ବାରିକପୁର ହାଟରେ ସାମାଜିକ ଦୂରତା ଫେଲ୍

ବାରିକପୁର ହାଟରେ ସାମାଜିକ ଦୂରତା ଫେଲ୍

ବାଲେଶ୍ୱର ଜିଲ୍ଲା ପ୍ରଶାସନର ଦୃଷ୍ଟି ନାହିଁ!
ବାଲେଶ୍ୱର, (ଆଇଏନ୍ଏସ୍) : ବାଲେଶ୍ୱର ଜିଲ୍ଲା, ବାହାନଗା ବ୍ଳକର ବାରିକପୁର ସାପ୍ତାହିକ ହାଟଟି ଜିଳ୍ଲାର ଏକ ପ୍ରମୁଖ ହାଟ । ଏଠାରେ ପ୍ରତି ହାଟ ପାଳିରେ ଲକ୍ଷ ଲକ୍ଷ ଟଙ୍କାର କାରବାର ହୋଇଥାଏ । ପାଖ ଅଞ୍ଚଳ ସମେତ ଜିଳ୍ଲାର ବିଭିନ୍ନ ସ୍ଥାନରୁ ଲୋକମାନେ ଏହି ହାଟକୁ ଆସି ଥାଆନ୍ତି । ଏହି ହାଟରେ ହଜାର ହଜାର ଲେକ ସମାଗମ ହେଉଥିବାରୁ କରୋନା (ଉଙଠଓଊ-୧୯) ଭୂତାଣୁ କ୍ଷୀପ୍ର ଭାବରେ ସଂକ୍ରମଣ ହେବାର ସମ୍ଭାବନା ଅଧିକ । ଏପରି ସ୍ଥଳେ ଏହି ହାଟ ପାଇଁ ବାଲେଶ୍ୱର ଜିଲ୍ଲାର ବିଭିନ୍ନ ସ୍ଥାନ ସମେତ ଅନ୍ୟ ଜିଲ୍ଲାରେ ମଧ୍ୟ ଗୋଷ୍ଠି ସଂକ୍ରମଣ ଯେ ନହେବ, ତାହା କହିହେବନାହିଁ ।
ତେଣୁ ଏହି ହାଟରେ ସାମାଜିକ ଦୂରତା ରକ୍ଷା କରିବା ନିହାତି ଜରୁରୀ ହୋଇଥିବା ବେଳେ ଏଠାରେ କିନ୍ତୁ ସାମାଜିକ ଦୂରତା ନିୟମ ଫେଲ ମାରିଛି । ଯେହେତୁ କରୋନା ପାଇଁ କୌଣସି ଔଷଧ ନାହିଁ ଏବଂ ସାମାଜିକ ଦୂରତା ହିଁ ଏହି ରୋଗକୁ ନିୟନ୍ତ୍ରଣ କରିପାରିବ । ଏହା ସତ୍ୱେ ବି ଲୋକମାନେ ସାମାଜିକ ଦୂରତ୍ୱକୁ ମାନୁ ନଥିବା ବେଳେ ଏବଂ ଏହି ହାଟ ପ୍ରତି ବାଲେଶ୍ୱର ଜିଲ୍ଲା ପ୍ରଶାସନର ଦୃଷ୍ଟି ମଧ୍ୟ ନାହିଁ । ଜିଲ୍ଲା ଏଥିପ୍ରତି ସମ୍ପୂର୍ଣ୍ଣ ଭାବରେ ଦୃ୍େଟି ଦେଇ ସାମାଜିକ ଦୂରତ୍ୱକୁ ରକ୍ଷା କରିବା ଜରୁରୀ ନଚେତ୍ ଏହି ହାଟକୁ କିଛିଦିନ ପାଇଁ ବନ୍ଦ କରିବା ଜରୁରୀ ହୋଇ ପଡ଼ିଛି ।
କେବଳ ବାରିକପୁର ହାଟ ନୁହେଁ, ସୋର ବ୍ଲକର ଅନନ୍ତପୁର ବଜାରରେ ମଧ୍ୟ ସାମାଜିକ ଦୂରତା ରକ୍ଷା କରାଯାଉ ନାହିଁ । ବଜାରରେ ଲୋକମାନେ ମନଇଛା ବୁଲାବୁଲି କରୁଥିବା ବେଳେ ଲକ୍ଡାଉନ୍ ସମୟରେ ଦୋକାନ ମଧ୍ୟ ଖୋଲା ରହୁଛି । ଏଥି ପ୍ରତି କଠୋର କାର୍ଯ୍ୟାନୁଷ୍ଠାନର ଆବଶ୍ୟକତା ଦେଖାଦେଇଛି, ଯାହା ପ୍ରଶାସନ ଶିଘ୍ର ଗ୍ରହଣ କରିବା ଉଚିତ୍ ।

Leave a Reply

Your email address will not be published.