ବନ୍ଦର ମୁଖ୍ୟଦ୍ୱାର ସରକାରୀ ଜମିରେ ବେଆଇନ ନିର୍ମାଣ!

ବନ୍ଦର ମୁଖ୍ୟଦ୍ୱାର ସରକାରୀ ଜମିରେ ବେଆଇନ ନିର୍ମାଣ!

ପାରାଦୀପ, (ଆଇଏନ୍ଏସ୍): ବନ୍ଦର ମୁଖ୍ୟ ଦ୍ୱାର ନିକଟ ନୟନ ଜୋରି କିସମ ସରକାରୀ ଜମି ଉପରେ ବେଆଇନ ଭାବରେ ନିର୍ମାଣ କାର୍ଯ୍ୟ ଚାଲିଥିବାରୁ ବିଭିନ୍ନ ମହଲରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି । ଜଣାପଡ଼ିଛି ଯେ, ପାରାଦୀପ ବନ୍ଦର ଓ ଓଡ଼ିଶା ସରକରାଙ୍କ ଜମି ବିବାଦ ସମାଧାନ ହୋଇ ନପାରିବାର ସୁଯୋଗ ନେଇ ସ୍ଥାନୀୟ ଜନୈକ ଯୁବକ ସରକାରୀ ଜମି ଉପରେ ସ୍ଥାୟୀ ଭାବେ ବ୍ୟବସାୟ କରିବା ପାଇଁ ଜବର ଦଖଲ କରି ଲକ୍ଷାଧିକ ଟଙ୍କା ବ୍ୟୟରେ କୋଠାଘର ନିର୍ମାଣ କରୁଥିବା ଦେଖାଯାଉଛି । ସୂଚନାଯୋଗ୍ୟ ଯେ, ଉକ୍ତ ଯୁବକ ଗତବର୍ଷ ମାର୍ଚ୍ଚ ମାସରେ ଏହି କାମ ଆରମ୍ଭ କରି ହଠାତ୍ ନିରବ ହୋଇ ଯାଇଥିଲେ । ମାତ୍ର ଏବେ ଲକ୍ ଡ଼ାଉନ ର ସୁଯୋଗ ନେଇ ପୁଣି ନିର୍ମାଣ କାର୍ଯ୍ୟ ଚଳାଇଥିବା ଦେଖିବାକୁ ମିଳିଛି । ଏଥିନେଇ ବିଭିନ୍ନ ମହଲରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି । ପ୍ରଶାସନ ସବୁ ଜାଣି ନିରବ ରହିବାର କାରଣ ସାଧାରଣରେ ସନେ୍ଦହ ସୃଷ୍ଟି କରିଛି । ତେବେ ବନ୍ଦର ପ୍ରଶାସନ ସମେତ ପାରାଦୀପ ସହରର ବୁଦ୍ଧିଜୀବୀ ଓ ସମାଜସେବୀ ମାନେ ଏହି ବେଆଇନ କାର୍ଯ୍ୟ ବିରୁଦ୍ଧରେ ସ୍ୱର ଉତୋଳନ କରିବା ଉଚିତ ବୋଲି ମତ ପ୍ରକାଶ ପାଉଛି ।

Leave a Reply

Your email address will not be published.