ପାରାଦ୍ୱୀପ: ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ବାଇକ୍ ଆରୋହୀ ମୃତ
ପାରାଦ୍ୱୀପ, (ଆଇଏନ୍ଏସ୍): ପାରାଦ୍ୱୀପ ଟର୍ମିନାଲ ଛକଠାରେ ବୁଧବାର ଦିନ ସକାଳେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣେ ବାଇକ୍ ଆରୋହୀଙ୍କ ମୃତୁ୍ୟ ଘଟିଛି । ମୃତକ ଜଣକ ହେଲେ ଏରସମା ବ୍ଳକ ଚଟୁଆ ପୋଖରିଆପଡା ର ଅଜୟ ଦାସ (୪୦)ସେ ପାରାଦ୍ୱୀପ ମାଛଧରା ବନ୍ଦରରେ ଗେଟ୍ ଜଗୁଆଳି ଭାବରେ କାର୍ଯ୍ୟ କରୁଥିଲେ । ଡୁ୍ୟଟି ସାରି ଘର ପାଇଁ କିଛି ମାଛ ନେଇ ଗ୍ରାମକୁ ଫେରୁଥିବା ବେଳେ ତାଙ୍କ ପଛପଟୁ ଏକ ତେଲ ଟ୍ୟାଙ୍କର ଧକ୍କା ଦେବା ଫଳରେ ଘଟଣା ସ୍ଥଳରେ ବାଇକ୍ ଆରୋହୀ ଅଜୟ ଦାସଙ୍କ ମୃତୁ୍ୟ ଘଟିଥିଲା । ଖବର ପାଇ ପାରାଦ୍ୱୀପ ଆଦର୍ଶ ଥାନା ଅଧିକାରୀ ରଜନୀକାନ୍ତ ସାମଲ ସଦଳବଳେ ଘଟଣା ସ୍ଥଳରେ ପହଂଚି ମୃତଦେହକୁ ଉଦ୍ଧାର କରିଥିବା ବେଳେ ଟ୍ୟାଙ୍କରଟିକୁ ଜବତ କରିଛନ୍ତି । ଡ୍ରାଇଭର ଘଟଣାିସ୍ଥଳରୁ ଫେରାର ହୋଇଯାଇଛି । ତେବେ ବନ୍ଦରକୁ ସଂଯୋଗ ହୋଇଥିବା ଏପରି ଗୁରୁତ୍ୱପୂର୍ଣ୍ଣ ରାଜପଥ ସଠିକ୍ ଭାବେ ମରାମତି ହେଉ ନଥିବାରୁ ଏଥିରେ ବଡ ବଡ ଗର୍ତ ହୋଇ ବହୁ ଛୋଟବଡ ଦୁର୍ଘଟଣାମାନ ଘଟୁଛି । ବର୍ଷାଦିନେ ଏହି ରାସ୍ତାରେ ବର୍ଷାଜଳ ନିଷ୍କାସନର ବ୍ୟବସ୍ଥା ନଥିବା ହେତୁ ଏହି ଜଳ ରାସ୍ତା ଉପରେ ଜମା ରହି ରାସ୍ତା ଉପରେ ଥିବା ଗର୍ତ ଦୃଶ୍ୟମାନ ହେଉନାହିଁ । ଯାହାଫଳରେ ଗାଡି ସବୁ ଜଖମ ହେବା ସହ ଦୁଇଚକିଆ ଯାନ ଓ ଆରୋହୀ ଦୁର୍ଘଟଣାର ସମ୍ମୁଖୀନ ହୋଇ ମୃତୁ୍ୟମୁଖରେ ପଡୁଥିବା କୁହା ଯାଉଛି । ଏଥିପ୍ରତି ପ୍ରଶାସନ ତୁରନ୍ତ ଦୃଷ୍ଟି ଦେବା ପାଇଁ ସାଧାରଣରେ ଦାବି ହୋଇଛି ।
Brock Utne, Identifying the Root Causes of Drug Shortages, The Bulletin official magazine of the Santa Clara County Medical Association the Monterey County Medical Society, Nov Dec 2018, p can you buy priligy in usa