ନଦୀକୁ ପାଣି ଦେଉଛି ପାନୀୟ ଜଳଯୋଗାଣ ପ୍ରକଳ୍ପ!

ନଦୀକୁ ପାଣି ଦେଉଛି ପାନୀୟ ଜଳଯୋଗାଣ ପ୍ରକଳ୍ପ!

ବାଲେଶ୍ୱର, (ଆଇଏନ୍ଏସ୍) : ଲୋକମାନଙ୍କୁ ବିଶୁଦ୍ଧ ପିଇବା ପାଣି ଯୋଗାଇବା ପାଇଁ ସରକାରଙ୍କ ପକ୍ଷରୁ ଲକ୍ଷଲକ୍ଷ ଟଙ୍କା ବ୍ୟୟରେ ଯେଉଁ ପ୍ରକଳ୍ପ ହୋଇଛି, ତାହା ଲୋକଙ୍କୁ ପାଣି ଯୋଗାଉ କି ନଯୋଗାଉ କିନ୍ତୁ ଏହି ପ୍ରକଳ୍ପ ନଦୀକୁ ପାଣି ଯୋଗାଇ ଚାଲିଛି । ପାନୀୟ ପାଣି ଯୋଗାଣ ପ୍ରକଳ୍ପ ନଦୀକୁ ପାଣି ଦେବା କଥା ଯାହାକୁ ବିଶ୍ୱାସ ହେଉନଥିବ, ସେହି ବ୍ୟକ୍ତିଙ୍କୁ ଅନୁରୋଧ ସୋର ବ୍ଲକର ଅନନ୍ତପୁର ଗ୍ରା.ପ. ଅନ୍ତର୍ଗତ ବାଲିଛନ୍ଦା ଘାଟ ନିକଟକୁ ଯାଇ ଦେଖି ଆସିବାକୁ । ବାଲିଛନ୍ଦା ଘାଟ ନିକଟରେ କାଂଶବାଂଶ ନଦୀ ଉପରେ ହୋଇଥିବା ପୋଲ ଉପରେ ଯାଇଥିବା ପାଣି ପାଇପରୁ ପାଣି ବାହାରି ପୋଲ ଉପରେ ସ୍ରୋତ ଚାଲିଛି ଏବଂ ସେହି ପାଣି ପୋଲ ତଳକୁ ଯାଇ କାଂଶବାଂଶ ନଦୀରେ ମିଶୁଛି । ପାଣି ପାଇପ୍ ନଷ୍ଟ ହୋଇ ସେଥିରେ ହୋଇଥିବା ଦୁଇଟି ଛିଦ୍ରରେ ପାଣି ଲିକ୍ କରୁଛି । ଅପରପକ୍ଷରେ ଏହାର ମରାମତି ଅନନ୍ତପୁର ଗ୍ରା.ପ. ର ହୋଇଥିବା ବେଳେ ଦୀର୍ଘଦିନ ଧରି ଏହି ଭଳି ଭାବରେ ପାଣି ପାଇପରୁ ଲିକ୍ କରୁଥିଲେ ମଧ୍ୟ ସେଥିପ୍ରତି ପଂଚାୟତ/ସରପଂଚ ମରାମତି ନକରି ଚୁପ୍ ହୋଇ ବସିଛନ୍ତି । ଏଥିପ୍ରତି ବିଭାଗୀୟ କର୍ତୃପକ୍ଷ ଦୃଷ୍ଟିଦେବା ଜରୁରୀ ।

Leave a Reply

Your email address will not be published.