ପାରାଦ୍ୱୀପ ରିଫାାଇନାରୀ ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ
ପାରାଦ୍ୱୀପ, (ଆଇଏନ୍ଏସ୍): ସଂପ୍ରତି କରୋନା ମହାମାରୀ ସଂକ୍ରମଣ ପରିପ୍ରେକ୍ଷୀରେ ଲକ ଡାଉନ ଓ ସାମାଜିକ ଦୂରତ୍ୱ ଦୃଷ୍ଟିରୁ ସାଧାରଣରେ ବିଭିନ୍ନ ସଂଗଠାନ ପକ୍ଷରୁ ରକ୍ତଦାନ ଶିବିରରେ ଶୀଥିଳତା ଦେଖାଯାଇଛି । ଏହାକୁ ଦୃଷ୍ଟିରେ ରଖି ପାରାଦ୍ୱୀପ ରିଫାଇନାରୀ ପକ୍ଷର୍ୁ ଟାଉନସିପ୍ ସ୍ଥିତ ଚିକିତ୍ସାଳୟ ପରିସରରେ ଜିଲ୍ଲା ବ୍ଲଡବ୍ୟାଙ୍କ ମିଳିତ ସହଯୋଗରେ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା । ଉକ୍ତ ଶିବିରରେ ୬୯ ୟୁନିଟ ରକ୍ତ ସଂଗୃହିତ ହୋଇଥିବା ବେଳେ ଏଥିରେ ରିଫାଇନାରି ଓ କେନ୍ଦ୍ରୀୟ ଔଦୋଗିକ ସୂରକ୍ଷା ବଳର କର୍ମଚାରୀମାନେ ସ୍ୱେଛାକୃତ ଭାବେ ରକ୍ତଦାନ କରିଥିଲେ । ପାରାଦ୍ୱୀପ ରିଫାଇନାରୀର କାର୍ଯ୍ୟନିର୍ବାହୀ ନିଦେ୍ର୍ଦଶକ ଟି.ଡି.ଭି.ଏସ୍ ଗୋପାଳ କୃଷ୍ଣ ଶିବିରକୁ ଉଦଘାଟନ କରି ସମସ୍ତଙ୍କୁ ଉସôାହିତ କରିଥିଲେ । ରିଫାଇନାରୀ ଚିକିତ୍ସାଳୟ ର ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ଏ.କୋକିଳାଭାନୀ ଏହି ରକ୍ତଦାନ ଶିବିରରେ ପ୍ରଥମେ ରକ୍ତଦାନ କଲାପରେ ଅନ୍ୟ ସମସ୍ତେ ରକ୍ତ ଦାନ କରିଥିଲେ । ତେବେ କୋଭିଡ-୧୯ ସମୟରେ ଏପରି ରକ୍ତଦାନ ଶିବିରର ଆୟୋଜନ ଦ୍ୱାରା ସଂଗୃହିତ ରକ୍ତ ଜନସାଧାରଣଙ୍କ ସେବାରେ ସହାୟକ ହେବ ।