ବିଶାଳ ରକ୍ତ ଦାନ ଶିବିର ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ସୁଭାରମ୍ଭ
ପାରାଦୀପ, (ଓଏନ୍ଏସ୍): ପାରାଦୀପ ବନ୍ଦରର ସ୍ରଷ୍ଟା, ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୩ ତମ ଜୟନ୍ତୀ ଉସôବ ଉପଲକ୍ଷେ ପୂର୍ବଭାରତ ତୈଳ ବିଶୋଧନାଗାର ଶ୍ରମିକ ସଂଘ ତରଫରୁ ବହୁମୁଖି କାର୍ଯ୍ୟକ୍ରମ ଗ୍ରହଣ କରାଯାଇଛି । ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ପ୍ରାୟୋଜିତ ଜୀବନ ବିନ୍ଦୁ କାର୍ଯ୍ୟକ୍ରମକୁ ସଂଘ ପ୍ରାଥମିକତା ଦେଇ ଦୁଇ ଦିନିଆ ବିଶାଳ ସ୍ୱେଚ୍ଛାକୃତ ରକ୍ତ ଦାନ ଶିବିର ଆୟୋଜନ କରିଛି । ପାରାଦୀପସ୍ଥ ଜିରୋ ପଏଣ୍ଟ ଠାରେ ଦୁଇ ଦିନିଆ ବିଶାଳ ରକ୍ତଦାନ ଶିବିର ଆୟୋଜନ କରିଛି ଏହି ସଂଘ । ଆଜି ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ତଥା ଜଗତ୍ସିଂହପୁର ଜିଲ୍ଲା ବିଜେଡି ସଭାପତି ଶ୍ରୀଯୁକ୍ତ ବିଷ୍ଣୁ ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ଶିବିରକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଜଗତ୍ସିଂହପୁର ସାଂସଦ ଡାକ୍ତର କୂଳମଣି ସାମଲ କାର୍ଯ୍ୟ ବ୍ୟସ୍ତତା ଯୋଗୁ ଉଦ୍ଘାଟନି ସଭାରେ ଯୋଗଦାନ କରିପାରି ନଥିଲେ ପରେ ରକ୍ତଦାନ ଶିବିରରେ ଯୋଗଦାନ କରି ଖୁସି ବ୍ୟକ୍ତ କରିବା ସହିତ କାର୍ଯ୍ୟକ୍ରମକୁ ଭୂୟସି ପ୍ରଶଂସା କରିଥିଲେ । ସାଂସଦ ମହୋଦୟଙ୍କ ପ୍ରତିନିଧି କମଳାକାନ୍ତ ମହାପାତ୍ର ସଭାରେ ଉପସ୍ଥିତ ଥିଲେ । ସଂଘର ସଭାପତି ଶ୍ରୀଯୁକ୍ତ ସନ୍ତୋଷ କୁମାର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ କାଶ୍ମିରର ଫୁଲୱାମା ଠାରେ ସହିଦ ହୋଇଥିବା ବୀର ଜବାନ ମାନଙ୍କର ଅମର ଆତ୍ମାର ସଦ୍ଗତି ନିମନ୍ତେ ନିରବ ପ୍ରାର୍ଥନା କରାଯାଇ,ସ୍ୱର୍ଗତ ବିଜୁବାବୁ, ଓ ଜଗତ୍ଗୁରୁ ଠାକୁର ଶ୍ରୀ ଶ୍ରୀ ଅଭିରାମ ପରମହଂସ ଫଟୋ ଚିତ୍ରରେ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ ଏବଂ ପ୍ରଦୀପ ପ୍ରଜ୍ଜ୍ୱୋଳନ କରି ଆନୁଷ୍ଠାନିକ ଭାବେ ଉସôବକୁ ଉଦ୍ଘାଟନ କରିଥିଲେ । ପରେ ବନେ୍ଦ ଉକôଳ ଜନନୀ ଗାନ କରାଯାଇ ସଭା କାର୍ଯ୍ୟ ଆରମ୍ଭ କରାଯାଇଥିଲା । ଏହି ସଭାରେ ମୁଖ୍ୟ ବକ୍ତା ଭାବେ ପାରାଦୀପ ବନ୍ଦରର ପୂର୍ବତନ ଟ୍ରଷ୍ଟି ତଥା ମାସିକ ପତ୍ରିକା ପରଦା ର ସଂପାଦକ ଶ୍ରୀଯୁକ୍ତ ସରୋଜ କୁମାର ପଟ୍ଟନାୟକ, ସମ୍ମନୀତ ଅତିଥି ଭାବେ ବିଜେଡି ସଂପାଦକ ତଥା ଜୀବନ ବିନ୍ଦୁ କାର୍ଯ୍ୟକ୍ରମର ରାଜ୍ୟ ସଂଯୋଜକ ଶ୍ରୀଯୁକ୍ତ ବିଜୟ କୁମାର ନାୟକ,ଅମରେନ୍ଦ୍ର ଦାସ,ଶ୍ରୀମତୀ ମିନତି ଦାସ,ଲୋରା ମହାପାତ୍ର, କମଳାକାନ୍ତ ମହାପାତ୍ର,ମଧୁସୁଦନ ସାହୁ ପ୍ରମୁଖ ଯୋଗ ଦେଇଥିଲେ । ନିମନ୍ତ୍ରୀତ ଅତିଥିମାନେ ରକ୍ତ ଦାନର ମହାନୀୟତା ନବୀନ ପଟ୍ଟନାୟକଙ୍କ ପ୍ରାୟୋଜିତ ଜୀବନ ବିନ୍ଦୁ କାର୍ଯ୍ୟକ୍ରମର ସଫଳତା ଓ ବିଜୁ ଜନତା ଦଳର ସାମାଜିକ ପ୍ରତିବଦ୍ଧତା ସଂପର୍କରେ ମନ୍ତବ୍ୟ ରଖିଥିଲେ । ପୂର୍ବ ଭାରତ ତୈଳ ବିଶୋଧନାଗାର ଶ୍ରମିକ ସଂଘର ସଭାପତି ଙ୍କ ଉଦ୍ୟମକୁ ଓ ପରିଚାଳନାକୁ ପ୍ରଶଂସା କରିଥିଲେ । ମାନବ ସେବା ମାଧବ ସେବା ଦ୍ୱାରା ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଅମୁଲ୍ୟ ଜୀବନ ମୃତୁ୍ୟ ମୁଖରୁ ରକ୍ଷା କରି ମହାପୁଣ୍ୟ ଅର୍ଜ୍ଜନ କରୁଥିବା ଦର୍ଶାଇଥିଲେ । ତେଣୁ ସମସ୍ତ ରକ୍ତ ଦାତା ମାନଙ୍କୁ ସୁଭେଚ୍ଛା ଅଭିନନ୍ଦନ ଜ୍ଞାପନ କରିବା ସହ ତାଙ୍କ ପରିବାରର ନିରାମୟ ଜୀବନ କାମନା କରି ପ୍ରଭୂ ଜଗନ୍ନାଥଙ୍କ ନିକଟରେ ସମର୍ପିତ ହୋଇଥିଲେ ।ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ସାଧାରଣ ସଂପାଦକ ପଦ୍ମଲୋଚନ ଦାଶ, ଧନ୍ୟବାଦ ଅର୍ପଣ କରିଥିଲେ ସଂଘର ଉପ ସଭାପତି ମନିନ୍ଦ୍ର ଗୁରୁ । ପ୍ରଥମ ଦିନର ସଂଧ୍ୟା ସୁଧା ସମୁଦାୟ ୨୨୭୭ ୟୁନିଟ ରକ୍ତ ସଂଗୃହିତ ହୋଇଥିଲା । ୨ ତାରିଖରେ ବିଶାଳ ରକ୍ତ ଦାନ କାର୍ଯ୍ୟକ୍ରମ ଉଦ୍ୟାପନି ହେବ ବୋଲି ସଂଘ ତରଫରୁ ସୂଚନା ପ୍ରଦାନ କରାଯାଇଛି ।