ବିଜୁ ଶ୍ରମିକ ସାମ୍ମୁଖ୍ୟ ସମାବେଶରେ ପଦାରେ ପଡିଲା ପାରାଦୀପ ବିଜେଡିର ଘରୋଇ କଳି

ବିଜୁ ଶ୍ରମିକ ସାମ୍ମୁଖ୍ୟ ସମାବେଶରେ ପଦାରେ ପଡିଲା ପାରାଦୀପ ବିଜେଡିର ଘରୋଇ କଳି

ପାରାଦୀପ, (ଆଇଏନ୍ଏସ୍): ପାରାଦୀପ ତୈଳବିଶୋଧନାଗାର ପ୍ରକଳ୍ପର ଅଭୟଚନ୍ଦପୁର ଥାନା ନିକଟରେ ବିଜୁ ଜନତାଦଳର ବିଜୁ ଶ୍ରମିକ ସାମୁଖ୍ୟର ଏକ ବିଶାଳ ସମାବେଶ ଅନୁଷ୍ଠିତ ହୋଇଯାଇଛି । ମା ଶାରଳାଙ୍କ ମାଟିର ଲଢୁଆ ପୁଅ ତଥା ବିଶିଷ୍ଟ ଯୁବ ଶ୍ରମିକ ନେତା ସନ୍ତୋଷ କୁମାର ପଟ୍ଟନାୟକ ନିଜର ହଜାର ହଜାର ସମର୍ଥକଙ୍କ ଗହଣରେ ପ୍ରଥମ ଥର ପାଇଁ ଏହି ବିଶାଳ ସମାବେଶରେ ଉପସ୍ଥିତ ହୋଇଥିଲେ । ଏହି ସମାବେଶରେ ଜଗତସିଂହପୁର, କେନ୍ଦ୍ରାପଡା ଓ କଟକ ଜିଲ୍ଲାର ବିଜୁ ଜନତା ଦଳର ବିଜୁ ଶ୍ରମିକ ସାମୁଖ୍ୟର ପ୍ରାୟ ୧୦ହଜାରରୁ ଉର୍ଦ୍ଧ ସମର୍ଥକ ଓ ଦଳିୟ କର୍ମି ଉପସ୍ଥିତ ଥିଲେ । ଆୟୋଜିତ ବିଜୁ ଶ୍ରମିକ ସାମୁଖ୍ୟର ସମାବେଶରେ ରାଜ୍ୟସଭାପତି ତଥା ପୂର୍ବତନ ବିଧାୟକ ଶ୍ରୀ ରାଜେନ୍ଦ୍ର ପ୍ରସାଦ ସିଂହଙ୍କ ଅଧ୍ୟକ୍ଷତାରେ ମନ୍ତ୍ରୀ ଉଷାଦେବୀ, ମନ୍ତ୍ରୀ ପ୍ରତାପ ଜେନା, ପୂର୍ବତନ ମନ୍ତ୍ରୀ ଅତନୁ ସବ୍ୟସଚୀ ନାୟକ, ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ପ୍ରଶାନ୍ତ ମୁଦୁଲି, କଟକ ବାରବାଟୀ ବିଧ୍ୟାୟକ ଦେବାଶିଷ ସାମନ୍ତରାୟ, ସାଂସଦ ଡା. କୁଳମଣି ସାମଲ, ଶ୍ରମିକ ନେତା ଶ୍ରୀ ସନ୍ତୋଷ କୁମାର ପଟ୍ଟନାୟକ, ବିଜୁ ଶ୍ରମିକ କଲ୍ୟାଣ ବୋର୍ଡର ଅଧ୍ୟକ୍ଷ ସୁବାସ ସିଂହ, ରାଜ୍ୟ ବିଜୁ ଶ୍ରମିକ ସାମୁଖ୍ୟର ଉପସଭାପତି ଶ୍ରୀ ଯୁଗଳ କିଶୋର ନାୟକ, ଶ୍ରମିକ ନେତା ଆଇନଜିବ୍ି ଅମୃୁତ ଦାସ, ବିଜୁ ଶ୍ରମିକ ସାମୁଖ୍ୟର ସମ୍ପାଦକ ଗୋଲେଖ ଚନ୍ଦ୍ର ନାୟକ ପ୍ରମୁଖ ଯୋଗଦେଇ ଆଗାମି ଦିନରେ ହଜାର ହଜାର ଶ୍ରମିକ ମାନଙ୍କୁ ବିଜୁ ଶ୍ରମିକ କଲ୍ୟାଣ ବୋର୍ଡରେ ସାମିଲ କରି ନାର୍ଯ୍ୟଦାବି ହାସଲ କରିବା ପାଇଁ ସଗ୍ରାମ ଜାରି ରଖିବାକୁ ସହଯୋଗ କାମନା କରିଥିଲେ । ଆଜିର ସମାବେଶ ପାଇଁ ବିଶିଷ୍ଟ ଶ୍ରମିକ ନେତା ସନ୍ତୋଷ ପଟ୍ଟନାୟକଙ୍କୁ ଯୋଗ ଦେବାପାଇଁ ବିଜୁ ଶ୍ରମିକ କଲ୍ୟାଣ ବୋର୍ଡର ଅଧ୍ୟକ୍ଷ ଶ୍ରୀ ସୁବାସ ସିଂହ ଓ ବିଜୁ ଶ୍ରମିକ ସାମୁଖ୍ୟର ଉପସଭାପତି ଯୁଗଳ କିଶୋର ନାୟକଙ୍କର ଆମନ୍ତ୍ରଣରେ ହଜାର ହଜାର ସମର୍ଥକ ମାନଙ୍କ ଉପସ୍ଥିତିରେ ଯୋଗ ଦେଇଥିଲେ । ସ୍ଥାନୀୟ ଜିରୋପଏଣ୍ଟରୁ ପୂର୍ବଭାରତ ତୈଳ ବିଶୋଧନାଗାର ଶ୍ରମିକ ସଂଘର ସଭାପତି ଶ୍ରୀ ସନ୍ତୋଷ କୁମାର ପଟ୍ଟନାୟକଙ୍କୁ ପ୍ରାୟ ହଜାର ହଜାର ସମର୍ଥକ ବିଶାଳ ରାଲିରେ ସଭାସ୍ଥଳକୁ ନେଇଥିଲେ । ଯାହା ସନ୍ତୋଷଙ୍କ କରାମତି କୁ ଦେଖିଛନ୍ତିି ପାରାଦୀପ ଅଂଚଳର ତଥା କଥିତ ବିରୋଧିମାନେ । ଆଜିର ସମାବେଶରେ ପାରାଦୀପ ପୌର ପରିଷଦର ଅଧ୍ୟକ୍ଷ ଶ୍ରୀ ବସନ୍ତ ବିଶ୍ୱାଳ ଯୋଗ ଦେଇ ନଥିବାବେଳେ ପାରାଦୀପ ବିଜୁ ଜନତା ଦଳର ସଭାପତି ଶ୍ରୀ ସୁମନ୍ତ କୁମାର ବିଶ୍ୱାଳ ସଭାସ୍ଥଳକୁ ନିକଟକୁ ଯାଇ ଅଃ୍ପ ସମୟ ମଧ୍ୟରେ ଫେରି ଆସିଥିଲେ । ସ୍ଥାନୀୟ ଅଂଚଳରେ ଯାହା ଚର୍ଚ୍ଚାହୁଏ ପାରାଦୀପ ବିଧାୟକ ଦାମଦର ରାଉତ ଦଳରୁ ବିଦା ହେବା ପରେ ଦାମଙ୍କ ନିତ୍ୟାନ୍ତ ଅନୁଗତ ତଥା ହାତବାରିସି ପୈାରାଧ୍ୟକ୍ଷ ମି. ବିଶ୍ୱାଳ ଦାମଙ୍କ ପାଖରୁ ଦୂରେଇ ନିଜର ଶକ୍ତି ପ୍ରଦର୍ଶନ ନିମନ୍ତେ ଜଗତ୍ସିଂହପୁର ବିଧାୟକଙ୍କ ସହିତ ସ୍ଥାନୀୟ ବିଜେଡି ସଭାପତି ସୁମନ୍ତଙ୍କ ସହିତ ବିଭିନ୍ନ ସଭା ସମିତି କରୁଥିଲେ । କିନ୍ତୁ ସେଠାରେ ନିଜ ଅଂଚଳର ଦଳୀୟ ଗୃହ ଶତ୍ରୁ ତଥା ବିଷ୍ଣୁଙ୍କ ଅନୁଗତ ସନ୍ତୋଷଙ୍କ ଛାଇ ପଡୁ ନଥିଲା । କିନ୍ତୁ ଅନେକ ସଭା ସମିତିରେ ଦାମ ଅନ୍ୟମାନଙ୍କୁ ବିରୋଧ କରୁଥିଲେବି ପୌରାଧ୍ୟକ୍ଷଙ୍କୁ ସେତେଟା ଆଙ୍ଗୁଳି ନିଦେ୍ର୍ଦଶ କରିବା ପରିବର୍ତେ ଅନେକ ମଂଚରେ ପ୍ରଶଂସା କରୁଥିବାର ଦେଖିବାକୁ ମିଳୁଥିଲା । ତେଣୁ ପୈାରାଧ୍ୟକ୍ଷ ସୁମନ୍ତଙ୍କ ସାଥିରେ ମିଶି ଭୂବନେଶ୍ୱର ତୃତୀୟ ମହଲା ସହିତ ବେଶ୍ ଯୋଗାଯୋଗ ରଖି ବିଧାୟକ ଦୌଡରେ ଥିଲେ ବୋଲି ସ୍ଥାନୀୟ ଅଂଚଳର ଅନୁଗତଙ୍କ ମଧ୍ୟରେ ମୃଦୁ୍ୟ ଗୁଂଜରଣ ହେଉଥିଲା । ଗୋଟିଏ ପଟେ ଦାମଙ୍କ ଦଳ ବିଦା ଅନ୍ୟପଟେ ବିଷ୍ଣୁଙ୍କ ଅନୁଗତ ସନ୍ତୋଷଙ୍କ ସୁପ୍ତ କ୍ଷମତା ପୌରାଧ୍ୟକ୍ଷଙ୍କ ପାଇଁ ଆଶା ସଂଚାର କରୁଥିଲା । ହେଲେ ଭୋକିଲା କୁମ୍ଭିର ଭଳି ପାରାଦୀପ ନିର୍ବାଚନ ମଣ୍ଡଳୀ ଘାଟ କୂଳରେ ଦୀର୍ଘ ଦିନ ହେବ ଅପେକ୍ଷା କରି ରହିଥିବା ବାରବାଟି ବିଧାୟକ ତଥା ପାରାଦୀପ ନିର୍ବାଚନ ମଣ୍ଡଳୀର ପୁଅ ବାବୁ ରୂଷି ମଙ୍ଗ ଧରିବା ପାଇଁ ସମସ୍ତ ଯୋଜନା ସମାପନ କରିଥିବା ଖବର ପ୍ରଘଟ ହେବା ପରେ ପୈାରାଧ୍ୟକ୍ଷଙ୍କ ଭାଳେଣି ପଡିଯାଇଛି । ସେଥିରେ ଦେବାଶିଷ (ରୁଷି) ଙ୍କୁ ସମ୍ପୁର୍ଣ୍ଣ ସହାୟତା କରୁଛନ୍ତି ବସନ୍ତଙ୍କର ପାଖ ପୂର୍ବତନ ପୌରାଧ୍ୟକ୍ଷ ଗୋବିନ୍ଦ ତରାଇ । ଏପଟେ ନିଜର କ୍ଷମତାକୁ ଯୋରଦାର କରିବାକୁ ଦେବାଶିଷ ପାରାଦୀପର ପ୍ରମୁଖ ୯ ଟି ସଂଗଠନର ସଭାପତି ତଥା ପୋରାଧ୍ୟକ୍ଷଙ୍କ ଚିର ଶତ୍ରୁ ସନ୍ତୋଷଙ୍କ ହାତ ଧରି ସଭାରେ ହଜାର ହଜାର ଜନସାଧାରଣଙ୍କ ଉପସ୍ଥିତିକୁ ଅନୁଭବ କରିଛନ୍ତି । ତେଣୁ ସେ ସନ୍ତୋଷଙ୍କୁ ଅଧିକ ପ୍ରଧାନ୍ୟ ଦେଇ ଆଗାମି ପୌର ପରିଷଦ ନିର୍ବାଚନରେ ସହାୟତା କରିବେ ବୋଲି ପୂର୍ବାନୁମାନ କରିଛନ୍ତି ସାଧାରଣ ଜନତା । ଏହି ମର୍ମରେ ଜଣେ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତରରେ ପୈାରାଧ୍ୟକ୍ଷ ବୁଲେଇ ବଙ୍କେଇ ଅନେକ କାହାଣି କହିଥିଲେ ଯାହା ସ୍ଥାନୀୟ ଅଂଚଳର ଛକ ବଜାରରେ ଆଲୋଚନା ମୁଖ୍ୟ ପ୍ରସଂଗ ପାଲଟିଛି । ଅପରପକ୍ଷେ ଦାମବାବୁଙ୍କ ଝିଅ ପାରାଦୀପ ବିଜେଡିର ଟିକେଟ ଧରି ସମସ୍ତଙ୍କ ଅଙ୍କ କଷାକୁ ଭୂଲ କରିବେ ବୋଲି ବୁଦ୍ଧିଜୀବୀ ତଥା ଦାମ ଅନୁଗତଙ୍କ ମହଲରେ ଉଷ୍ମତା ପରିଲକ୍ଷିତ ହେଉଛି । ବାକି ରହିଲା ଦେଖିବାକୁ ଆଜିର ଏହି ସଭା ପରେ କିଏ କେତେଦୂର ଉଡିବାରେ ସଫଳ ହେଉଛି ଆଉ କାହାର ପକ୍ଷ ଛେଦନ କରାଯାଇ ପଙ୍ଗୁ କରାଯାଉଛି । ତେଣୁ ସ୍ଥାନୀୟ ଅଂଚଳରେ ଶ୍ରମିକ ସାମୁଖ୍ୟ ହେଉ ବା ରାଜନିତୀ ସାମୁଖ୍ୟ ହେଉ ସେ କଥାକୁ ଜନସାଧାରଣ ଗୁରୁତ୍ୱ ନଦେଇ ଆଗାମୀ ନିର୍ବାଚନ ରଣ ନୀତିକୁ ଅପେକ୍ଷା କରିଛନ୍ତି । ଏହି ସଭାରେ ଅନ୍ୟମାନଙ୍କ ମଧ୍ୟରେ ବିଜୁ ଜନତା ଦଳର ରାଜ୍ୟ ସଭାନେତ୍ରୀ ଡା. ମୀନତୀ ବେହେରା, ପାରାଦୀପ ଗଡ ସରପଂଚ ମିହିର ରଂଜନ ସାହୁ , ଭୁତମୁଣ୍ଡାଇର ପୂର୍ବତନ ସରପଂଚ ଇଂ. ସଞ୍ଜୟ କୁମାର ସ୍ୱାଇଁ, ପୂର୍ବତନ ଜିଲ୍ଲାପରିଷଦର ଅଧ୍ୟକ୍ଷା ସବିତା ମହାପାତ୍ରଙ୍କ ସମେତ ୩ ଜିଲ୍ଲା ଜଗତସିଂହପୁର, କେନ୍ଦ୍ରାପଡା ଓ କଟକ ଜିଲ୍ଲାର ବିଜୁ ଜନତା ଦଳର ବରିଷ୍ଟ କର୍ମକର୍ତା ଓ ବିଜୁ ଶ୍ରମିକ ସାମୁଖ୍ୟର କର୍ମକର୍ତା ମାନେ ଉପସ୍ଥିତ ଥିଲେ ।

Leave a Reply

Your email address will not be published.