ବାରଙ୍ଗର ରତାଗଡ ଠାରେ କ୍ୟାନସର ହସପିଟାଲର ଶିଳାନ୍ୟାସ

ବାରଙ୍ଗର ରତାଗଡ ଠାରେ କ୍ୟାନସର ହସପିଟାଲର ଶିଳାନ୍ୟାସ

ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ବାରଙ୍ଗର ରତାଗଡ ଠାରେ ଅତ୍ୟାଧୁନିକ କ୍ୟାନସର ହସପିଟାଲର ଶିଳାନ୍ୟାସ କରିଛନ୍ତି । ଟାଟା ଫାଉଣ୍ଡେସନର ସହଯୋଗରେ ବମ୍ବେ କ୍ୟାନସର ହସପିଟାଲ ଢାଂଚାରେ ଏହି ହସପିଟାଲ ନିର୍ମାଣ କରାଯିବ । ରାଜ୍ୟ ସରକାର ଏଥିପାଇଁ ୨୫ ଏକର ଜମି ମାଗଣାରେ ଯୋଗାଇ ଦେଇଛନ୍ତି । ହସପିଟାଲ ନିର୍ମାଣରେ ପ୍ରାୟ ୮ଶହ କୋଯି ଟଙ୍କା ବ୍ୟୟ ହେବ । ଏହାଦ୍ୱାରା ପୂର୍ବ ଭାରତର କ୍ୟାନସର ରୋଗୀମାନେ ଉପକୃତ ହେବେ । ଟାଟା ଫାଉଣ୍ଡେସନ ସହଯୋଗର ହାତ ବଢାଇଥବବାରୁ ମୁଖ୍ୟ ମନ୍ତ୍ରୀ ଏହି ଅବସରରେ ରତନ ଟାଟାଙ୍କ ଧନ୍ୟବାଦ ଜଣାଇଥିଲେ । ସେଇପରି ରତନ ଟାଟା ମଧ୍ୟ ରାଜ୍ୟସରକାର ବିଶେଷକରି ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ସହଯୋଗ କରୁଥିବାରୁ ଧନ୍ୟବାଦ ଜଣାଇଥିଲେ । ଏଥିରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ପ୍ରତାପ ଜେନା ଓ କଟକ ସାଂସଦ ଭର୍ତୃହରି ମହତାବ ଯୋଗ ଦେଇଥିଲେ ।

ଆଜି କଟକର ବାଲିଯାତ୍ରା ପଡିଆରେ ବିଜୁ ଯୁବ ବାହିନୀ ପକ୍ଷରୁ ଆୟୋଜିତ ସମାବେଶରେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଯୋଗଦେି ପ୍ରାୟ ୫୩୦ କୋଟି ଟଙ୍କା ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଉ ଉଦଘାଟନ କରିଥିଲେ । ଏହି ଅବସରରେ ସେ ବିଜୁ ଯୁବବାହିନର କାର୍ଯ୍ୟକୁ ପ୍ରଶଂସା କରିବା ସହିତ ସେବା ହିଁ ଶ୍ରେଷ୍ଠ ଧର୍ମ ବୋଲି କହିଥିଲେ ।

Leave a Reply

Your email address will not be published.