ବାଣୀବିହାର ୧୯୯୫ ବ୍ୟାଚର ଛାତ୍ର ଛାତ୍ରୀ ସମ୍ମିଳନୀ

ବାଣୀବିହାର ୧୯୯୫ ବ୍ୟାଚର ଛାତ୍ର ଛାତ୍ରୀ ସମ୍ମିଳନୀ

ଭୁବନେଶ୍ୱର, (ଓଏନ୍ଏସ୍): ଉକ୍ରଳ ବିଶ୍ବବିଦ୍ୟାଳୟର ଗୁଣାତ୍ମକ ମାନର ଅଭିବୃଦ୍ଧି ଏବଂ ଏହାକୁ ବିଶ୍ଵସ୍ତରୀୟ କରିବା ପାଇଁ ପୁରାତନ ଛାତ୍ର ଛାତ୍ରୀ ମାନଙ୍କ ସହଯୋଗର ଆବଶ୍ୟକତା ରହିଛି। ସେମାନେ ଏକାଠି ହୋଇ ବିଶ୍ବବିଦ୍ୟାଳୟର ଉନ୍ନତି ପାଇଁ କାମ କରନ୍ତୁ। ଏଥି ପାଇଁ ବିଶ୍ୱବିଦ୍ୟାଳୟ ସଦା ସର୍ବଦା ସହଯୋଗ କରିବ ବୋଲି ୧୯୯୫ ବ୍ୟାଚ ପୁରାତନ ଛାତ୍ରଛାତ୍ରୀ ମାନଙ୍କର ସମ୍ମିଳନୀ ଅବସରରେ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ସୌମେନ୍ଦ୍ର ମୋହନ ପଟ୍ଟନାୟକ ମତ ପୋଷଣ କରିଛନ୍ତି। ଇତିମଧ୍ୟରେ ବାଣୀ ବିହାର ୧୯୯୫ ବ୍ୟାଚର ଛାତ୍ରଛାତ୍ରୀମାନଙ୍କର ଉତ୍କଳ ବିଶ୍ୱବିଦ୍ୟାଳୟ ପ୍ରାଙ୍ଗଣରେ ଏକ ବନ୍ଧୁ ମିଳନ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି। ଏହି କାର୍ୟ୍ୟକ୍ରମ ଅତ୍ୟନ୍ତ ଆଡମ୍ବର ଓ ଆନନ୍ଦ ଉଲ୍ଲାସ ମଧ୍ୟରେ ଅନୁଷ୍ଟିତ ହୋଇଯାଇଛି। ଏହି ଅବସରରେ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ସୌମେନ୍ଦ୍ର ମୋହନ ପଟ୍ଟନାୟକ ଓ ବିଶ୍ବବିଦ୍ୟାଳୟର କ୍ରୀଡା ନିର୍ଦେଶକ ତଥା ବରିଷ୍ଠ ପ୍ରଫେସର କବୀର ମୋହନ ସେଠୀ ଯୋଗ ଦେଇଥିଲେ। ପ୍ରଫେସର ସେଠୀ ପୁରାତନ ଛାତ୍ର ଛାତ୍ରୀ ମାନଙ୍କର ଏହି ପ୍ରକାର ପ୍ରଚେଷ୍ଟାକୁ ଭୂୟସୀ ପ୍ରଶଂସା କରିଥିଲେ। ଏହି କାର୍ୟ୍ୟକ୍ରମରେ ‘୯୫ ଭିଭିଆନ’ ନାମକ ଏକ ମୁଖପତ୍ର ଉନ୍ମୋଚନ ହୋଇଥିଲା। ଏହି କାର୍ୟ୍ୟକ୍ରମରେ ବିଶ୍ବବିଦ୍ୟାଳୟର ପୁରାତନ ଛାତ୍ର ଓ ଛାତ୍ରୀ ମାନେ ବହୁ ସଂଖ୍ୟାରେ ଯୋଗ ଦେଇଥିଲେ। ଏଠାରେ ବିଭିନ୍ନ ପ୍ରତିଯୋଗୀତା ମୂଳକ କାର୍ୟ୍ୟକ୍ରମ ସହିତ ସାମ୍ପ୍ରତିକ ପରିସ୍ଥିତିରେ ରାଜ୍ୟର ବିକାଶ ପାଇଁ ଛାତ୍ର ଓ ଯୁବକ ମାନଙ୍କର ଭୂମିକା ନେଇ ଏକ ଆଲୋଚନା ଚକ୍ର ଅନୁଷ୍ଟିତ ହୋଇଥିଲା। ଏହି ପୁରାତନ ଛାତ୍ର ଛାତ୍ରୀ ମାନଙ୍କୁ ନେଇ ଏକ ଟ୍ରଷ୍ଟ ଗଠନ କରାଯାଇଛି, ଯାହାକି ଅନେକ ଗୁଡିଏ ଜନକଲ୍ୟାଣ ତଥା ଆଦର୍ଶ ମୂଳକ କାର୍ୟ୍ୟକ୍ରମ ହାତକୁ ନେବା ପାଇଁ ପ୍ରତିଶ୍ରୁତି ବଦ୍ଧ। ଏହି ବ୍ୟାଚର ଛାତ୍ର ଓ ଛାତ୍ରୀ ମାନେ ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠା ଲାଭ କରିଛନ୍ତି। ଦେଶର ବିଭିନ୍ନ ପ୍ରାନ୍ତରେ କାର୍ୟ୍ୟରତ ଏହି ପୁରାତନ ଛାତ୍ରଛାତ୍ରୀ ମାନେ କିଭଳି ଭବିଷ୍ୟତରେ ସଂଗଠିତ ହୋଇ ରାଜ୍ୟ ପାଇଁ ସହାୟକ ହୋଇ ପାରିବେ ସେ ନେଇ ମତ ପ୍ରକାଶ ପାଇଥିଲା । ଭବିଷ୍ୟତରେ ଏହି ଟ୍ରଷ୍ଟ ପକ୍ଷରୁ ଛାତ୍ର ଓ ଯୁବକ ମାନଙ୍କର ବିକାଶ ପାଇଁ ଅନେକ ଗୁଡିଏ କାର୍ୟ୍ୟ କରିବା ପାଇଁ ଉଦ୍ଦେଶ୍ୟ ରଖାଯାଇଛି। ଉଦୟ ଚାନ୍ଦ ମଲ୍ଲିକ ଓ ଡଃ ପ୍ରଭାସ ମିଶ୍ର ଙ୍କ ସଂଯୋଜନାରେ ହୋଇଥିବା ଏହି କାର୍ୟ୍ୟକ୍ରମକୁ ଅମିତାଭ ମହାନ୍ତି, ସୁନିତା ମହାନ୍ତି, ଡଃ ରଜତ ଖୁଜୁର, ଦେବାଶିଷ ରଥ, ଘନଶ୍ୟାମ ଶା’ ସହଯୋଗ କରିଥିଲେ।

Leave a Reply

Your email address will not be published.