ଭଡ଼ାରେ ଲାଗୁଛି ସରକାରୀ କ୍ୱାର୍ଟର୍ସ
ଭୁବନେଶ୍ୱର, (ଆଇଏନ୍ଏସ୍): ବର୍ଷ ବର୍ଷ ତଳୁ ଅବସର ନେଇଥିବା ରାଜ୍ୟ ସରକାରୀ କର୍ମଚାରୀ ମାନଙ୍କ ନାଁରେ ଥିବା କ୍ୱାର୍ଟର୍ସ ସାଧାରଣ ପ୍ରଶାସନ ବିଭାଗ ଦ୍ୱାରା ବାତିଲ ହୋଇଥିଲେ ହେଁ ବିଶେଷତଃ ୟୁନିଟ୍-୨, ୟୁନିଟ୍-୮ ଓ ୟୁନିଟ-୧ ଅଂଚଳରେ ଶତାଧିକ କ୍ୱାର୍ଟର୍ସ ଭଡ଼ାରେ ଲାଗିଥିବାର ଅଭିଯୋଗ ହେଉଛି । କେଉଁ ପରିସ୍ଥିତିରେ ଉକ୍ତ ଅବସରପ୍ରାପ୍ତ କର୍ମଚାରୀମାନେ କ୍ୱାର୍ଟର୍ସ ଛାଡ଼ୁ ନାହାନ୍ତି, ସେ ସଂପର୍କରେ ସରକାର ନିରବ ରହୁଥିବା ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି । ଯେଉଁ କାରଣ ଦର୍ଶାଇ କର୍ମଚାରୀମାନେ କ୍ୱାର୍ଟର୍ସ ଛାଡ଼ୁ ନାହାନ୍ତି, ସେହି କାରଣର ସତ୍ୟତା ବାବଦରେ ସରକାରଙ୍କ ଦ୍ୱାରା ଅନୁସନ୍ଧାନ କରାଯାଇଛି କି? ଉକ୍ତ ଅସାମ୍ବିଧାନିକ କାର୍ଯ୍ୟରେ ବିଭାଗୀୟ ଅଧିକାରୀ ମାନଙ୍କର କାର୍ଯ୍ୟକଳାପକୁ ନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏସଂପର୍କରେ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ସାଧାରଣରେ ଦାବି ହେଉଛି ।