ନୀଳାଦ୍ରିବିହାର ଯୁବ ଓ ସାଂସ୍କୃତିକ ସଂଘକୁ ଉତ୍କଳ ବୀର ସମ୍ମାନ

ବାତ୍ୟା ଫନିର ସଫଳ ମୁକାବିଲା କ୍ଷେତ୍ରକୁ ଉଲ୍ଲେଖନୀୟ ଯୋଗଦାନ

ନୀଳାଦ୍ରିବିହାର ଯୁବ ଓ ସାଂସ୍କୃତିକ ସଂଘକୁ ଉତ୍କଳ ବୀର ସମ୍ମାନ
ଭୁବନେଶ୍ୱର, (ଆଇଏନ୍ଏସ୍): ସାଧାରଣ ଜନଜୀବନକୁ ଅସ୍ତବ୍ୟସ୍ତ କରି ତା’ର କରାଳ ବିଭୀଷିକାରେ ସମସ୍ତଙ୍କୁ ଅସହାୟ କରି ଜନଜୀବନକୁ ନଷ୍ଟଭ୍ରଷ୍ଟ କରିଦେଇଥିବା ବାତ୍ୟା ଫନିର ସଫଳ ମୁକାବିଲା କ୍ଷେତ୍ରରେ ଅସହାୟ ଓ ମୁର୍ମୁଷୁଙ୍କର ସେବା, ସରକାର, ପୁଲିସ୍ ପ୍ରଶାସନ, ଅତ୍ୟାବଶକ ସେବା ଇତ୍ୟାଦିର ପୁନଃଉଦ୍ଧାର କ୍ଷେତ୍ରରେ ଉଲ୍ଲେଖନୀୟ ଯୋଗଦାନ ପାଇଁ ରାଜ୍ୟର ଅଗ୍ରଣୀ ସମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ନୀଳାଦ୍ରିବିହାର ଯୁବ ଓ ସାଂସ୍କୃତିକ ସଂଘକୁ ଓଡିଶା ସମାଜସେବୀ ମହାସଂଘ ତରଫରୁ ଉତ୍କଳ ବୀର ସମ୍ମାନରେ ସମ୍ମାନୀତ କରାଯାଇଛି । ଏହି ଉପଲକ୍ଷେ ସ୍ଥାନୀୟ ଜୟଦେବ ଭବନଠାରେ ବରିଷ୍ଠ ସାମ୍ବାଦିକ ଶ୍ରୀ ପ୍ରଦୋଷ ପଟ୍ଟନାୟକଙ୍କ ସଭାପତିତ୍ୱରେ ଆୟୋଜିତ ଏକ ବର୍ଣ୍ଣାଢ୍ୟ ସମାରୋହରେ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ସମୀର ରଞ୍ଜନ ଦାଶ ମୁଖ୍ୟ ଅତିଥି ରୂପେ ଯୋଗଦେଇ ସଂଘର ସଭାପତି ଡ. ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ ଓ ସାଧାରଣ ସଂପାଦକ ବିଶ୍ୱଜିତ୍ ପଟ୍ଟନାୟକ(ସିଲୁ)ଙ୍କୁ ଉତରୀୟ, ମାନପତ୍ର, ଚାରା ପ୍ରଦାନ କରି ସମ୍ବର୍ଦ୍ଧିତ କରିବା ସହ ଏହିପରି କାର୍ଯ୍ୟକ୍ରମ ଜାରି ରଖିବାକୁ ଉସôାହ ପ୍ରଦାନ କରିଥିଲେ । ଉସôବରେ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ସାମ୍ବାଦିକ ପ୍ରଦୁ୍ୟମ୍ନ ଶତପଥୀ, ଉକôଳ ସାମ୍ବାଦିକ ସଂଘର ରାଜ୍ୟ ସଭାପତି ବିଭୁତି ଭୂଷଣ କର,ଏ.ସି.ପି. ଟ୍ରାଫିକ୍ କିଶୋର ଚନ୍ଦ୍ର ପାଣିଗ୍ରାହୀ, ମହାସଂଘର ଉପଦେଷ୍ଟା ଲିଙ୍ଗରାଜ ସାହୁ, ସାମାଜିକ କର୍ମୀ ନମ୍ରତା ଚଢା, ପ୍ରୀତିଛନ୍ଦା ଧଳ, ମୀରା ପରିଡା, ଶୁଭଶ୍ରୀ ଦାସ, ସଂଘର ଉପସଭାପତି ମନସ୍ୱିନୀ ଜେନା ପ୍ରମୁଖ ଯୋଗଦେଇ ସଂଘକୁ ଉସôାହିତ କରିଥିଲେ । ସମ୍ବର୍ଦ୍ଧନାର ଉତରରେ ଏହି ପୁରସ୍କାର ସଂଘକୁ ଆଗକୁ ନେବାରେ ପ୍ରେରଣା ଯୋଗାଇବ ବୋଲି ମତବ୍ୟକ୍ତ କରିଥିଲେ । ଶେଷରେ ମହାସଂଘର ସଭାପତି ନାରାୟଣ ଚନ୍ଦ୍ର ଓଝା (ବାପୁ) ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published.