ପ୍ରାଚୀ ପରିକ୍ରମା ଦଳ ଗୁରୁଧର୍ମ କ୍ଷେତ୍ରରେ ପହଂଚିଲେ

ପ୍ରାଚୀ ପରିକ୍ରମା ଦଳ ଗୁରୁଧର୍ମ କ୍ଷେତ୍ରରେ ପହଂଚିଲେ

ସର୍ବଧର୍ମ ସମନ୍ୱୟ ପୀଠ ପ୍ରାଚୀ ଗୁରୁଧର୍ମ କ୍ଷେତ୍ର ପରିସରରେ ପ୍ରାଚୀ ପରିକ୍ରମା ମହାତ୍ମାମାନଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଥିଲା । ଆଶ୍ରମବାସୀଙ୍କ ତରଫରୁ ସେହି ମହାତ୍ମାମାନଙ୍କୁ ହରିବୋଲ ହୁଳହୁଳିରେ ପାଛୋଟି ନିଆଯାଇଥିଲା । ଆଶ୍ରମରେ ଥିବା ମହାମାନବ ମନ୍ଦିର, ଶ୍ରୀଜଗନ୍ନାଥ ମନ୍ଦିର, ଶ୍ରୀ ଗୁରୁଦେବଙ୍କ ମନ୍ଦିର, ମା ଶ୍ୟାମାକାଳୀଙ୍କ ମନ୍ଦିର ଇତ୍ୟାଦି ଆଶ୍ରମର ଅଧ୍ୟକ୍ଷ ବାବାଜୀ ଦାମୋଦର ଦାସଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ମନ୍ଦିରଗୁଡିକୁ ଦର୍ଶନ କରିଥିଲେ । ପ୍ରାଚୀ ନଦୀର ଉତ୍ପତି ଓ ମହିମା ବିଷୟରେ ବହୁ ବର୍ଷ ପୂର୍ବରୁ ସର୍ବଧର୍ମ ସମନ୍ୱୟ ମତବାଦର ପ୍ରତିଷ୍ଠାତା ପ୍ରୋମାଚାର୍ଯ୍ୟ ବାବା ମଧୁସୂଦନଙ୍କ ସ୍ୱଲିଖନରୁ ବିଭିନ୍ନ ଗୀତି ଓ କବିତାରେ ବର୍ଣ୍ଣନା କରାଯାଇଛି । ଏହି ମହତ ପ୍ରାଚୀ ପରିକ୍ରମାଦଳର ଅଧ୍ୟକ୍ଷ କ୍ରିୟା ଯୋଗୀ ପ୍ରାଜ୍ଞାନାନନ୍ଦଜୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଶହ ଶହ ଭକ୍ତ ଶ୍ରଦ୍ଧାଳୁ ନାମ କୀର୍ତନରେ ଏକତ୍ରିତ ହୋଇ ଗତ ୨୪ ତାରିଖରୁ ଚାଲୁ ରଖିଛନ୍ତି । ଆଶ୍ରମ ପରିସରରେ ସନ୍ଧ୍ୟାରେ ଶ୍ରୀ ଗୁରୁଦେବଙ୍କ ଆସନ ମନ୍ଦିରରେ ମହନ୍ତ ଚିନ୍ତାମଣି ପର୍ବତ ଗୋସ୍ୱାମୀଙ୍କ ସଭାପତିତ୍ୱରେ ସତସଙ୍ଗ କାର୍ଯ୍ୟକ୍ରମ ଆରମ୍ଭ କରା ଯାଇଥଲା । ଗୁରୁଦେବଙ୍କୁ ଷୋଡଶ ଉପଚାରରେ ପୂଜାର୍ଚ୍ଚନା ଓ ବନ୍ଦାପନା ପରେ ଏହି ଧର୍ମ ଉସôବରେ ପ୍ରଜ୍ଞାନାନନ୍ଦଜୀ, ସ୍ୱାମୀ ଅଖଣ୍ଡାନନ୍ଦ, ବ୍ରହ୍ମଚାରୀ ସତ୍ୟାନନ୍ଦ ଦାସଙ୍କ ସମେତ ବହୁ ସାଧୁସନ୍ଥ ଉପସ୍ଥିତ ରହି ପ୍ରାଚୀ ନଦୀର ମାହାତ୍ମ୍ୟ ଉପରେ ବୁଝାଇଥିଲେ । ଭକ୍ତଙ୍କ ବିଶ୍ରାମ ପାଇଁ ଆଶ୍ରମ ତରଫରୁ ସମସ୍ତ ବ୍ୟବସ୍ଥା କରାଯାଇଥିଲା । ଏହି ଦୃଶ୍ୟ ଥିଲା ଏକ ନିଆରା ପରମ୍ପରା ।

Leave a Reply

Your email address will not be published.