ପୂର୍ବତଟ ରେଳବାଇ ବିଭାଜନକୁ ବିରୋଧ
ଭୁବନେଶ୍ୱର, (ଓଏନ୍ଏସ୍): ପୂର୍ବତଟ ରେଳ ବିଭାଗକୁ କେନ୍ଦ୍ର ସରକାର ରାଜନୀତିକ ସ୍ୱାର୍ଥ ସାଧନ ପାଇଁ ଭାଭା କରି ଦେଇଥିବାରୁ ବିଜେଡ଼ି ଆନେ୍ଦାଳନକୁ ଓହ୍ଲାଇଛି । କଂଗ୍ରେସ ମଧ୍ୟ ଏହାକୁ ବିରୋଧ କରିଛି । ତେବେ ବିଜେଡ଼ି ପକ୍ଷରୁ ପୂର୍ବତଟ ରେଳ କାର୍ଯ୍ୟାଳୟ ସାମ୍ନାରେ ବିକ୍ଷୋଭ ପ୍ରଦର୍ଶନ କରିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ଜୋରଦାର ପ୍ରତିବାଦ କରିଛନ୍ତି । ପ୍ରତିବାଦ ସଭାରେ ବିଜେଡ଼ି ନେତାମାନେ କେନ୍ଦ୍ର ସରକାରଙ୍କ ନୀତି ବିରୁଦ୍ଧରେ ବିଷୋଦଗାର କରିଥିଲେ । ସେମାନେ ଅଭିଯୋଗ କରିତôଲେ ଯେ, ପୂର୍ବତଟ ରେଳ ପଥକୁ ବିଭାଜନ କରିବାର ନିଷ୍ପତି ଓଡ଼ିଶାର ରେଳବାଇ ବିକାଶରେ ବଡ଼ ପ୍ରତିବନ୍ଧକ ସାଜିବ । ସୂଚନାଯୋଗ୍ୟ ଯେ, ଉତର ଓ ପଶ୍ଚିମ ଓଡ଼ିଶାର ବିସ୍ତୃତ ଅଂଚଳ ବିଳାସପୁର ଓ ଚକ୍ରଧରପୁର ରେଳ ଡ଼ିଭିଜନ ଅଧିନରେ ରହିଛି । ଏବେ ପୁଣି ୱାଲଟିୟର ରେଳ ଡ଼ିଭିଜନକୁ ଭାଗ ଭାଗ କରି ବୃହତ ଅଂଶକୁ ନୂଆ ରେଳପଥ ଜୋନ ଅନ୍ତର୍ଭୁକ୍ତ କରିବା ପାଇଁ ପ୍ରସ୍ତାବ ଓ ଉଦ୍ୟମ ପୂର୍ବତଟ ରେଳବାଇ ପାଇଁ ଘୋର ଅଭିଶାପ ସାଜିବ । କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଏବଂ ଧର୍ମେନ୍ଦ୍ର ପ୍ରଧାନ ଏ ସଂକ୍ରାନ୍ତରେ ନୀରବ ରହିବାର କାରଣ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଉକ୍ତ ବିକ୍ଷୋଭ କାର୍ଯ୍ୟକ୍ରମରେ ବିଜେଡ଼ି ନେତା ପୂର୍ବତନ ମନ୍ତ୍ରୀ ସଂଜୟ ଦାସ ବର୍ମା, ବିଧାୟକ ପି୍ରୟଦର୍ଶି ମିଶ୍ର, ଯୁବ ବିଜେଡ଼ି ସଭାପତି ଅମରେଶ ପତ୍ରୀ, ଛାତ୍ର ବିଜେଡ଼ି ସଭାପତି ରାଣା ପ୍ରତାପ ପାତ୍ର ଓ ମହିଳା ବିଜେଡ଼ି ସଭାନେତ୍ରୀ ମିନତୀ ବେହେରାଙ୍କ ସମେତ ବହୁ ନେତା ଅଂଶ ଗ୍ରହଣ କରିଥିଲେ ।