ମହାବୀର ପ୍ରେସ୍ କ୍ଲବ୍ର ସାଧାରଣ ବୈଠକ

ସାମ୍ବାଦିକ ସୁରକ୍ଷା ଆଇନ୍ ଓ ପେନ୍ସନ୍ ବ୍ୟବସ୍ଥା ତୁରନ୍ତ ଲାଗୁହେଉ

ଭୁବନେଶ୍ୱର, (ଆଇଏନ୍ଏସ୍): ଓଡିଶାରେ କାର୍ଯ୍ୟରତ ସାମ୍ବାଦିକମାନଙ୍କ ପାଇଁ ସାମ୍ବାଦିକ ସୁରକ୍ଷା ଆଇନ୍ ଓ ପେନ୍ସନ୍ ବ୍ୟବସ୍ଥା ତୁରନ୍ତ ଲାଗୁହେଉ । ଗଣତନ୍ତ୍ରର ଚତୁର୍ଥ ସ୍ତମ୍ବ ତଥା ଜାଗ୍ରତ ପ୍ରହରୀ ସାମ୍ବାଦିକମାନେ ଏବେ ଅସହାୟ । ସମାଜ ସେବାର ମୁଖ୍ୟ ସ୍ରୋତରେ ସାମିଲ ହୋଇ ନିଜ ଜୀବନକୁ ବାଜି ଲଗାଇ ଖବର ସଂଗ୍ରହ କରୁଥିବା କାର୍ଯ୍ୟରତ ସାମ୍ବାଦିକଙ୍କ ସୁରକ୍ଷା ପାଇଁ ତୁରନ୍ତ ସାମ୍ବାଦିକ ସୁରକ୍ଷା ଆଇନ୍ ଲାଗୁହେଉ ବୋଲି କେନ୍ଦୁଝର ଠାରେ ମହାବୀର ପ୍ରେସ୍କ୍ଲବ ସାଧାରଣ ବୈଠକରେ ଯୋଗଦେଇ କଳିଙ୍ଗ ସାମ୍ବାଦିକ ସଂଘର ଆବାହକ ସୁକାନ୍ତ ରାଉତ କହିଛନ୍ତି । ପ୍ରେସ୍କ୍ଲବର ସଭାପତି ଅୟଶକାନ୍ତ ପଟ୍ଟନାୟକ, ସଂପାଦକ ସ୍ୱାଧୀନଚେତା ଦାସ ମହାପାତ୍ର, କୋଷାଧ୍ୟକ୍ଷ ଅକ୍ଷୟ କୁମାର ରାୟଙ୍କ ନେତୃତ୍ୱରେ କାଂଝାରୀ ଡ୍ୟାମ୍ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ବୈଠକରେ ମୁଖ୍ୟ ଅତିଥି ଭାବେ କଳିଙ୍ଗ ସାମ୍ବାଦିକ ସଂଘର ଆବାହକ ସୁକନ୍ତ ରାଉତ, ସମ୍ମାନୀତ ଅତିଥି ଭାବେ ସାଧାରଣ ସଂପାଦକ ବିଦ୍ୟାଧର ବାରିକ, ସଂଯୋଜକ ସଂଗ୍ରାମ କେଶରୀ ଦାସ, ଗଣମାଧ୍ୟମ ସଂପାଦକ ସତ୍ୟଜିତ ରାଉତ ପ୍ରମୁଖ ଯୋଗ ଦେଇଥିଲେ । ପ୍ରଥମେ ମା’ ତାରିଣୀଙ୍କ ବିଗ୍ରହରେ ପୁଷ୍ପମାଲ୍ୟ, ଧୂପଦୀପ ଦେଇ ସାମ୍ବାଦିକ ମାନଙ୍କର ଶୁଭ ମନାସିବା ସହିତ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ପ୍ରେସ୍ କ୍ଲବ୍ର ସଂପାଦକ ସ୍ୱାଧୀନ ଚେତା ଦାସ ମହାପାତ୍ର ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ସଭାପତି ଆୟସକାନ୍ତ ପଟ୍ଟନାୟକ ତାଙ୍କ ଅଭିଭାଷଣରେ କେଉଁଝର ସାମ୍ବାଦିକମାନଙ୍କର ସୁବିଧା ଅସୁବିଧା ସମ୍ବନ୍ଧରେ ବକ୍ତବ୍ୟ ପ୍ରଦାନ କରିଥିଲେ । କ୍ଲବ୍ର ଉପଦେଷ୍ଟା ତଥା ବରିଷ୍ଟ ଆଇନ୍ଜୀବି ଚତୁର୍ଭୁଜ ହୋତା କେଉଁଝରରେ ସମସ୍ତ କାର୍ଯ୍ୟରତ ସାମ୍ବାଦିକ ମାନଙ୍କ ସୁରକ୍ଷା ବ୍ୟବସ୍ଥା ସମ୍ଭନ୍ଧରେ ମତବ୍ୟକ୍ତ କରିଥିଲେ । ବୈଠକରେ ରେଜେଷ୍ଟ୍ରୀ ଭୁକ୍ତ ସଦସ୍ୟ ମାନଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରାଯାଇଥିଲା । କଳିଙ୍ଗ ସାମ୍ବାଦିକ ସଂଘ ପକ୍ଷରୁ ସାମ୍ବାଦିକତା ଓ ସାଂଗଠନିକ ସ୍ତରରେ ଉଲ୍ଲେଖନୀୟ ଅବଦାନ ପାଇଁ ମହାବୀର ପ୍ରେସ୍ କ୍ଲବ୍ର ସଭାପତି ଅୟସ କାନ୍ତ ପଟ୍ଟନାୟକ ସଂପାଦକ ସ୍ୱାଧୀନଚେତା ଦାସ ମହାପାତ୍ର, ପରାମର୍ଶ ଦାତା ଚତୁର୍ଭୁଜ ହୋତା ଓ ସାମ୍ବାଦିକତା କ୍ଷେତ୍ରରେ ଶଶି ଭୂଷଣ ସିଂହ, ସୁଶାନ୍ତ ମହାନ୍ତ, ସନ୍ତୋଷ କୁମାର ରାଉତ, ପ୍ରଦୀପ୍ ସାହୁଙ୍କୁ ମାନପତ୍ର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ବୈଠକରେ କେନ୍ଦୁଝର ଜିଲ୍ଲାର ବିଭିନ୍ନ ବ୍ଲକ୍ରୁ ସାମ୍ବାଦିକମାନେ ଯୋଗ ଦେଇଥିଲେ । ଶେଷରେ ଅକ୍ଷୟ କୁମାର ରାୟ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ା

Leave a Reply

Your email address will not be published.