ପାରାଦ୍ୱୀପ ବନ୍ଦର ଆନୁକୂଲ୍ୟରେ ଦୁର୍ନୀତି ନିବାରଣ ସପ୍ତାହ ପାଳିତ
ପାରାଦ୍ୱୀପ, (ଆଇଏନ୍ଏସ୍): କେନ୍ଦ୍ରୀୟ ସତର୍କତା କମିସନଙ୍କ ନିର୍ଦେଶାନୁଯାୟୀ ପାରାଦ୍ୱୀପ ବନ୍ଦର ପକ୍ଷରୁ ସପ୍ତାହ ବ୍ୟାପି ·ଲିଥିବା ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ନଭେମ୍ବର ୨ତାରିଖ ସୋମବାର ଦିନ ସ୍ଥାନୀୟ ଅଫିସର୍ସ କ୍ଳବ ଠାରେ ଉଦଯାପିତ ହୋଇଯାଇଛି । ସମସ୍ତ କୋଭିଡ ନିୟମ ପାଳନ ପୂର୍ବକ ଆୟୋଜିତ ଉଦଯାପନୀ ଉତ୍ସବରେ ବନ୍ଦର ଅଧ୍ୟକ୍ଷ ରିଙ୍କେଶ ରଏ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଣାଳୀ ବା ସିଷ୍ଟମର ପ୍ରଘଟ ବନ୍ଦ ହେବା ଉଚିତ ଏବଂ ଏହାକୁ ଅଧିକ ଶୃଙ୍ଖଳିତ କରାଯିବା ଉଚିତ ବୋଲି କହିଥିଲେ । ସେହି ପରି ପାରାଦ୍ୱୀପ ବନ୍ଦରରେ ସ୍ଥାପିତ ହେବାକୁ ଯାଉଥିବା ମୁଖହୀନ ବିଲ୍ ପ୍ରକି୍ରୟାକରଣ ବ୍ୟବସ୍ଥା ଉପରେ ଅଧ୍ୟକ୍ଷ ଶ୍ରୀ ରଏ ଗୁରୁତ୍ୱାରୋପ କରିଥିଲେ । କୋଭିଡ୍-୧୯ ମହାମାରୀ ପାରାଦ୍ୱୀପ ବନ୍ଦରରେ ଇ-ଅଫିସ ପ୍ରଣାଳୀ ପ୍ରବର୍ତନ ପାଇଁ ଏକ ଉତମ ସୁଯୋଗ ପ୍ରଦାନ କରିଥିବା ବେଳେ ଆଇଟି ଇଂଟରଫେସ ସ୍ୱଚ୍ଛତାର ଲକ୍ଷ୍ୟକୁ ଉନ୍ନତ ଫଳାଫଳ ଆଡକୁ ନେଇଯିବ । ବନ୍ଦରର ସମସ୍ତ ବିଭାଗ ଦ୍ୱାରା ସ୍ଥାନିତ ବିଭିନ୍ନ ଅଭିନବ ପଦ୍ଧତିକୁ ଶ୍ରୀ ରଏ ପ୍ରଶଂସା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବନ୍ଦର ଉପାଧ୍ୟକ୍ଷ ଏ.କେ.ବୋଷ ସମ୍ମାନୀତ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ଷେତ୍ରରେ ଏସଓପି ଏବଂ ନିଦେ୍ର୍ଦଶାବଳୀକୁ ଆନ୍ତରିକତାର ସହ ପାଳନ କରାଯିବା ଆବଶ୍ୟକ ବୋଲି କହିଥିଲେ । ଏହି କାର୍ଯ୍ୟକ୍ରମକୁ ବନ୍ଦର ଉପ ମୁଖ୍ୟ ସତର୍କତା ଅଧିକାରୀ ଏଚ୍.ଏସ୍ ରାଉତ ପର·ଳନା କରିଥିଲେ । ଏହାପରେ ଅନ୍ଲାଇନ୍ ପ୍ଳାଟଫର୍ମ ମାଧ୍ୟରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ କୃତୀ କର୍ମଚାରୀ ଓ ବିଦ୍ୟାଳୟର ଛାତ୍ରମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ଶେଷରେ ବନ୍ଦର ସତର୍କମା ବିଭାଗ ଏଇ ନିହାର ରଞ୍ଜନ ଓଝା ଧନ୍ୟବାଦ ଅର୍ପଣ କରିଥିଲେ ।