ପଶ୍ଚିମ ଜେଟିର ବିକାଶ ପାଇଁ ପାରାଦ୍ୱୀପ ବନ୍ଦର ପକ୍ଷରୁ ବିଶ୍ୱ ସ୍ତରୀୟ ଆଇଏଫକୁ୍ୟ ଆହ୍ୱାନ
ପାରାଦ୍ୱୀପ, (ଆଇଏନ୍ଏସ୍): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧକ୍ଷତାରେ ଅନୁଷ୍ଠିତ ଅର୍ଥନୈତିକ ବ୍ୟାପର ସଂକ୍ରାନ୍ତ କ୍ୟାବିନେଟ କମିଟି ଦ୍ୱାରା ଅନୁମୋଦନ ହେବାର ୪ଦିନ ମଧ୍ୟରେ ପାରାଦ୍ୱୀପ ବନ୍ଦର ପଶ୍ଚିମ ଜେଟିର ବିକାଶ ସମେତ ଆଭ୍ୟନ୍ତରିଣ ପୋତାଶ୍ରୟର ଗଭୀର ଖନନ ଓ ଉନ୍ନତିକରଣ ପାଇଁ ବିଶ୍ୱସ୍ତରୀୟ ଆଇଏଫ୍କୁ୍ୟ (ଯୋଗ୍ୟତା ପାଇଁ ଅନୁରୋଧ) ଆହ୍ୱାନ କରିଛି । ଏହି ପ୍ରକଳ୍ପ ସରକାରୀ ଓ ଘରୋଇ ସହଭାଗିତା ଭିତ୍ତିରେ ନିର୍ମାଣ, ପରି·ଳନା ଓ ହସ୍ତାନ୍ତର ଆଧାରରେ କାର୍ଯ୍ୟକାରୀ କରାଯିବ । ଟେଣ୍ଡର ଦାଖଲର ଶେଷ ତାରିଖ ୧୮ ଫେବୃଆରୀ ୨୦୨୧ ଦିବା ୧୧ଟା ପର୍ଯ୍ୟନ୍ତ ସମୟ ଧାର୍ଯ୍ୟ କରାଯାଇଛି । ଏହାର ସମସ୍ତ ବିବରଣୀ ପାରାଦ୍ୱୀପ ବନ୍ଦର ୱେବ୍ସାଇଟରେ ଉପଲବ୍ଧ ଅଟେ । ତେବେ ଦୁଇଟି ପର୍ଯ୍ୟାୟରେ ପ୍ରସ୍ତାବିତ ପ୍ରକଳ୍ପ ବାର୍ଷିକ୨୫ ନିୟୁତ ମେଟ୍ରିକ ଟନ ପଣ୍ୟ କାରବାରରେ ସହାୟକ ହେବ । କେପ୍ସ (ବୃହତ) ଆକାରର ଜାହାଜ ଗୁଡିକ ପରି·ଳନା ପାଇଁ ଏହା ସୁବିଧା ଯୋଗାଇବ । ଦକ୍ଷ ଆବେଦନ କାରୀଙ୍କୁ କ୍ଷୁଦ୍ର ତାଲିକା କରିବା ପାଇଁ ଏହି ଆର୍ଏଫ୍କୁ୍ୟ ର ଆହ୍ୱାନ କରାଯାଇଥିବାର ପାରାଦ୍ୱୀପ ବନ୍ଦର ଲୋକ ସଂପର୍କ ବିଭାଗ ପକ୍ଷରୁ ଏକ ପ୍ରେସ୍ ବିଜ୍ଞପ୍ତିରୁ ପ୍ରକାଶ ।