ପ୍ରଶାସନିକ ସେବା ଅଧିକରୀଙ୍କ କ୍ୟାଡର ବୃଦ୍ଧିର ଉଦେ୍ଦଶ୍ୟ କଣ?
ଗତ ମାର୍ଚ ୫,୨୦୦୦ ମସିହାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଓଡିଶାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ । ସେହିଦିନଠାରୁ ୧୮ ବର୍ଷ ଧରି ସେ ନିରବିଛନ୍ନଭାବେ ମୁଖ୍ୟମନ୍ତ୍ରୀଭାବେ ଦାଇତ୍ୱବହନ କରିଆସୁଛନ୍ତି । ତାଙ୍କ ଶାସନ ସମୟରେ ସରକାର ଓ ସରକାରୀ କର୍ମଚାରୀ ଶୀର୍ଷକ ବହୁ ପ୍ରବନ୍ଧ ଲୋକବିଚାରର ପୂର୍ବ ସଂଖ୍ୟାମାନଙ୍କରେ ପ୍ରକାଶିତ ହୋଇ ଆସିଛି । ସେଇ ପ୍ରବନ୍ଧମାନଙ୍କରେ ସରକାରୀ ପଦବୀ ଉଛେଦ ଓ ପଦବୀ ପୂରଣ ସମ୍ପର୍କରେ ଆଲୋକପାତ କରାଯାଇଛି । ଏହି ଆଲୋଚନା ଅନୁଯାୟି ଗତ ୧୮ ବର୍ଷରେ ପ୍ରାୟ ଦେଢଲକ୍ଷ ପଦବୀ ଉଛେଦ କରାଯିବା ସହିତ ପ୍ରାୟ ଏକ ଲକ୍ଷରୁ ଅଧିକ ପଦବୀ ପୂରଣ କରାଯାଇ ନାହିଁ । ସଦ୍ୟ ସମାପ୍ତ ସମୀକ୍ଷା ବୈଠକରେ ଗତ ଚାରିବର୍ଷ ମଧ୍ୟରେ ୬୨ ହଜାରରୁ ଅଧିକ ପଦବୀ ପୂରଣ କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ଏହା ସତ୍ୱେ କେତେକ ବିଭାଗରେ କ୍ୟାଡରରେ ପଦବୀ ଉଛେଦ ତ ଦୂରର କଥା, ବହୁ ପଦବୀ ମଧ୍ୟ ସୃଷ୍ଟି କରାଯାଇଛି । ଆଶ୍ଚର୍ଯ୍ୟର କଥ ହେଉଛି, ଏହିସବୁ ପଦବୀ ଡାକ୍ତର, ପୋଲିସ ବା ପୂର୍ତ ବିଭାଗରେ କୌଣସି ବୈଷୟିକ ପଦବୀ ନୁହେଁ, ଖୋଦ ପ୍ରଶାସନିକ ପଦବୀରେ । ଓଡିଶା ପ୍ରଶାସନିକ ସେବା କ୍ୟାଡର ପୁନର୍ବିନ୍ୟାସ ଅନ୍ୟତମ ।
ମୁଖ୍ୟମନ୍ତ୍ରୀ ଶପଥ ନେବା ଦିନଠାରୁ ସାଧାରଣ ପ୍ରଶାସନ ବିଭାଗ ଦାଇତ୍ୱରେ ଅଛନ୍ତି । ଏହି ବିଭାଗ ସରକାରଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ବିଭାଗ, କାରଣ ସାଧାରଣ ପ୍ରଶାସନ ବିଭାଗ ସର୍ବ ଭାରତୀୟ ପ୍ରଶାସନିକ ସେବା ଓ ଓଡିଶା ପ୍ରଶାସନିକ ସେବା କ୍ୟାଡର ନିୟନ୍ତ୍ରଣ କରନ୍ତି । ଯଦିଓ ଓ.ଏ.ଏସ ଅଧିକାରୀ ମାନେ ପ୍ରଥମେ ରାଜସ୍ୱ ବିଭାଗରେ ଯୋଗ ଦିଅନ୍ତି, ପରେ ଓ.ଏ.ଏସ( ସିନିୟର ବ୍ରାଂଚ) ପଦବୀକୁ ପଦୋନ୍ନତି ପାଇ ସାଧାରଣ ପ୍ରଶାସନ ବିଭାଗ ନିୟନ୍ତ୍ରଣକୁ ଆସନ୍ତି । ତେଣୁ ସାଧାରଣ ପ୍ରଶାସନ ବିଭାଗ ଆଇଏଏସ ଅଧିକାରୀଙ୍କ ସହିତ ଓଏଏସ(୧)ର ସିନିୟର ବ୍ରାଂଚ, ସୁପର ଟାଇମ ସ୍କେଲ, ସିନିୟର ଆଡମିନଷ୍ଟ୍ରେଟିଭ ଗ୍ରେଡ ଓ ସ୍ପେଶାଲ ସେକ୍ରେଟାରି ପଦବୀରେ ଅବସ୍ଥାପିତ ଅଧିକାରୀ ମାନଙ୍କର ସେବା ନିୟନ୍ତ୍ରଣ କରନ୍ତି । ମୁଖ୍ୟମନ୍ତ୍ରୀ ନବୀନବାବୁ ୨୦୦୦ମସିହାରେ ଶପଥ ଗ୍ରହଣ କଲାବେଳେ ଆଇଏଏସ ଅଧିକାରୀଙ୍କ ସଂଖ୍ୟାଥିଲା ୨୦୨ ଓ ଓଏଏସ(୧) ଏବଂ ତଦୁଦ୍ଦ୍ୱର୍ ଅଧିକାରୀଙ୍କ ସଂଖ୍ୟାଥିଲା ୧୯୫ । ଏବେ ୨୦୧୮ ମସିହାରେ ଆଇଏଏସ ଅଧିକାରୀଙ୍କ ସଂଖ୍ୟା ୨୩୭ ହୋଇଥିଲା ବେଳେ ଓଏଏସ(୧) ଓ ତଦୁଦ୍ଦ୍ୱର୍ ଅଧିକାରୀଙ୍କ ସଂଖ୍ୟା ହେଉଛି ୭୧୫ । ଯାହାକି କେନ୍ଦ୍ର ସରକାରଙ୍କ ନିଯୁକ୍ତି ବିଭାଗ ବିଜ୍ଞପ୍ତି ସଂଖ୍ୟା ତା-୧୩/୧୦/୨୦୧୪ ଓ ରାଜ୍ୟ ସରକାରଙ୍କ ବିଜ୍ଞପ୍ତି ସଂଖ୍ୟା ତା ୨୫/୦୯/ ୨୦୧୭ ରେ ପ୍ରକାଶିତ ହୋଇଛି । ଫଳରେ ଆଇଏଏସ ଅଧିକାରୀଙ୍କ ସଂଖ୍ୟାରେ ମାତ୍ର ୧୭% ବୃଦ୍ଧି ଘଟିଥିଲାବେଳେ ଓଡିଶା ପ୍ରଶାସନିକ ସେବା ଓଏଏସ(୧) ବା ତଦ୍ୁଦ୍ଦ୍ୱର୍ ଅଧିକାରୀଙ୍କ ସଂଖ୍ୟା ୩୫୦% ବୃଦ୍ଧି ପାଇଛି । ମୁଖ୍ୟମନ୍ତ୍ରୀଙ୍କ ଶାସନରେ ଏତେଗୁଡିଏ ପଦବୀ ସୃଷ୍ଟି କରାଯିବା ବିସ୍ମୟକର । ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁବାବୁଙ୍କ ସମୟରେ ନୁତନ ଜିଲ୍ଲା ସୃଷ୍ଟି କରାଯଇଥିଲେ ମଧ୍ୟ ପ୍ରଶାସନିକ ଅଧିକାରୀଙ୍କ କ୍ୟାଡରରେ ଏତେ ପରିମାଣରେ ବୃଦ୍ଧି କରାଯାଇନଥିଲା ।
କୌତୁହଳର ବିଷୟ ଯେ ଓଏଏସ ଅଧିକାରୀମାନେ ସେମାନଙ୍କର ଚାକିରିକାଳ ମଧ୍ୟରେ ମୋଟ ୫ଟି ପଦୋନ୍ନତିର ସୁଯୋଗ ପାଆନ୍ତି । ପ୍ରାଥମିକଭାବେ ସେମାନେ ଓଏଏସ(୧) ଜୁନିୟର ବ୍ରାଂଚରେ ଯୋଗଦେବା ପରେ ସିନିୟର ବ୍ରାଂଚ, ସୁପରାଇମ ସ୍କେଲ, ସିନିୟର ଆଡମିନଷ୍ଟ୍ରେଟିଭ ଗ୍ରେଡ ଓ ସ୍ୱତନ୍ତ୍ର ସଚିବ ପଦବୀକୁ ପଦୋନ୍ନତି ହାସଲ କରନ୍ତି । ଏଥି ସହିତ ଆଇଏଏସ ବି । ସର୍ବଭାରତୀୟ ପ୍ରଶାସନିକ ସେବା ପଦବୀ ପଦୋନ୍ନତି ପାଇ କମିଶନର ହେବାର ସୁଯୋଗ ମଧ୍ୟ ପାଆନ୍ତି । ଏଥିପାଇଁ ଆଇଏଏସ ପଦବୀକୁ ରାଜ୍ୟ ପ୍ରଶାସନିକ ସେବା ପଦବୀରୁ ଉନ୍ନୀତ ହେବା ପାଇଁ ମୋଟ ୬୨ଟି ପଦବୀ ସଂରକ୍ଷିତ ରହିଛି । ନିମ୍ନରେ ତାହା ଦିଆଗଲା ।
ଓଡିଶା ପ୍ରଶାସନିକ ସେବା କ୍ୟାଡର ବୃଦ୍ଧି ସମୟରେ ରାଜ୍ୟ ସରକାର ନିମ୍ନୋକ୍ତ ନିୟମାବଳୀକୁ ଉଲଂଘନ କରି କ୍ୟାଡର ପୁନର୍ବିିନ୍ୟାସ କରିଛନ୍ତି । ପ୍ରଥମତଃ ସବୁ ଜିଲ୍ଲାପାଳ ପଦବୀ ଭାରତୀୟ ପ୍ରଶାସନିକ ସେବା ଅଧିକାରୀଙ୍କ ପାଇଁ ସୃଷ୍ଟି କରାଯାଇଥିଲା ବେଳେ ବର୍ତମାନ ରାଜ୍ୟରେ ପ୍ରାୟ ଦଶ ଜଣ ବରିଷ୍ଠ ଓଏଏସ୍ ଅଧିକାରୀଙ୍କୁ ଜିଲ୍ଲାପାଳ ରୂପେ ନିଯୁକ୍ତି ଦିଆଯାଇଛି । ସୂଚନା ଯୋଗ୍ୟ ଯେ, ଆଇଏଏସ ଜିଲ୍ଲାପାଳ ଡେପୁଟି ସେକ୍ରେଟାରୀ ପାହ୍ୟାର ହୋଇଥିବା ବେଳେ ତାଙ୍କ ଅଧୀନରେ କାର୍ଯ୍ୟ କରୁଥିବା ଅତିରିକ୍ତ ଜିଲ୍ଲାପାଳ ମାନେ ଯୁଗ୍ମସଚିବ ଓ ଅତିରିକ୍ତ ସଚିବ ପାହ୍ୟାର । ତେଣୁ ଉଚ୍ଚପଦାଧିକାରୀ ଓଏଏସ ଅଫିସରମାନେ ସେମାନଙ୍କର କନିଷ୍ଠ ଅଧିକାରୀଙ୍କ ଅଧୀନରେ କାର୍ଯ୍ୟ କରୁଛନ୍ତି ।
ସେଇପରି ଓଏଏସ କ୍ୟାଡର ପୁନର୍ବିର୍ନ୍ୟାସ କରାଗଲା ବଳେ ବହୁ ଡେପୁଟେସନ ପଦବୀକୁ ଡ୍ୟୁଟି ପୋଷ୍ଟ ବୋଲି ଲେଖାଯାଇଛି । ସାଧାରଣ ପ୍ରଶାସନ ବିଭାଗର ଗତ ୨୫ ସେପ୍ଟେମ୍ବର ୨୦୧୭ ମସିହାର ନୋଟିଫିକେସନକୁ ତର୍ଜମା କଲେ ଦେଖାଯିବ ଯେ, ଓଡିଶା ହାଉସିଙ୍ଗ ବୋର୍ଡ, ଉନ୍ନ୍ରୟନ କର୍ତୃପକ୍ଷ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା, ଆଇଟିଡିଏ, ବୟନିକା, ଓରମାସ, ଇପିକଲ, ଖଣିନିଗମ, ଯୋଗାଣ ନିଗମ, ବିକାଶ ପରିଷଦ ପ୍ରଭୃତି ନିଗମ, ବୋର୍ଡ ଓ ଅଣ୍ଡରଟେକିଂରେ ଥିବା ପଦବୀଗୁଡିକୁ ଡୁ୍ୟଟି ପଦବୀ ଦେଖାଇ କ୍ୟାଡରଭୁକ୍ତ କରାଯାଇଛି । ବାସ୍ତବରେ ଏଗୁଡିକ ଅଣକ୍ୟାଡର ପଦବୀ ବା ଫରେନ ସର୍ଭିସ । ପୁନଶ୍ଚ ଏହି ଡେପୁଟେସନ ପଦବୀକୁ ମିଶାଇ ତାର ଶତକଡା ୨୦% ଲିଭ ରିଜର୍ଭ ଓ ଡେପୁଟେସନ ପଦବୀ ସୃଷ୍ଟି କରାଯଇଛି । ଫଳରେ ପ୍ରତ୍ୟେକ କ୍ୟାଡରରେ ଶତକଡା ୧୦% ବେଆଇନ ଭାବେ ବୃଦ୍ଧି ପାଇଛି ।
ଟେବୁଲ
କ୍ୟାଡର ୧୯୯୯ ୨୦୦୦ ୨୦୦୭ ୨୦୦୯ ୨୦୧୪ ୨୦୧୭
—————————————————–
ସିନିୟରବ୍ରାଂଚ ୧୨୯ ୧୮୭ ୧୬୫ ୨୧୦ ୩୦୦ ୩୩୦
ସୁପରଟାଇମସ୍କେଲ ୫୭ ୭୫ ୮୦ ୧୪୩ ୧୬୮ ୨୩୫
ସିନିୟର ଆଡମେନଷ୍ଟ୍ରଟିଭ ୦୯/୧୬ ୩୩ ୭୧ ୮୨ ୧୨୫
ସ୍ୱତନ୍ତ୍ର ସଚିବ————— ୪ ୮ ୧୨ ୨୫
ମୋଟ ୧୯୫ ୨୭୮ ୨୮୨ ୪୩୨ ୫୬୨ ୭୧୫ ଏହାବାଦ ଆଇଏଏସକୁ ପଦୋନ୍ନତି ୬୨ । ମୋଟ ୭୭୭ ।