ ସରକାରଙ୍କର ବୃହତ୍ ଶକ୍ତି କୂଟନୈତିକ ପଦକ୍ଷେପର ଏକ ଅଂଶ । ବିଦୁ୍ୟତ୍ କାରବାର ଜରିଆରେ ପଡ଼ୋଶୀ ଦେଶଗୁଡ଼ିକ ସହିତ ସମ୍ପର୍କ ବୃଦ୍ଧି କରିବା ସହିତ ଏହିସବୁ ଦେଶରେ ଚୀନର ପତିଆରା ହ୍ରାସ କରିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଲକ୍ଷ ଓ ଉଦେ୍ଦଶ୍ୟ । ମିଆଁମାର, ଶ୍ରୀଲଙ୍କା, ନେପାଳ, ଭୁଟାନ ଓ ବଂଲାଦେଶ ପ୍ରଭୃତି ପଡ଼ୋଶୀ ଦେଶକୁ ଏହି ବ୍ୟବସ୍ଥାରେ ସଂଯୋଗ କରିବାକୁ ଲକ୍ଷ ରଖାଯାଇଥିବା ବେଳେ ସେଥିପାଇଁ ‘ଆଂଚଳିକ ପାୱାରଗ୍ରିଡ’ ସ୍ଥାପନ କରାଯାଇ, ସେହି ଗ୍ରିଡରେ ପଡ଼ୋÿଶୀ ଦେଶଗୁଡ଼ିକୁ ଯୋଡ଼ାଯିବ । ଏହାବ୍ୟତୀତ ସମଗ୍ର ବିଶ୍ୱ ସହିତ ବିଜୁଳି କାରବାର କରିବାକୁ ମଧ୍ୟ ଯୋଜନା ରଖିଛନ୍ତି କେନ୍ଦ୍ର ସରକାର । ସେଥିପାଇଁ ବିଶ୍ୱସ୍ତରୀୟ ଗ୍ରିଡ ସ୍ଥାପନକରିବା ସହିତ ୩ଟି ପର୍ଯ୍ୟାୟରେ ତାହାକୁ କାର୍ଯ୍ୟକାରୀ କରିବାର ଲକ୍ଷ ରଖିଛନ୍ତି ସରକାର । ପ୍ରଥମ ପର୍ଯ୍ୟାୟରେ ମଧ୍ୟ ପ୍ରାଚ୍ୟ, ଦକ୍ଷିଣ ଏସିଆ, ଦକ୍ଷିଣ ପୂର୍ବ ଏସିଆକୁ ଏହି ଯୋଜନାରେ ସଂଯୋଗ କରାଯିବା ସଂଗେସଂଗେ ଦ୍ୱିତୀୟ ପର୍ଯ୍ୟାୟରେ ଏହି ଗ୍ରିଡକୁ ଆଫି୍ରକା ସହିତ ଓ ଶେଷ ପର୍ଯ୍ୟାୟରେ ବିଶ୍ୱ ସ୍ତରରେ ସଂଯୋଗ କରାଯିବାର ଲକ୍ଷ ରଖାଯାଇଛି । କେବଳ ବିଜୁଳି ନୁହେଁ ପେଟ୍ରୋଲିୟମ ଉତ୍ପାଦକୁ ମଧ୍ୟ ସାମିଲ କରିବା ଲକ୍ଷରେ ରହିଛନ୍ତି ସରକାର ।
ସାମରିକ ଶକ୍ତିକୁ ବାଦ ଦେଇ କୂଟନୈତିକ ସ୍ତରରେ ଚୀନ୍ର ପତିଆରାକୁ ହ୍ରାସ କରିବା ଲକ୍ଷରେ ଗୋଟିଏ ପରେ ପାଦ ସତର୍କତାର ସହିତ ପକାଇ ଚାଲିଛନ୍ତି ମୋଦି । କରୋନା ଦୁର୍ଦ୍ଦିନ ସମୟରେ ଚୀନ ବିଶ୍ୱକୁ କବଳିତ କରିବାକୁ ଯୋଜନା ପ୍ରସ୍ତୁତ କରୁଥିବା ବେଳେ ଭାରତ ବିଭିନ୍ନ ଦେଶକୁ କୋଭିଡ-୧୯ ପାଇଁ ଔଷଧ ଯୋଗାଇ ବହୁ ରାଷ୍ଟ୍ରର ପ୍ରିୟ ଭାଜନ ହୋଇ ପାରିଛନ୍ତି । ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ଅଧ୍ୟକ୍ଷ ପଦବୀ ହେଉ କିମ୍ବା ଜି-୭ ସମ୍ମିଳନୀକୁ ଭାରତକୁ ନିମନ୍ତ୍ରଣ, ତାହାର ଗୋଟିଏ ଗୋଟିଏ ନିଦର୍ଶନ । ବିଶ୍ୱ ସ୍ତରରେ ଭାରତର ପ୍ରଭାବ ବୃଦ୍ଧି ସହିତ, ଭାରତରେ ପଡ଼ୋଶୀ ରାଷ୍ଟ୍ରର (ବିଶେଷକରି ଚୀନର) ପୁଞ୍ଜିନିବେଶକୁ ନିୟନ୍ତ୍ରଣ କରିବା ପାଇଁ ମୋଦିଙ୍କ ନୂଆ ନିୟମ ପାଇଁ କ୍ଷୁବ୍ଧ ଚୀନ, ଲଦାଖ ସୀମାରେ ଉତେଜନା ବୃଦ୍ଧି କରି ଚାଲିଛି । ଚୀନ୍କୁ ସଠିକ୍ ରାସ୍ତାକୁ ଆଣିବା ପାଇଁ ମୋଦିଙ୍କର ଏହିସବୁ କୂଟନୈତିକ ପ୍ରୟାସ କେତେଦୂର ସଫଳ ହେବ ତାହା ଭବିଷ୍ୟତ ହିଁ କହିବ । (ରିପୋର୍ଟ: ସୀତାରାମ ପାତ୍ର)
(Photo from https://www.businesstoday.in)

Leave a Reply

Your email address will not be published.