ଦାଦା ବଟି ଧମକ ଅଭିଯୋଗ ପରେ ବି ପୁଲିସ ନିରବ:ଶାନ୍ତିପୂର୍ଣ୍ଣ ଧାରଣା ପାଇଁ ସଜବାଜ

ଦାଦା ବଟି ଧମକ ଅଭିଯୋଗ ପରେ ବି ପୁଲିସ ନିରବ:ଶାନ୍ତିପୂର୍ଣ୍ଣ ଧାରଣା ପାଇଁ ସଜବାଜ

ପାରାଦୀପ, (ଓଏନ୍ଏସ୍): ଦାଦା ବଟି ଏବଂ ଧମକରେ ଚାଳିଛି ପାରାଦୀପର ପରିବହନ ବ୍ୟବସ୍ଥା । ବନ୍ଦରକୁ ଭିତି କରି ଗଢି ଉଠିଛି ଛତୁ ଫୁଟିଲା ଭଳି ଟ୍ରକ, ଟ୍ରେଲର ଆସୋସିଏସନ । ସେଥିରୁ ଦୁଇଟି ପଞ୍ଜିକୃତ ସଂସ୍ଥା ୧) ପାରାଦୀପ ଟ୍ରେଲର ଓନରସ୍ ଆସୋସିଏସନ ଏବଂ ୨) ପାରାଦୀପ ଟ୍ରେଲର ଆଣ୍ଡ ଗ୍ୟାସ୍ ଟ୍ୟାଙ୍କର ଆସୋସିଏସନ ନେଇ ଗଠିତ ହୋଇଛି ମିଳିତ କ୍ରିୟାନୁଷ୍ଠାନ କମିଟି (ଜେସିସି) ଅନ୍ୟ ତିନୋଟି ପଞ୍ଜିକୃତ ସଂସ୍ଥା,୧) ଜଗନ୍ନାଥ ଟ୍ରେଲର ଓନରସ୍ ଆସୋସିଏସନ ୨) ପାରାଦୀପ ଫୋର ଟି,୩) ଇଷ୍ଟ କୋଷ୍ଟ ଟ୍ରେଲର ଓନରସ୍ ଆସୋସିଏସନ କୁ ନେଇ ଗଠିତ ହୋଇଛି ଅନ୍ୟ ଗୋଟିଏ ମିଳିତ କ୍ରିୟାନୁଷ୍ଠାନ କମିଟି(ପାରାଦୀପ ଜେସିସି) । ହେଲେ ରାଜନୈତିକ ବାହୁଛାୟା ତଳେ ଥିବା ଜେସିସି ଦାଦାଗିରି କରି ଅନ୍ୟ ମିଳିତ ସଂଘ ପାରାଦୀପ ଜେସିସି ର ସଭ୍ୟଙ୍କ ଠାରୁ ୫୦୦/୧୦୦/-ଟଙ୍କା ବଟି ଆଦାୟ କରିବା ସହିତ ପରିବହନ କାରୀ ସଂସ୍ଥାକୁ ଧମକାଇ ନିଜ ସଦସ୍ୟଙ୍କ ଗାଡି ଗୁଡିକ ଦ୍ୱାରା ମାଲ ପରିବହନ କରୁଛି । ଯାହାକୁ ନେଇ ପାରାଦୀପ ଜେସିସି ଥାନା ଅଧିକାରୀ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଏବଂ ଅତିରିକ୍ତ ଜିଲ୍ଲାପାଳ ଙ୍କ ନିକଟରେ ଯଥାକ୍ରମେ ଗତ ଫେବୃୟାରୀ ୨୩,୨୪,୨୬ ରେ ଲିଖିତ ଅଭିଯୋଗ କରିଥିଲା । ହେଲେ ଅଦ୍ୟାବଧି ପନ୍ଦର ଦିନ ବିତିଯାଇଥିଲେ ମଧ୍ୟ ଥାନା ଅଧିକାରୀ ନିରବ ହୋଇ ବସିଥିବା ପାରାଦୀପ ଜେସିସି ଅଭିଯୋଗ କରିଛି । ସ୍ଥାନୀୟ ଏଡିଏମ୍ ଅଫିସକୁ ଧାଇଁ ଧାଇଁ ନିରାସ ହେଲେଣି ହେଲେ ମହୋଦୟଙ୍କ ଦେଖା ମିଳୁନାହିଁ ବୋଲି କହିଛନ୍ତି ପିଜେସିସି କର୍ମକର୍ତା । ତେଣୁ ସୋମବାର ଜିଲ୍ଲାପାଳ ଏବଂ ଏସ.ପିଙ୍କ ନିକଟରେ ସମସ୍ତ ଘଟଣା ଲିଖିତ ଜଣାଇବା ସହ ଆସନ୍ତା ୧୪ ତାରିଖ ଗୁରୁବାର ସୁଦ୍ଧା ନ୍ୟାୟ ନ ମିଳିଲେ ୧୫ ତାରିଖ ଶୁକ୍ରବାର ଏଡିଏମ୍ କାର୍ଯ୍ୟାଳୟ ସାମ୍ନାରେ ଶାନ୍ତିପୂର୍ଣ୍ଣ ଧାରଣାରେ ବସିବା ପାଇଁ ସଂଘ ତରଫରୁ କାର୍ଯ୍ୟପନ୍ଥା ସ୍ଥିର କରାଯାଇଛି । ଅପର ପକ୍ଷେ ଏକ ବିଶ୍ୱସ୍ଥ ସୂତ୍ରରୁ ଯାଣିବାକୁ ମିଳିଛି ସ୍ଥାନୀୟ ଏଡିଏମ୍ଙ୍କ ଅନୁପସ୍ଥିତ ତଥା କାର୍ଯ୍ୟବ୍ୟସ୍ତତା ଦୃଷ୍ଟିରୁ ଚଳିତ ମାର୍ଚ୍ଚ ୦୧ ତାରିଖ ଠାରୁ ଏଡିଏମ୍ ଙ୍କ କାର୍ଯ୍ୟାଳୟରୁ ଥାନା ଅଧିକାରୀଙ୍କ କାର୍ଯ୍ୟାଳୟକୁ ତଦନ୍ତ କରି ତଥ୍ୟ ଉପସ୍ଥାପନ କରିବାକୁ ନିଦେ୍ର୍ଦଶ ଦିଆ ଯାଇଛି । ଯାହାକୁ ଭାରପ୍ରାପ୍ତ ଥାନା ଅଧିକାରୀ ଚାପି ରଖିଥିବା ଜଣା ପଡିଛି । ତେଣୁ ପାରାଦୀପ ଜେସିସି ସଭ୍ୟଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି । ଦୀର୍ଘ ଏକମାସ ହେବ ପାର୍କିଂରେ ଗାଡି ଛିଡା କରି କିସ୍ତି ଭରଣା କରୁଛନ୍ତି । ଅପର ପକ୍ଷେ ଜେସିସି ଦାଦାଗିରି କରି କମ୍ପାନୀ ସିଇଓ ଙ୍କୁ ଧମକାଇ ଗାଡି ଗୁଡିକୁ ସୁଚାର ରୂପେ ଚଳାଚଳ କରି ଭଲ ରୋଜଗାର କରୁଛନ୍ତି । ଧମକରେ ଭୟଭିତ ହୋଇ ଜେସିସି କୁ ପୂର୍ଣ୍ଣ କ୍ଷମତା ପ୍ରଦାନ କରିଥିବା ଡାରସେଲ କମ୍ପାନୀର କଟକ ମ୍ୟାନେଜର ଦୁଇ ଗୋଷ୍ଠିଙ୍କୁ ନିଜ ନିଜ ମଧ୍ୟରେ ଗଣ୍ଡଗୋଳ କରିବାକୁ ଉସୁକାଉଥିବା ତଥ୍ୟ ହସ୍ତ ଗତ ହୋଇଛି । ଯାହା ଫଳରେ ପାରାଦୀପ ବନ୍ଦର ଅଂଚଳରେ ପୁଣି ଅନ୍ୟଏକ ବଡ ଧରଣର ଗୋଷ୍ଠି କନ୍ଦଳ ଉଗ୍ର ରୂପ ନେବାକୁ ଦାନା ବାନ୍ଧି ସାରିଲାଣି । ତେଣୁ ପ୍ରଶାସନ ତୁରନ୍ତ ଏହାର ସମାଧାନ ନକଲେ ପାରାଦୀପ ପୁଣି ଅଶାନ୍ତ ହେବ ବୋଲି ବୁଦ୍ଧିଜୀବୀ ମାନେ ମତବ୍ୟକ୍ତ କରିଛନ୍ତି । ଯେଉଁ ଅଶାନ୍ତି ପାଇଁ ସ୍ଥାନୀୟ ପ୍ରଶାସନ ଏବଂ ପୁଲିସ ବିଭାଗ ସମ୍ପୁର୍ଣ୍ଣ ଦାୟୀ ରହିବେ ବୋଲି କହିଛନ୍ତି ସ୍ଥାନୀୟ ବାସିନ୍ଦା ଅନାମ ରାଉତ, ପ୍ରମୋଦ ପରିଡା, କୈଳାସ ସାମଲ, ମକର ନାୟକ ପ୍ରମୁଖ ।

Leave a Reply

Your email address will not be published.