ଯାନ୍ତ୍ରୀକ ଓ ବୈଷୟିକ ଛାତ୍ର ଛାତ୍ରୀଙ୍କୁ ଟ୍ରେନିଂ ଦେବ ଇଷ୍ଟଇିଣ୍ଡିଆ ଉଦ୍ୟୋଗ
ଆରମ୍ଭ କଲା କ୍ୟାମ୍ପସ କନେକ୍ଟ ପୋଗ୍ରାମ
ଭୁବନେଶ୍ୱର, (ଆଇଏନ୍ଏସ୍): ଶିକ୍ଷା ଅଧ୍ୟୟନ ସମୟରେ ନିଯୁକ୍ତି ପାଇବା ସମସ୍ତଙ୍କ ଲକ୍ଷ୍ୟଥାଏ । ଛାତ୍ର ଛାତ୍ରୀ ମାନେ ଯାନ୍ତ୍ରୀକ ଓ ବୈଷୟିକ ଶିକ୍ଷା ପଢିବା ସମୟରେ କ୍ୟାମ୍ପସ ପକ୍ରିୟାରେ ନିଯୁକ୍ତି ପାଇଥାନ୍ତି । କିନ୍ତୁ ନିର୍ଦ୍ଧିଷ୍ଠ ବିଷୟରେ ଦକ୍ଷତା ପାଇଁ ସମ୍ପୃକ୍ତ ସଂସ୍ଥା ତରଫରୁ କୌଣସି ବ୍ୟବସ୍ଥା କରାଯାଇ ନଥାଏ । ଫଳରେ କ୍ୟାମ୍ପସରେ ଉତିନ୍ନ ଛାତ୍ର ଛାତ୍ରୀ ମାନେ ନିଜ ପ୍ରକୃତ ଦକ୍ଷତାର ପରିପ୍ରକାଶ କରିନପାରି ଅନେକ ସମୟରେ ନିଜର ଭବିଷ୍ୟତ କୁ ଅନ୍ଧାର ମଧ୍ୟକୁ ଠେଲିହୋଇ ଯାଇଥାନ୍ତି ।ଏହି ସମସ୍ୟା ର ସମାଧାନ ପାଇଁ ଇଷ୍ଟ ଇଣ୍ଡିଆ ଉଦ୍ୟୋଗ ପକ୍ଷରୁ ମୁଖ୍ୟ ନିଦେ୍ର୍ଦଶକ ହର୍ଷ ଗୁପ୍ତା ଓ ଏଚଆର ହେଡେ ବ୍ରଜ କିଶ୍ୱର ସ୍ୱାଇଁ ଙ୍କ ପ୍ରତ୍ୟକ୍ଷ ତତ୍ୱାବୋଧନରେ ସାରା ବିଶ୍ୱରେ ଯାନ୍ତ୍ରୀକ ଓ ବୈଷୟିକ ପରିଚାଳନା ଶିକ୍ଷା କ୍ଷେତ୍ରରେ ପଢୁଥିôବା ଛାତ୍ର ଛାତ୍ରୀ ଙ୍କ ଚାକିରି କ୍ଷେତ୍ରରେ ଦକ୍ଷତା ଓ ନିଯୁକ୍ତ ସୁଦୃଢି କରଣ ପ୍ରକ୍ରିୟାର ଏକ ୬ ମାସିଆ ମୁକ୍ତ ଟ୍ରେନିଂ ପ୍ରଦାନ କାର୍ଯ୍ୟକ୍ରମ କରିଛନ୍ତି । ଯାହା ଫଳରେ ଛାତ୍ର ଛାତ୍ରୀ ମାନଙ୍କ ଚାକରି ଭବିଷ୍ୟତ ଉଜ୍ଜଳମୟ ହେବା ସହିତ ଭବିଷ୍ୟତରେ ସେମାନେ ଭୋଗୁଥିବା ଟ୍ରେନିଂ ଭୟକୁ ଦୁରେଇ ପାରିବେ । ପ୍ରଥମ ପର୍ଯ୍ୟାୟରେ ଇଷ୍ଟ ଇଣ୍ଡିଆ ଉଦ୍ୟୋଗ ୫ଶହ ଛାତ୍ର ଛାତ୍ରୀଙ୍କୁ ନେଇ ଏକ ଟ୍ରେନିଂ ପୋଗ୍ରାମ ସିଏସଆର ମାଧ୍ୟମରେ କରୁଥିବା ଜଣା ପଡିଛି । ପରବର୍ତି ପର୍ଯ୍ୟାୟରେ ବିଶ୍ୱର ସବୁଶ୍ରେଣୀୟ ଛାତ୍ର ଛାତ୍ରୀଙ୍କୁ ଚାକିରି ଦକ୍ଷତା ବୃଦ୍ଧି କରିବାକୁ ନିଷ୍ପତି ନେଇଥିବା ଶନିବାର ଜଟଣୀ ନିକଟସ୍ଥ ସେଂଚୁରିଆନ ମ୍ୟାନେଜମେଂଟ କଲେଜରେ ଆୟୋଜିତ ଟ୍ରେନିଂ ପୋଗ୍ରାମରେ କମ୍ପାନିର ଏଜିଏମ୍ ତପୋଲିନା ଦେ ରାଏ ପ୍ରକାଶ କରିଛନ୍ତି ।