ପାରାଦୀପ ବନ୍ଦରର ଅନୁକମ୍ପାମୂଳକ କର୍ମଚାରୀ ଙ୍କୁ ସ୍ଥାୟୀ ନିଯୁକ୍ତି ପାଇଁ ବୈଠକ

ପାରାଦୀପ ବନ୍ଦରର ଅନୁକମ୍ପାମୂଳକ କର୍ମଚାରୀ ଙ୍କୁ ସ୍ଥାୟୀ ନିଯୁକ୍ତି ପାଇଁ ବୈଠକ

ପାରାଦୀପ, (ଆଇଏନ୍ଏସ୍): ପାରାଦୀପ ବନ୍ଦର ରେ କାର୍ଯ୍ୟରତ ଅନୁକମ୍ପାମୂଳକ କର୍ମଚାରୀ ଙ୍କୁ ସ୍ଥାୟୀ ନିଯୁକ୍ତି ପାଇଁ ବୈ÷ଠକ ଅନୁଷ୍ଠିତ ହୋଇଥିଲା । ପାରାଦୀପ ବନ୍ଦର ଓାର୍କସ ୟୁନିୟନ୍ ପକ୍ଷରୁ ଏ ସଂପର୍କ ରେ ପାରାଦୀପ ବନ୍ଦର କତୃପକ୍ଷ ଙ୍କ ସହିତ ବିସ୍ତୃତ ଆଲୋଚନା ହୋଇଥିଲା । ଆଲୋଚନାରେ ପାରାଦୀପ ବନ୍ଦର ର ଉପାଧ୍ୟକ୍ଷ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ବନ୍ଦରର ସିନିୟର ଡେପୁଟି ସେକ୍ରେଟାରୀ, ଡେପୁଟି ସେକ୍ରେଟାରୀ ଉପସ୍ଥିତ ରହି ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ । ପାରାଦୀପ ବନ୍ଦରରେ କାର୍ଯ୍ୟରତ ଅନୁକମ୍ପାମୂଳକ କର୍ମଚାରୀମାନଙ୍କୁ ସ୍ଥାୟୀ ଚାକିରୀ ସମ୍ବନ୍ଧୀୟ ସିଜିଆଇଟି ନିଦେ୍ର୍ଦଶକୁ କାର୍ଯକାରୀ କରିବାକୁ ଓାର୍କସ୍ ୟୁନିୟନର କାର୍ଯକାରୀ ସଭାପତି ଅନନ୍ତ କୁମାର ଦାଶ, ଉପସଭାପତି ଗୁଣନିଧି ଚୌଧୁରୀ, ସାଧାରଣ ସଂପାଦକ ନୃସିଂହ ଚରଣ ଶତପଥୀ ନିବେଦନ କରିଥିଲେ । ଏ ସଂପର୍କ ରେ ଏକ ୧୩ ଦଫା ଦାବୀପତ୍ର ବନ୍ଦର କର୍ତ୍ତୃପକ୍ଷ ଙ୍କୁ ପ୍ରଦାନ କରାଯାଇଥିଲା । ଏ ବିଷୟ ରେ ସବିଶେଷ ଆଲୋଚନା କରାଯାଇ ଆସନ୍ତା ୧୫ ଦିନ ମଧ୍ୟରେ ଅନୁକମ୍ପାମୂଳକ କର୍ମଚାରୀମାନଙ୍କ ସିନିୟରିଟି ତାଲିକା ବନ୍ଦରର େଓବସାଇଟ୍ ରେ ପ୍ରକାଶିତ ହେବ । ପ୍ରତିବର୍ଷ ୫ପ୍ରତିଶତ ହିସାବରେ ନିଯୁକ୍ତି ଦେବାକୁ ୟୁନିୟନ ପକ୍ଷରୁ ସାଧାରଣ ସଂପାଦକ ନୃସିଂହ ଚରଣ ଶତପଥୀ ଏହି ଆଲୋଚନାରେ ଦାବୀ କରିଥିଲେ । ଶ୍ରୀ ଶତପଥୀଙ୍କ ଏହି ପଦକ୍ଷେପକୁ ବିଭିନ୍ନ ମହଲରେ ପ୍ରଶଂସା ମିଳିଛି ।

2 thoughts on “ପାରାଦୀପ ବନ୍ଦରର ଅନୁକମ୍ପାମୂଳକ କର୍ମଚାରୀ ଙ୍କୁ ସ୍ଥାୟୀ ନିଯୁକ୍ତି ପାଇଁ ବୈଠକ

Leave a Reply

Your email address will not be published.