ପ୍ରତି ସରକାରୀ କାର୍ଯ୍ୟ ପାଇଁ ଏକ ସମୟସୀମା ରହୁ

ପ୍ରତି ସରକାରୀ କାର୍ଯ୍ୟ ପାଇଁ ଏକ ସମୟସୀମା ରହୁ

ସୁବାସ ଷଡଙ୍ଗୀ
ଶାସନ ଯଦି ଲୋକଙ୍କ ପାଖରେ ନ ପହଂଚିଲା,ତେବେ ଏପରି ଶାସନ କରିବାର କୌଣସି ମୂଲ୍ୟ ନାହିଁ । ଏ କଥାର କୌଣସି ଦ୍ୱିରକ୍ତି ନାହିଁ । ଗଣତନ୍ତ୍ରର ବିଧି ବ୍ୟବସ୍ଥା ସମ୍ପର୍କରେ ସଭିଏଁ କହୁଛନ୍ତି । କିନ୍ତୁ ଗଣତାନ୍ତ୍ରିକ ପଦ୍ଧତିରେ କାମ କରିବା କଥା କେହି ଚାହାନ୍ତି ନାହିଁ । କେନ୍ଦ୍ର ସରକାରଙ୍କ ଠାରୁ ଆରମ୍ଭ କରି ରାଜ୍ୟ ସରକାର ପର୍ଯ୍ୟନ୍ତ-ସଭିଏଁ ଗୋଟିଏ ଭାଡିର ପାରା ।
ତଳସ୍ତରରୁ ଆରମ୍ଭ କରି ଉପରସ୍ତର ପର୍ଯ୍ୟନ୍ତ ସବୁଠାରେ ଦୁର୍ନୀତିର ଅଭିଯୋଗ । ବିଶେଷକରି ତଳସ୍ତରରେ ଦୁର୍ନୀତି ସବୁଠାରୁ ଅଧିକ । ୫ଟି ସୂଚୀ କାର୍ଯ୍ୟକାରି କରାଯିବା କଥା ସରକାର ଘୋଷଣା କଲେ । ପ୍ରଥମ ପର୍ଯ୍ୟାୟରେ ଡାକ୍ତରଖାନା ଓ ଥାନାର କାମ ଦେଖାଯିବାକୁ ଘୋଷଣା ହେଲା । ନିଜେ ପାଣ୍ଡିଆନବାବୁ ବିଭିନ୍ନ ଡାକ୍ତରଖାନା ପରିଦର୍ଶନ କଲେ । ଭୋର ୫ଟାରୁ କଟକ ବଡ ଡାକ୍ତରଖାନ ପରିଦର୍ଶନ ଡାକ୍ତରଙ୍କ ମନ ଭିତରେ କୋକୁଆ ଭୟ ସୁୃଷ୍ଟି କଲା । ମୁଁ ତ ନିଜେ ଜାଣିଛି, ଅନେକ ଡାକ୍ତର ଆଠଟା ବେଳୁ ଡାକ୍ତରଖାନାରେ ହାଜର ହେଉଥିଲେ । ସୁନଦରଗଡର ସିଡିଏମଓ ଚାର୍ଜରେ ଥିବା ଡାକ୍ତରଙ୍କୁ ସସପେଣ୍ଡ କରାଗଲା । ଏହାକୁ ତୁମ୍ଭି ତୋଫାନ ହେଲା । ବିରୋଧୀ ଦଳ ସରକାରଙ୍କ କାର୍ଯ୍ୟକୁ ନେଇ ସମାଲୋଚନା କଲେ । କିନ୍ତୁ ପ୍ରକୃତ କଥା ଦେଖିଲେ, କିଛି ପରିମାଣରେ ଡାକ୍ତରଖାନ କାର୍ଯ୍ୟରେ ସୁଧାର ଆସିଥିଲା । କାରଣ ଲୋକଙ୍କର ଡାକ୍ତରଖାନାରେ ବେଶୀ କାମ । ଏକ ସରକାର ଅଛି ବୋଲି ମନେ ହେଲା । କିନ୍ତୁ ବିରୋଧୀ ଦଳ ଚାପରେ ହେଉ ବା ପାଣ୍ଡିଆନଙ୍କ ପ୍ରତି ବିରୋଧୀ ଦଳର ଆକ୍ରମଣ ଭୟରେ ଏଭଳି ତଦାରଖ ବ୍ୟବସ୍ଥାକୁ ଏବେ ଶିଥିଳ କରିଦିଆଯାଇଛି ।
ଏହାପରେ ଥାନା କଥା ଭାବିବା । ଥାନାର ସେବା ବ୍ୟବସ୍ଥା ନେଇ ବହୁ କଥା କୁହାଗଲା । ଏପରିକି ଥାନାକୁ ଆସୁଥିବା ଲୋକମାନେ କିପରି ସେବା ପାଉଛନ୍ତ, ତାହା ଜାଣିବା ପାଇଁ ମୁଖ୍ୟମନ୍ତ୍ରୀ ସେମାନଙ୍କ ସହ କଥା ହେବେ ବୋଲି ଘୋଷଣା କରାଗଲା । ନିଜେ ଡିଜି ସେ ବ୍ୟବସ୍ଥାର ତଦାରଖ କଲେ । କିଛି ଅଫତିସରଙ୍କୁ ବଦଳି ସ ସସପେଣ୍ଡ ମଧ୍ୟ କଲେ । ଆଉ ଶେଷରେ ଅନ୍ୟମାନଙ୍କ କାମର ମୂଲ୍ୟାୟନ କରୁ କରୁ ନିଜେ ସେଥିରେ ବଳି ପଡିଲେ । ରାତାରାତି ଡିଜି ବଦଳିବା କିଛି କମ ବଡ କଥା ନୁହେଁ । ସରକାର ସେପରି କୌଣସି ବଳିଷ୍ଠ ପ୍ରମାଣ ନ ପାଇଲେ ରାତ ଅଧରେ ଡିଜି ବଦଳାଇବା ସହଜ ନୁହେଁ । ତାହା ପୁଣି ବିଧାନସଭାର ଅଧିବୋନ ଚାଲିଥିବା ବେଳେ । ଏସବୁ କିଛି ସମ୍ଭବ ହୋଇ ପାରିଛି, ୫ଟି ପାଇଁ । ସରକାର ଦୃଢ ପଦକ୍ଷେପ ନେଉଛନ୍ତି । ତଳିଆ କର୍ମଚାରୀ ହେଉ ବା ବରିଷ୍ଠ କର୍ମଚାରୀ ହେଉ ମୁଖ୍ୟମନ୍ତ୍ରୀଙ୍କ ପାଇଁ ସଭିଏଁ ସମାନ । ଏଇ ବାର୍ତା ଏବେ ଲୋକଙ୍କ ପାଖରେ ପହଂଚିଛି ।
ସରକାର ଡିସେମ୍ବର ପହିଲାର ୁଆହୁରି ୫ଟି ବିଭାଗର କାର୍ଯ୍ୟକୁ ୫ଟିର ଅର୍ନ୍ତଭୁକ୍ତ କରୁଛନ୍ତି । ଅନଲାଇନ ବ୍ୟବସ୍ଥା ମାଧ୍ୟମରେ ସବୁକାମ କରାଯିବ । ଲୋକେ ନିର୍ଦ୍ଦିଷ୍ଟ ସମୟରେ ସେବା ପାଇପାରିବେ । କିନ୍ତୁ ଲୋକ ଦେଖାଣିଆ କିଛି ଚାଲିବା ପରେ ବ୍ୟବସ୍ଥା ଶିଥିଳ ହୋଇ ପଡୁଛି । ଉଦାହରଣ ସ୍ୱରୂପ ଡାକ୍ତରଖାନ କଥା ଆଲୋଚନା କରିବା । ଯେ ପର୍ଯ୍ୟନ୍ତ ପାଣ୍ଡିଆନବାବୁ ତାଙ୍କ ଦଳବଳ ସହ ବୁଲୁଥବଲେ, ଅଫିସରଙ୍କ ମନ ଭିତରେ ଛନକା ଥିଲା । ଏବେ କିନ୍ତୁ ସବୁ କିଛି ଯଥାପୂର୍ବଂ ତଥା ପରଂ । ବର୍ତମାନର ବ୍ୟବସ୍ଥା ଦେଖବଲେ ମନେ ହୁଏ ସତେ ଯେପରି ସ୍ୱାସ୍ଥ୍ୟ ବିଭାଗରେ କ୍ଷେତ୍ର ପରିଦର୍ଶନ କରୁଥିବା ଅଫିରଙ୍କ ଘୋର ଅଭାବ । ଦଶ ଜଣ ନିଦେ୍ର୍ଦଶକ, ସ୍ୱତନ୍ତ୍ର ସଚିବଙ୍କ ପାଇର୍ କାମ ନାହିଁ । ଅଥଚ ସେମାରେ କ୍ଷେତ୍ର ପରିଦର୍ଶନ କରିବା ପାଇଁ ଅନିଛୁକ । ସେଇପରି ଥାନା । ଏବେ ପୁଣି ପୁଲିସର ଦାଦାଗିରି ।
କଥା ହେଉଛି, ସରକାରି କର୍ମଚାରୀଙ୍କ ମନୋବୃତିରେ ପରିବର୍ତନ ଆସୁ ନାହିଁ । ସରକାରି ଚାକିରି ଯେ ଗଛତଳର ଛାଇ,ଏଇ କଥାଟି ସେମାନଙ୍କ ମନ ଭିତରେ ବସା ବାନ୍ଧିଛି । ଠିକ ସମୟରେ ଅଫିସ ନ ଆସଲେ କଣ ହେବ? କିଏ ଠିକ ସମୟରେ ଅଫିସ ଆସୁଛି କି? ଖୋଦ ସଚିବାଳୟର ଅବସ୍ଥା ତ ନ କହିଲେ ଭଲ । କ୍ଷେତ୍ର ଅଫିସ କଥା କିଏ ପଚାରେ । ଅଫିସରମାନେ ଯଦି ବିଳମ୍ବରେ ଆସବେ ତେବେ ଅଧସ୍ତନ କର୍ମଚାରୀଙ୍କୁ ବାଟକୁ ଆଣିବ କିଏ? ସରକାରୀ କାମର ସମୀକ୍ଷା ହେଉ ନାହିଁ । ଦଳୀୟ ଚାପ ତଳସ୍ତରରେ କାମ କରୁଥିବା ସରକାରୀ କର୍ମଚାରୀଙ୍କ ଉପରେ ଅଧିକ । ତା ନହେଲେ ବଦଳି ହୋଇଯିବାର ଭୟ । ସେଥିପାଇଁ ବ୍ଲକ ଅଫିସଗୁଡିକ ଏବେ ଦୁନୀତିର ଗନ୍ତାଘର । ଆବାସ ଦୁର୍ନୀତି ହେଉ ବା ରେସନ କାର୍ଡ ପାଇବା, ଭତା ପାଇବା – ଏମିତି ସବୁକଥାରେ ଦଳୀୟ ନେତାଙ୍କ କଥାରେ ପରିଚାଳିତ ବୋକୁ ହୁଏ । ତାର କାରଣ ବଦଳି ବୋର ଭୟ । ଆଉ ନେଇ ଆଣି ଥୋଇ ପାରିଲେ ସରକାରୀ କମ;ଚାରୀମାନେ ଉପୁରି ଦୁଇପଇସା ପାଉଛନ୍ତି । ନେତାଙ୍କ ଛତ୍ରଛାୟା ତଳେ ଏ କାମ ହେଉଥିବାରୁ ଭୟ ନାହିଁ କାହାକୁ ।
ପ୍ରଶାସନ ଉପରେ ନେତା ବା ବିଧାୟକଙ୍କ ହସ୍ତକ୍ଷେପ ରହିଲେ ଏପରି ହୁ, । କୌଣସି ଦଳୀୟ ନେତା କେବେହେଲେ ଲୋକଙ୍କ ୁପାକର ଚାହାନ୍ତି ନାହିଁ । କେମବିତି ଭୋଟ ମିଳିବ ତାହା ହିଁ ଚିନ୍ତା । ଯାହାର ପ୍ରତିଫଳନ ପ୍ରଶାସନ ଉପରେ ପଡୁଛି । ଏଣୁ ପ୍ରଶାସନକୁ ରାଜନୈତିକ ହସ୍ତକ୍ଷେପରୁ ଦୂରେଇ ନ ରଖିଲା ପର୍ଯ୍ୟନ୍ତ ଏମିତି ହେଉଥିବ । କେବେହେଲେ ସ୍ୱଛତା ରହିବ ନାହିଁ ।
୫ଟି ସମ୍ପର୍କରେ ଯିଏ ଯାହା କହୁନା କାହିଁକି, ଏହି ବ୍ୟବସ୍ଥା କାର୍ଯ୍ୟକାରି ହେବାପରେ ଗୋଟାଏ ପରିବର୍ତନର ସୂର୍ଯେ୍ୟାଦୟ ହେବା ଭଳି ଲାଗୁଥିବା ବେଳେ ହଠାତ ମେଘ ଢାଙ୍କିଦେଲା ଭଳି ଏବେ ମନେ ହେଉଛି । ଏଣୁ ଶାସନ ଥିଲା ଭଳି ଏକ ବ୍ୟବସ୍ଥା ଦରକାର । ନବୀନବାବୁ ଡାକ୍ତରଖାନର ଉନ୍ନତିକରଣ ପାଇଁ ବହୁ ବ୍ୟବସ୍ଥା କରିଛନ୍ତି । କିନ୍ତୁ କଣ ହେବ ଡାକ୍ତର ନାହାନ୍ତି । ସେଇପରି ଥାନାରେ ପୋଲିସ ନାହାନ୍ତି । ସ୍କୁଳରେ ଶିକ୍ଷକ ନାହନ୍ତି । ୫ଟି କାର୍ଯ୍ୟକୁ ଏହାଭିତରେ ନୀତି ଆୟୋଗ ପ୍ରଶଂସା କରିଛନ୍ତି । ଏଣୁ ଏହାକୁ ସର୍ବାଧିକ ଗୁରୁତ୍ୱ ଦିଆଯିବକା କଥା ।
ପ୍ରତି ସରକାରୀ କାର୍ଯ୍ୟ ପାଇଁ ଏକ ସମୟସୀମା ରହୁ । ସେଇ ସମୟ ଭିତରେ ଯଦି ଅଫିସ କିଛି ବ୍ୟବସ୍ଥା କରି ନପାରିଲା, ତେବେ ସମ୍ପୃକ୍ତ ଅଧିକାରୀଙ୍କ ଉତରଦାୟି କରାଯାଇ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ । ଭଲ କାମ କରୁଥିବା ଅଫିସର ଓ କର୍ମାଚୀଙ୍କ ପୁରସ୍କୃତ କରାଯାଉ । ସବୁ ବିଭାଗ ଏଥିପ୍ରତି ସଚେତନ ହେବା ଦରକାର । ବିଶେଷ କରି ଲୋକଙ୍କ ସିଧାସଳଖ କାମରେ ଆସୁଥିବା ବିଭାଗ ଗୁଡିକରେ ଏହାକୁ ତୁରନ୍ତ କାର୍ଯ୍ୟକାରି କରାଯାଉ । ସରକାରୀ ଅଫିସ ଓ କର୍ମଚାରୀ କେବଳ ଲୋକଦେଖାଣିଆ ନହୋଇ ସମାଜ ଓ ରାଷ୍ଟ୍ରପ୍ରତି ଉତରଦାୟି ଏକଥା ଲୋକଙ୍କର ହୃଦବୋଧ ହେବା ଦରକାର ।
ଓଡ଼ିଶା ନୁ୍ୟଜ୍ ସର୍ଭିସ୍, ଭୁବନେଶ୍ୱର, ମୋ-୭୦୦୮୪୫୬୧୬୦

Leave a Reply

Your email address will not be published.