ପଦୋନ୍ନତି ବିଳମ୍ବ ଯୋଗୁଁ ଏଏନଏମଙ୍କ ମଧ୍ୟରେ ଅସନ୍ତୋଷ!
ଭୁବନେଶ୍ୱର : ବିଭିନ୍ନ ଜିଲ୍ଲାର ସ୍ୱାସ୍ଥ୍ୟ ପ୍ରଶାସନ( ସିଡିଏମଓ)ଙ୍କ ଅସହଯୋଗ ଯୋଗୁ ଏଲଏଚଭି ପଦୋନ୍ନତି ହୋଇପାରୁ ନାହିଁ । ଯାହାଫଳରେ ମୌଳିକ ସ୍ୱାସ୍ଥ୍ୟସେବା ପାଇବାରୁ ସାଧାରଣ ଲୋକେ ବଂଚିତ ହେଉଛନ୍ତି ।
ଅନୁସନ୍ଧାନରୁ ଜଣାଯାଇଛି, ପରିବାର କଲ୍ୟାଣ ନିଦେ୍ର୍ଦଶାଳୟ ପକ୍ଷରୁ ଏଏନଏମ ମାନଙ୍କୁ ବରିଷ୍ଠତା ଭିତିରେ ଏଲଏଚଭି ପଦବୀକୁ ପଦୋନ୍ନତି ଦିଆ ଯାଇଥାଏ । ଏଏନଏମ ପଦବୀ ହେଉଛି ଜିଲ୍ଲାସ୍ତରୀୟ ପଦବୀ । ଏଣୁ ସାରା ଓଡିଶାର ଜିଲ୍ଲା ସ୍ୱାସ୍ଥ୍ୟ କର୍ତୃପକ୍ଷଙ୍କୁ ଏକ ଗ୍ରେଡେସନ ତାଲିକା ପ୍ରସ୍ତୁତ କରିବା ପାଇଁ ଏଏନଏମ ମାନଙ୍କର ଡାଟା ଅନେକ ଦିନରୁ ମଗାଯାଇଥିଲେ ମଧ୍ୟ ଅନେକ ଜିଲ୍ଲା ସେମାନଙ୍କ ତାଲିକା ନିଦେ୍ର୍ଦଶାଳୟକୁ ପଠାଇ ନଥିବାରୁ ସେମାନଙ୍କର ଫାଇନାଲ ଗ୍ରେଡେସନ ତାଲିକା ପ୍ରକାଶ ପାଇପାରୁ ନାହିଁ । ଜଣାଯାଇଛି ଯେ, ଏପର୍ଯ୍ୟନ୍ତ, ନୟାଗଡ, ମୟୂରଭଂଜ ସମେତ ଅନେକ ଜିଲ୍ଲା ସେମାନଙ୍କ ଅଧୀନରେ କାମ କରୁଥିବା ଏଏନଏମ ମାନଙ୍କର ତାଲିକା ଦେଇ ନାହାନ୍ତି । ତା.୦୧.୦୧.୨୦୧୮ରିଖକୁ ଭିତିକରି ଗ୍ରେଡେସନ ତାଲିକା ଏବେ ପ୍ରସ୍ତୁ ହେଉଛି । ଆଗରୁ ଏଏନଏମ ପଦୋନତି ସିଧାସଳଖ ଦିଆନଯାଇ ଯେଉଁମାନେ ଏଲଏଚଭି ତାଲିମ ପାଉଥିଲେ, କେବଳ ସେଇମାନଙ୍କୁ ଏଲଏଚଭି ଭାବେ ପଦୋନ୍ନତି ମିଳୁଥିଲା । ସରକାର ଏବେ ଏଲଏଚଭି ତାଲିମ ବନ୍ଦ କରିଦେଇଛନ୍ତି । ଏଣୁ ବରିଷ୍ଠତା ଭିତିରେ ଏଏନଏମମାନଙ୍କୁ ପଦୋନ୍ନତି ମିଳିବା କଥା । କିନ୍ତୁ ଜିଲ୍ଲା ସ୍ୱାସ୍ଥ୍ୟ ପ୍ରଶାସନର ଅସହଯୋରୁ ଗ୍ରେଡେସନ ତାଲିକା ପ୍ରସ୍ତୁତ ହୋଇପାରୁ ନାହିଁ ।
ଏ ସମ୍ପର୍କରେ ଏଏନଏମ ସଂଘର ସଭାପତି ମିନତି ନାୟକ କହନ୍ତି ଯେ, ଆମେ ବହୁବାର ଏ ସମ୍ପର୍କରେ ସ୍ୱାସ୍ଥ୍ୟ ବିଭାଗର ଦୃଷ୍ଟି ଆକର୍ଷଣ କରିଛୁ । ଯେଉଁ ଜିଲ୍ଲାଗୁଡିକ ଏ ଦିଗରେ ସହଯୋଗ କରୁ ନାହାନ୍ତି, ସରକାର ସେମାନଙ୍କ ଉପରେ ଚାପ ପକାନ୍ତୁ ।
ଏଠାରେ ଉଲ୍ଲେଖ କରାଯାଇପାରେ ଯେ, ଏବେ୧୬୦ରୁ ଅଧିକ ଏଲଏଚଭି ପଦବୀ ଖାଲି ରହିଛି । ବିଶେଷ କରି କେବିକେ ଜିଲ୍ଲାରେ ଏଇସବୁ ପଦବୀ ଖାଲି ରହିଥିବାରୁ ମୌଳିକ ସ୍ୱାସ୍ଥ୍ୟସେବା ଠିକଭାବେ ଯୋଗାଇ ହେଉନାହିଁ । ଇତି ମଧ୍ୟରେ ଜନସ୍ୱାସ୍ଥ୍ୟ ନିଦେ୍ର୍ଦଶାଳୟ ପକ୍ଷରୁ ୧୧୫ ଜଣ ପୁରୁଷ ସ୍ୱାସ୍ଥ୍ୟକର୍ମୀଙ୍କୁ ପୁରୁଷ ସ୍ôାସ୍ଥ୍ୟ ସୁପରଭାଇଜର ଭାବେ ପଦୋନ୍ନତି ମିଳିଛି ।