ଭାରତରେ ମହିଳା ମାନେ କ’ଣ ସବୁଠାରୁ ଅସୁରକ୍ଷିତ?
ସମ୍ପ୍ରତି ଏକ ପ୍ରକାଶନ ସଂସ୍ଥା ଟନସନ ରଏଟର ଫାଉଣ୍ଡେସନ ପକ୍ଷରୁ ଏକ ରିପୋର୍ଟ ପ୍ରକାଶିତ ହୋଇଛି । ବିଭିନ୍ନ ଦେଶର ସାଢେ ପାଂଚଶହ ଜଣ ମାନବୀ ବିଦ୍ୟାର ବିଶେଷଜ୍ଞ ନିଜ ଦେଶରେ ମହିଳାଙ୍କ ସୁରକ୍ଷା ବ୍ୟବସ୍ଥା ନେଇ ଦେଇଥିବା ମତାମତକୁ ଭିତି କରି ଯେଉଁ ରିପୋର୍ଟ ପ୍ରସ୍ତୁତ କରାଯାଇଛି, ସେଥିରେ କୁହାଯାଇଛି ଆଫଗାନିସ୍ଥାନ, ସିରିଆ ବା ପାକିସ୍ତାନ ଭଳିଦେଶକୁ ପଛରେ ପକାଇ ଦେଇଛି ଭାରତ । ଭାରତ ମହିଳାଙ୍କ ପାଇଁ ସବୁଠାରୁ ଅସୁରକ୍ଷିତ ଜାଗା ବୋଲି ପ୍ରକାଶ କରିଛି ରିପୋର୍ଟ । ଯୌନ ନିର୍ଯ୍ୟାତନାର ସଂଖ୍ୟା ଏବଂ ଅପରାଧୀକୁ ଦୃଷ୍ଟାନ୍ତମୂଳକ ଶାସ୍ତିବିଧାନ କ୍ଷେତରେ ସରକାରୀ ଉଦାସୀନତା, ଏ ଦୁଇଟି କାରଣରୁ ଭାରତରେ ମହିଳାମାନେ ସବୁଠାରୁ ଅସୁରକ୍ଷିତ ମଣିଥାନ୍ତି ।
ଏହି ରିପୋର୍ଟ ପ୍ରକାଶ ପାଇବା ପରେ ଏହାକୁ ନେଇ ବିତର୍କ ଆରମ୍ଭ ହୋଇଯାଇଛି । କୋରାପୁଟର କୁନ୍ଦୂଲି ଧର୍ଷଣ ହେଉ ବା ଦିଲ୍ଳିରେ ନିର୍ଭୟା ଘଟଣା ହେଉ ଗଣ ଧର୍ଷଣକୁ ନେଇ ମିଡିଆରେ ଯେଉଁ ଝଡ ଉଠିଛି, ତା’ଫଳରେ ଭାରତର ଲୋକମାନଙ୍କ ମଧ୍ୟରେ ଝିଅମାନଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନ ଦେଖା ଦେଇଛି । ମାତ୍ର ଆମର ଏଠି ଯେ ଅବସ୍ଥା ଆଫଗାନିସ୍ଥାନ-ପାକିସ୍ତାନ-ସିରିଆ ଠାରୁ ଖରାପ ତାହା ବିଶ୍ୱାସ ହୁଏ ନାହିଁ । ଏଣୁ ଏହାକୁ ନେଇ ରାଜନୀତି ଆରମ୍ଭ ହୋଇ ଯାଇଛି । ବିରୋଧୀ ମାନେ ଦାବି କରନ୍ତି, ସରକାରଙ୍କ ଅପଦାର୍ଥତା ଯୋଗୁ ଏଭଳି ବିପଦଜନକ ପରିସ୍ଥିତି ଦେଖା ଦେଇଛି । କେନ୍ଦ୍ର ସରକାରଙ୍କ ଯୁକ୍ତି ହେଉଛି ଯେ, କାହାକୁ ଭିତି କରି ଏଇ ରିପୋର୍ଟ ତିଆରି କରାଯାଇଛି? ବିଶେଷଜ୍ଞମାନେ କିଏ? ସେମାନଙ୍କର ପରସେପସନ ଭିତିରେ ଏପରି ଗୁରୁତର ସିଦ୍ଦାନ୍ତ କଣ ନିଆଯାଇପାରେ?
ରିପୋର୍ଟରେ ଦେଖାଯାଇଛି, ଭାରତ ଶିଶୁ ବିବାହ, ଯୌନ ନିର୍ଯାତନା ଓ କନ୍ୟାଭୃଣ ହତ୍ୟା କ୍ଷେତ୍ରରେ ଏକ ନମ୍ବର । ସରକାର ମଧ୍ୟ ସ୍ୱୀକାର କରିଛନ୍ତି, ଏକତୃତୀୟାଂଶ ଝିଅଙ୍କର ବାହାଘର ହୁଏ ଅଠର ବର୍ଷରୁ କମ ବୟସରେ । କନ୍ୟାଭୃଣ ହତ୍ୟା ଫଳରେ ବିଭିନ୍ନ ରାଜ୍ୟରେ ନାରୀ ପୁରୁଷର ଅନୁପାତ ଭାରି ଖରାପ । କିନ୍ତୁ ଅନ୍ୟ କ୍ଷେତ୍ରରେ ଆମର ଅବସ୍ଥା ଏତେ ଖରାପ ନୁହେଁ ।
ଏହି ରିପୋର୍ଟର ଆଉ ଏକ ଗୁରୁତ୍ୱପୁର୍ଣ୍ଣ କଥା ହେଲା ମହିଳାଙ୍କ ସୁରକ୍ଷା କ୍ଷେତ୍ରରେ ଆମେରିକାର ସ୍ଥାନ ହେଉଛି ତୃତୀୟରେ । ଯୁଦ୍ଧବିଧ୍ୱସ୍ତ ଆଫଗାନିସ୍ଥାନ ଓ ସିରିଆ ଯଥାକ୍ରମେ ଦି୍ୱତୀୟ ଓ ଯୁଗ୍ମ ଦି୍ୱତୀୟ ସ୍ଥାନରେ ରହିବାର କାରଣ ସ୍ୱାସ୍ଥ୍ୟ ପରିସେବା କ୍ଷେତ୍ରରେ ମହିଳାଙ୍କୁ ବଂଚିତ କରିବା କାରଣରୁ । ଯୁଦ୍ଧବିଧ୍ୱସ୍ତ ଓ ଗୃହଯୁଦ୍ଧ କାରଣରୁ ଯେଉଁ ମାନସିକ ଆଘାତ ସେମାନେ ପାଇଛନ୍ତି, ସେମାନଙ୍କୁ ତାର ଚିକିସ୍ôା ସୁବିଧା ମଳିପାରୁ ନାହିଁ । ଆମେରିକାରେ ଏପରି ଅବସ୍ଥା ଦେଖାଦେବାର କାରଣ ହେଲା ଧର୍ଷଣ, ବିଶେଷକରି ସ୍ୱାମୀ ବା ନିଜ ଲୋକମାନଙ୍କ ଦ୍ୱାରା ଧର୍ଷଣ । ଅତଏବ ଉନ୍ନୟନ ଓ ଧର୍ଷଣର ସମ୍ପର୍କ ଖୁବ ଜଟିଳ ।
‘ପରସେପସନ’ ବା ‘ମନେହେବା’କୁ ବାଦ ଦେଇ ପରିସଂଖ୍ୟାନକୁ ଦେଖିବା । ସଂଖ୍ୟା ଦୃଷ୍ଟିରୁ ଦେଖିବାକୁ ଗଲେ ସବୁଠାରୁ ଅଧିକ ଧର୍ଷଣ ହୁଏ ଆମେରିକାରେ । ତାପରେ ବ୍ରାଜିଲରେ ଓ ତୃତୀୟରେ ହେଉଛି ଭାରତ । ଏଇ ତିନୋଟି ଯାକ ଜନବହୁଳ ଦେଶ । ଲକ୍ଷେ ଲୋକଙ୍କ ପ୍ରତି ଧର୍ଷଣ କେତେ, ସେଇ ହିସାବରେ ପ୍ରଥମ ହେଲା ବି୍ରଟେନ, ଦ୍ୱିତୀୟରେ ଆମେରିକା । ଭାରତର ସ୍ଥାନ ହେଉଛି ସପ୍ତମରେ । ୨୦୦୯ରୁ ୨୦୧୬ ମଧ୍ୟରେ ଭାରତରେ ଧର୍ଷଣ ବଢିଛି ପ୍ରାୟ ୮୩ ଶତାଂଶ, ପ୍ରତି ଘଂଟାରେ ଆମ ଦେଶରେ ଚାରୋଟି ଘଟଣା ଘଟେ । ସେଇ ମାପକାଠିରେ ୧୫୩ ଟି ଦେଶ ମଧ୍ୟରେ ୧୩୧ ନମ୍ବରରେ ରହିଛି ଭାରତ । ଆଫଗାନିସ୍ଥାନ ଓ ପାକିସ୍ତାନ ଠାରୁ ଅବସ୍ଥା ଖରାପ ।(ଓମେନ, ପିସ, ସିକ୍ୟୁରିଟି ରିପୋର୍ଟ)
ଆମ ଦେଶର ନେସନାଲ କ୍ରାଇମ ବ୍ୟୁରୋର ତଥ୍ୟ କଣ? ‘ବିଶେଷ ଧରଣର ବେଶଭୂଷା ଯୋଗୁ ଧର୍ଷଣ ବିଶେଷ ପରିସ୍ଥିତିରେ କମ ହୁଏ । ଆମଦେଶରେ ଶତକଡା ୯୫ ଭାଗ ଧର୍ଷଣ ଓ ଧର୍ଷଣକାରୀ ପୂର୍ବରୁ ପରିିଚିତ । ବିଶେଷକରି ଘରେ ବା ବାହାରେ ସେମାନେ ଧର୍ଷଣର ଶିକାର ହୁଅନ୍ତି । ଶୁଣାଯାଇଛି, ଆର୍ଥ ଓ ସାମାଜକ ିଉୁନ୍ନୟନର ଏହା ଉପରେ କୌଣସି ପ୍ରଭାବ ପକାଇ ପାରେ ନାହିଁ । ସେି କାରଣରୁ କେରଳରେ ବିହାର ଠାରୁ ଅଧିକ ଧର୍ଷଣ ହୁଏ । ତେବେ ଏହି ସଂଖ୍ୟା କେବଳ ଅଭିଯୋଗ । ଅପରାଧ ନୁହେଁ । ପିତୃତାନ୍ତ୍ରିକ ସମାଜରେ ଧର୍ଷଣ ବା ଏହିଭଳି ଅଭିଯୋଗ ଅଧିକ । ସେଥିପାଇଁ ଅନେକ ସମୟରେ ଧର୍ଷିତା ପରିବାରକୁ ଗାଁରେ ଏକଘରିକିଆ କରାଯାଏ । ପରିବାରର କେହି ଧର୍ଷଣ କଲେ ମିମାଂସା ହୁଏ ଅଧିକ, ଅଭିଯୋଗ ହୁଏ କମ । ସେଇପରି ଧର୍ମଗତ ବା ଜାତିଗତ ଅଭିଯୋଗ ହେଲେ ଅବସ୍ଥା ଆହୁରି ଗୁରୁତର । ଏପରିକି ଦୁଇଜଣଙ୍କ ସହମତିରେ ସହବାସ ହେଲେ ମଧ୍ୟ ପରିବାର ପକ୍ଷରୁ ଧର୍ଷଣ ଅଭିଯୋଗ ଅଣାଯାଏ ।
ଆଉ ଗୋଟାଏ କଥା ହେଲା, ମହିଳଜଣକ ନ୍ୟାୟ ପାଇବ କି ନାହିଁ, ତାହା ନିର୍ଭର କରେ ସଚେତନତା, ଆଇନଶୃଂଖଳା ପରିସ୍ଥତି ଉପରେ । ପୋଲିସର ମାନସିକତା ଉପରେ । ଉନ୍ନତ ଦେଶରେ ଅପରାଧ ହେଲେ ଆଇନ ଅନୁଯାୟି ବ୍ୟବସ୍ଥା ଗ୍ରହଣ କରାଯାଏ ।
ମହିଳାମାନେ ନିଜର ସୁରକ୍ଷା ପାଇଁ କଣ କରିବା ଦରକାର ସେ ବିଷୟରେ ସଚେତନତାର ଅଭାବ ଯୋଗୁ ଅନେକ ଅଭିଯୋଗ କରିପାରନ୍ତି ନାହିଁ । ତାହକୁ ଠିକ ଭାବେ ପରିଚାଳନା କରିପାରନ୍ତି ନାହିଁ । ବ୍ରାଉନ ବିଶ୍ୱବିଦ୍ୟାଳୟର ଜଣେ ଗବେଷକ ଗିରିଜା ବଶେକର ତିନି ହଜାର ଝିଅମାନଙ୍କୁ ପଚାର ବୁଝିଥିଲେ ଯେ ସେମାନେ କଲେଜ ନିର୍ବାଚନରେ ଭୋଟ ଦିଅନ୍ତି, କେବଳ ନିଜର ସୁରକ୍ଷା ପାଇଁ । ପାଠ ପଢାର ଉନ୍ନତି ପାଇଁ ନୁହେଁ ।
ଆଜିକାଲି ରାତିରେ କାମ ହେଉଛି । ଯେଉଁ ଝିଅମାନେ ରାତିରେ କାମକୁ ଯାଉଛନ୍ତି, ସେମାନେ ନିଜକୁ ନିରାପଦ ମଣୁ ନାହାନ୍ତି । ସେଇ କାରଣରୁ ଅଧିକ ଦରମା ଦେଲେ ବି ରାତିରେ କାମ କରିବାକୁ ଝିଅମାନେ ରାଜି ହେଉ ନାହାନ୍ତି । ସେମାନଙ୍କୁ ନେବା ଆଣିବା କରିବାକୁ ଗାଡିର ବ୍ୟବସ୍ଥା କରାଗଲେ ମଧ୍ୟ ସେମାନେ ନିଜକୁ ନିରାପଦ ମଣୁ ନାହାନ୍ତି । ସୁରକ୍ଷା ଅଭାବ ଯୋଗୁ ରାତି ରେ ଟ୍ୟୁସନକୁ ପଠାଉ ନାହାନ୍ତି ବାପା ମା’ ।
କେବଳ ସୁରକ୍ଷା କାରଣରୁ ମହିଳିାମାନେ ଆଜି ଅସୁରକ୍ଷିତ । ଏହାଛଡା ନିଜ ଲୋକମାନଙ୍କର ଲୋଲୁପ ଦୃଷ୍ଟି ସେମାନଙ୍କୁ ଅଧିକ ନିରାପତାହୀନ କରିଦେଉଛି ।
ଧର୍ଷଣର ହିସାବ ଦେଇ ସୁରକ୍ଷାର ହିସାବ କରାଯାଇ ନପାରେ । କେବଳ ନିରାପତା କାରଣରୁ ଝିଅଟିଏ ତାର ଅନେକ ଆଶାକୁ ମନ ଭିତରେ ଦାବି ଦେବାକୁ ବାଧ୍ୟ ହୁଏ । ଅଧିକ ପାଠ ପଢି ପାରେ ନାହିଁ । ଅନେକ ସୁଯୋଗ ହାତ ଛଡା କରେ । ଏହାହିଁ ହେଉଛି ସବୁଠାରୁ ଦୁଃଖଦାୟକ ଘଟଣା ।
(ସୁବାସ ଷଡଙ୍ଗୀ ଙ୍କ ରିପୋର୍ଟ)ମୋ-୯୪୩୯୬୫୨୩୨୨