ପାରାଦ୍ୱୀପରେ ଟ୍ରକ୍ ଚାଳକଙ୍କ ବେପରୁଆ ଗାଡି ଚାଳନା!

ଡିଭାଇଡରରେ ଚଢିଲା ୨ ଟ୍ରକ!

ପାରାଦ୍ୱୀପ, (ଆଇଏନ୍ଏସ୍): ବନ୍ଦର ସହର ପାରାଦ୍ୱୀପକୁ ପ୍ରତ୍ୟହ ହଜାର ହଜାର ସଂଖ୍ୟାରେ ଟ୍ରକ ପଣ୍ୟ ଖଲାସ ଓ ବୋଝେଇ ପାଇଁ ଆସିଥାନ୍ତି । ଏତେ ସଂଖ୍ୟାରେ ଟ୍ରକ୍ ଆସୁଛନ୍ତି ଯେ ଏହାର ଚଳାଚଳ ଓ ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ ପୋଲିସକୁ କାଠିକର ପାଠ ହେବା ପରେ ପାରାଦ୍ୱୀପ ଅଂଚଳର ତିନିଗୋଟି ଟ୍ରକ୍ ମାଲିକ ସଂଘକୁ ନେଇ ଗଠିତ ହୋଇଥିବା ଯୁଗ୍ମ ପରିଚାଳନା କମିଟି (ଜେସିସି) ସଭ୍ୟମାନେ ପ୍ରତ୍ୟେହ ଦିନ ପାରାଦ୍ୱୀପ ଠାରୁ ବାଲିଚନ୍ଦ୍ରପୁର ପର୍ଯ୍ୟନ୍ତ ବୋଲେରୋ ରେ ଯାଇ ଭିଡ ନିୟନ୍ତ୍ରଣ କରିବା ସହ ଜାତୀୟ ରାଜପଥରୁ ଭିଡ ନିୟନ୍ତ୍ରଣ କରିଥାନ୍ତି । ଗତ ୩୦ ତାରିଖ ଦିନ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ପାରାଦ୍ୱୀପ ଗୋପବନ୍ଧୁ ଷ୍ଟାଡିୟମ ଗସ୍ତ ବେଳେ ଟ୍ରକ୍ ମାଲିକ ସଂଘ ଦ୍ୱାରା ଟ୍ରାଫିକ୍ ନିୟନ୍ତ୍ରଣ ସମ୍ବନ୍ଧରେ ସୂଚନା ଦେଇଥିଲେ ଜେ.ସି.ସିର ସଂପାଦକ ତଥା ପାରାଦ୍ୱୀପ ଟ୍ରକ୍ ମାଳିକ ସଂଘର ସଭାପତି ସୁମନ୍ତ କୁମାର ବିଶ୍ୱାଳ । ଖୋଦ୍ ଏସ୍. ପିଙ୍କ ଆଗରେ ଏହି କଥା କହିବାର ୨୪ ଘଂଟା ପରେ ଅଠରବାଙ୍କୀ ଟର୍ମିନାଲ ଛକରେ ଏକ ଦୃତଗାମୀ ଟ୍ରକ୍ ଏକ ବାଇକ୍ ଉପରେ ଚଢିଯିବାରୁ ଗତ୧ ତାରିଖ ସଂନ୍ଧ୍ୟାରେ ଜଣେ କମ୍ପାନୀ କର୍ମଚାରୀ ମୃତୁ୍ୟ ବରଣ କରିଥିବା ବେଳେ ଆଉ ଜଣେ ଆହାତ ହୋଇଥିଲେ । ୨ତାରିଖ ଦିନ ପାରାଦ୍ୱୀପ ସବ୍ଷ୍ଟେସନ ଛକ ନିକଟରେ ଏକ ଦୃତଗାମୀ ଟ୍ରକ୍ ଫୁଟପାଥ୍ ଡିଭାଇଡର ଉପରେ ଚଢି ଯିବାରୁ ଫୁଟପାଥ୍ ଷ୍ଟି୍ରଟ୍ ଲାଇଟ୍ ଖୁଂଟ ଭାଙ୍ଗି ପଡିଛି । ସୌଭାଗ୍ୟ ବଶତଃ କେହି ମୃତାହତ ହୋଇନଥିବା ବେଳେ ପାରାଦ୍ୱୀପ ବନ୍ଦରର ଷ୍ଟି୍ରଟ୍ ଲାଇଟ୍ ଖୁଂଟ କ୍ଷତିଗ୍ରସ୍ତ ହୋଇଥିôବା ଜଣାପଡିଛି । ପୂର୍ବାହ୍ନରେ ଏହି ଦୁର୍ଘଟଣା ଘଟିବାର ଅଳ୍ପ କିଛି ଘଂଟା ପରେ ମଧ୍ୟାହ୍ନରେ ଇଫକୋ ଛକ ନିକଟରେ ମଧ୍ୟ ଆଉ ଏକ ଦୃତ ଗାମୀ ଟ୍ରକ୍ ଡିଭାଇଡର ଉପରେ ଚଢିଯାଇଛି । ଦୁଇ ଦୁଇଟି ଟ୍ରକ୍ ଦୃତ ଗତିରେ ଯାଇ ଫୁଟପାଥ୍ ଓ ଡିଭାଇଡର ଉପେର ଚଢିଯାଇଥିବା ବେଳେ ସୌଭାଗ୍ୟ ବଶତଃ ଗୁରୁବର ଦିନର ଏହି ଘଟଣାରେ କେହି ମୃତାହତ ହୋଇନାହାଁନ୍ତି ।

Leave a Reply

Your email address will not be published.