ପାରାଦ୍ୱୀପ: ମହାନଦୀ ମୁହାଁଣରେ ମାଛଧରା ଡଙ୍ଗା ବୁଡି୨ ମୃତ ଓ ଦୁଇ ଗୁରୁତର!

ପାରାଦ୍ୱୀପ: ମହାନଦୀ ମୁହାଁଣରେ ମାଛଧରା ଡଙ୍ଗା ବୁଡି୨ ମୃତ ଓ ଦୁଇ ଗୁରୁତର!

ପାରାଦ୍ୱୀପ, (ଆଇଏନ୍ଏସ୍): ପାରାଦ୍ୱୀପ ନେହେରୁବଙ୍ଗଳା ନିକଟସ୍ଥ ମହାନଦୀ ମୁହାଁଣ ମୁହଁରେ ମାଛଧରା ଡଙ୍ଗା ବୁଡି ଦୁଇଜଣଙ୍କ ମୃତୁ୍ୟ ହୋଇଥିବା ବେଳେ ଦୁଇଜଣ ମତ୍ସ୍ୟଜୀବୀ ଗୁରୁତ୍ୱର ଆହାତ ହୋଇଛନ୍ତି । ତେବେ ୧୫ଜଣ ମତ୍ସ୍ୟଜୀବୀ ମାକାଳୀ ନାମକ ଏକ ଡଙ୍ଗାରେ ସମୁଦ୍ରକୁ ମାଛ ମାରିବା ପାଇଁ ଯାଉଥିôବା ବେଳେ ଶୁକ୍ରବାର ଦିନ ଘଟିଛି ଏଭଳି ଅଭାବନୀୟ ଘଟଣା । ଉଚ୍ଚ ଢେଉ ଓ ପ୍ରବଳ କରେଂଟ ଯୋଗୁଁ ଡଙ୍ଗାଟି ଭାରସାମ୍ୟ ହରାଇ ବୁଡିଯାଇଥିଲା । ଫଳରେ ୧୫ଜଣ ମତ୍ସ୍ୟଜୀବୀ ସମୁଦ୍ରରେ ବୁଡି ଯାଇଥିଲେ । ଏହି ସମୟରେ ଦେବଦୁତ ସାଜିଥିଲେ ସେଠାରୁ କିଛି ଦୂରରେ ଏକ ହୁଲି ଡଙ୍ଗାରେ ମାଛ ଧରୁଥିବା ବାବୁ ମିର୍ଦ୍ଧା । ସେ ଏକୁଟିଆ ପ୍ରବଳ କରେଂଟ ଓ ଉଚ୍ଚା ଲହଡିକୁ ଖାତିରି ନକରି ନିଜ ଜୀବନକୁ ବାଜି ଲଗାଇ ଉଦ୍ଧାର କରିଥିଲେ ୧୫ଜଣ ମତ୍ସ୍ୟଜୀବୀଙ୍କୁ । ତେବେ ଏମାନଙ୍କ ମଧ୍ୟରୁ ଗୁରୁଚାନ୍ଦ ରାୟ ଓ ବିଦୁଭୂଷଣ ମାଇତି ନାମକ ଦୁଇ ମତ୍ସ୍ୟଜୀବୀଙ୍କ ମୃତୁ୍ୟ ହୋଇଥିଲା ବେଳେ ଭୀମ ମଣ୍ଡଳ ଓ ନିଳକଣ୍ଠ ବୈଦ୍ୟ ଗୁରୁତ୍ୱର ଆହାତ ହୋଇଥିଲେ ।୨ମୃତ ଦେହ ସମେତ ସମସ୍ତ ମତ୍ସ୍ୟଜୀବୀଙ୍କୁ ଅଠରବାଙ୍କୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଥିଲା । ଘଟଣା ସ୍ଥଳରେ ପାରାଦ୍ୱୀପ ପୋଲିସ ପହଂଚି ଶବ ଜବତ କରିବା ସହିତ ତଦନ୍ତ ଜାରି ରଖିଛନ୍ତି । ଅନ୍ୟ ପକ୍ଷ୍ୟରେ ଚାରିଦଫା ଦାବୀ ନେଇ ଅଖିଳ ଓଡିଶା ମତ୍ସ୍ୟ ଉତ୍ପାଦକ ମହାସଂଘ ପକ୍ଷରୁ ସାମୁଦ୍ରିକ ମାଛ ନଧରିବା ପାଇଁ ଘୋଷଣା କରାଯାଇଥିବାରୁ କୌଣସି ବୋଟ କିମ୍ବା ଯନ୍ତ୍ର ଚାଳିତ ଡଙ୍ଗା ସମୁଦ୍ରକୁ ମାଛ ଧରିବା ପାଇଁ ଯାଉ ନାହାଁନ୍ତି । ଯେଉଁଥିପାଇଁ ଏହି ଡଙ୍ଗା ବୁଡି ସମୟରେ ଅନ୍ୟ ମସô୍ୟଜୀବୀ ଏ ସମ୍ପର୍କରେ ସୂଚନା ପାଇ ପାରିନଥିଲେ ।

Leave a Reply

Your email address will not be published.