ଜଗତସିଂହପୁର ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୯୨୧

ସଂକ୍ରମିତ ହେଲେ କୋରୋନା ଯୋଦ୍ଧା

ପାରାଦ୍ୱୀପ, (ଆଇଏନ୍ଏସ୍): ଜଗତସିଂହପୁର ଜିଲ୍ଲା ପ୍ରଶାସନର କଡା ପଦକ୍ଷେପ ସତ୍ୱେ ଜିଲ୍ଲାରେ କୋରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ବୁଧବାର ସୁଧା ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୯୨୧ରେ ପହଂଚିଛି । ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଙ୍କ ନେତୃତ୍ୱରେ ଜିଲ୍ଲା ପ୍ରଶାସନ କୋରୋନା ସଂକ୍ରମିତଙ୍କ ନିୟନ୍ତ୍ରଣ ନିମନ୍ତେ ଦୃଢ ପଦକ୍ଷେପମାନ ନେଇଛନ୍ତି । ଏ ଦିଗରେ ପୋଲିସ ପ୍ରଶାସନର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି । ହେଲେ ଜିଲ୍ଲାରେ କୋରୋନା ମିଟର କମିବାର ନାଁ ଧରୁନି । ପ୍ରତ୍ୟହ କିଛି ନା କିଛି ସଂକ୍ରମିତ ବାହାରୁଛନ୍ତି । ଜିଲ୍ଲାପାଳ ଟିଏମସି, କ୍ୱାରେନ୍ଟାଇନ୍ ସେଂଟର, ଆଇସୋଲେସନ୍ ସେଂଟର ପାଇଁ ତତପର ହୋଇଉଠିଛନ୍ତି । ପ୍ରତ୍ୟହ କୋରୋନା ସଂପର୍କରେ ବୈଠକ କରୁଛନ୍ତି । ତେବେ ଏ ପ୍ରର୍ଯ୍ୟନ୍ତ ପାରାଦ୍ୱୀପରେ ସ୍ଥାନୀୟ ସଂକ୍ରମିତ ହୋଇଥିବା କୋରୋନା ଯୋଦ୍ଧାଙ୍କ ସଂଖ୍ୟା ୩ରେ ପହଂଚିଛି । ପ୍ରଥମେ ଅଠରବାଙ୍କୀ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରୁ, ଦ୍ୱିତୀୟ ବନ୍ଦର ଚିକିତ୍ସାଳୟର କର୍ମଚାରୀ ଏବଂ ତୃତୀୟ କୋରୋନା ଯୋଦ୍ଧା ହେଉଛନ୍ତି ପାରାଦ୍ୱୀପ ଆଦର୍ଶ ଥାନାର କାର୍ଯ୍ୟରତ ସବଇନ୍ସପେକ୍ଟର । ପ୍ରଥମ ଦୁଇ କୋରୋନା ଯୋଦ୍ଧାଙ୍କର ଚିକିତ୍ସାଚାଲିଥିବା ବେଳେ ତୃତୀୟ ଯୋଦ୍ଧା ଏବେ କୋଭିଡ୍ ହସ୍ପିଟାଲରେ । ସଂପୃକ୍ତ ସବଇନ୍ସପେକ୍ଟର ଙ୍କ କୋଭିଡ୍ ପରୀକ୍ଷା ପାଇଁ ରିପୋର୍ଟ ପଠାଯାଇଛି । ତାଙ୍କ ସଂସ୍ପର୍ଶରେ ଆସିଥିବା ୫ଜଣ ପୋଲିସ କର୍ମଚାରୀଙ୍କୁ ହୋମ୍ ଆଇସୋଲେସନ୍ ରେ ରହିଥିବା ଜଣାପଡିଛି । ପ୍ରକାଶ ଥାଉକି ଆଦର୍ଶ ଥାନାଧିକାରୀ ରଜନୀକାନ୍ତ ସାମଲଙ୍କ ତତ୍ୱାବଧାନରେ ଥାନା ପରିସରରେ କୋଭିଡ୍-୧୯ ସଂକ୍ରମଣ ପ୍ରତିହତ ପାଇଁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ତେବେ ଏହି ଘଟଣା ପରେ ଥାନାକୁ ଯିବାକୁ ଲୋକେ ଭୟ କରୁଛନ୍ତି ।

Leave a Reply

Your email address will not be published.