ଛାତ୍ରଛାତ୍ରୀ ଶୃଙ୍ଖଳିତ ହେଲେ ଜ୍ଞାନର ପରିଧି ବଢ଼େ

ଛାତ୍ରଛାତ୍ରୀ ଶୃଙ୍ଖଳିତ ହେଲେ ଜ୍ଞାନର ପରିଧି ବଢ଼େ

ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ପ୍ରଥମ ବାର୍ଷିକ ଉତ୍ସବ
ଭୁବନେଶ୍ୱର, (ଓଏନ୍ଏସ୍): ଛାତ୍ରଛାତ୍ରୀମାନେ ଶୃଙ୍ଖଳିତ ହେଲେ ଜ୍ଞାନର ପରିଧି ବଢ଼େ, ଯେ ଯେତେ ଶୃଙ୍ଖଳିତ, ସେ ସେତେ ଜ୍ଞାନୀ । ଏଥିପାଇଁ ପିତା, ମାତା, ଗୁରୁଜୀ, ଗୁରୁମା ମାନେ ବିଶେଷ ଧ୍ୟାନ ଦେବା ଆବଶ୍ୟକ ବୋଲି ନୀଳାଦ୍ରି ବିହାର ଦୂର୍ଗା ପଡିଆଠାରେ ଅନୁଷ୍ଠିତ ଭାରତୀୟ ଶିକ୍ଷାବିକାଶ ସଂସ୍ଥାନଦ୍ୱାରା ପରିଚାଳିତ ନୂତନ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ପ୍ରଥମ ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଗଣ ଶିକ୍ଷା ବିଭାଗର ଅବସରପ୍ରାପ୍ତ ନିଦେ୍ର୍ଦଶକ ଡକ୍ଟର ଶରତ କୁମାର ବିଶ୍ୱାଳ କହିଥିଲେ । ଅନୁଷ୍ଠାନର ସଭାପତି ତଥା ବରିଷ୍ଠ ଆଇନଜୀବି ମନ ମୋହନ ପଟ୍ଟନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ଉଦ୍ଘାଟକ ଭାବେ ଉକ୍ରଳ ସଂସ୍କୃତି ବିଶ୍ୱ ବିଦ୍ୟାଳୟର ଅବସରପ୍ରାପ୍ତ ଭାଇସ୍ ଚାନ୍ସେଲର ଯୋଗ ଦେଇ ଉଦ୍ଘାଟନ କରିବା ସହିତ କହିଥିଲେ, ପିଲାମାନଙ୍କର ମାନସିକ, ଶାରିରୀକ, ନୈତିକ ବିକାଶ ପାଇଁ ସମସ୍ତେ ଯତ୍ନବାନ ହେବା ଆବଶ୍ୟକ । ମୁଖ୍ୟବକ୍ତା ଭାବେ ଭୁବନେଶ୍ୱର ଶିକ୍ଷାଗୋଷ୍ଠୀ ଉନ୍ନୟନ ଅଧିକାରୀ ସସ୍ମିତା ମାଳି, ସମ୍ମାନୀତ ଅତିଥି ଭାବେ ସୁରେନ୍ଦ୍ର ମୋହନ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇ ଶିଶୁ ବିଦ୍ୟାମନ୍ଦିରର ପିଲମାନେ ପ୍ରାୟତଃ ସଂସ୍କାରଧର୍ମୀ, ହୋଇଥାନ୍ତି ବୋଲି ମତବ୍ୟକ୍ତ କରିଥିଲେ । ବିଦ୍ୟା ମନ୍ଦିରର ଅଧ୍ୟକ୍ଷ ଦିନବନ୍ଧୁ ସିଂ ବାର୍ଷିକ ବିବରଣୀ ପାଠ କରିଥିଲେ । ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ନାଟକ ସେଇ ଅନନ୍ତା ପରିବେଶଣ ହୋଇଥିଲା । ବିଭିନ୍ନ ବିଭାଗରେ କୃତିତ୍ୱ ଅର୍ଜନ କରିଥିବା ପିଲାମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା । ଦିପ୍ତିମୟୀ ସିଂ, ସୁନିତା ସାହୁ, ରାଜଲକ୍ଷ୍ମୀ ମହାରଣା, କଳ୍ପନା ମାଝୀ ଓ ମୋନାଲିସା ମହାନ୍ତି ଗୁରୁମା ମାନେ ସହଯୋଗ କରିଥିଲେ । ଶେଷରେ ଅଧ୍ୟକ୍ଷ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published.