ପ୍ରଜାପିତା ବ୍ରହ୍ମାକୁମାରୀ ସେବାକେନ୍ଦ୍ରର ରଜତ ଜୟନ୍ତୀ ଉତ୍ସବ
ଭୁବନେଶ୍ୱର,(ଓଏନ୍ଏସ୍): ଈଶ୍ୱର ସର୍ବଶକ୍ତିମାନ ବୋଲି ବିଶ୍ୱାସ ରଖିଥିବା ମଣିଷ ଏବେ ଆଧ୍ୟାମିôକ ଠାରୁ ବହୁତ ଦୂରରେ । କର୍ମବହୁଳ ଜୀବନ ଜଞ୍ଜାଳ ଭିତରେ ନିଷ୍ପେସିତ ହୋଇ ଶାନ୍ତି ପାଇଁ ଚିକ୍ରାର କରି ଅଣନିଶ୍ୱାସୀ ହୋଇ ଯାଇଛି । ମିଛୁଆ ଯନ୍ତ୍ରର ବ୍ୟବହାର କରି ସମୟ ଅତିବାହିତ କରିବା ସହିତ ମାନସିକ ବିକାରଗ୍ରସ୍ତ ହେଉଛି । ବିଭିନ୍ନ ବିଷାକ୍ତ ଖାଦ୍ୟ, ଜଳବାୟୁ ଓ କୁସଂସ୍କାରଧର୍ମୀ ମନୋରଂଜନ ମାଧ୍ୟମରେ ମାନସିକ ବିକାରଗ୍ରସ୍ଥ, ଜରାଗ୍ରସ୍ଥ, ଚିନ୍ତାଗ୍ରସ୍ଥ, ଅସୁସ୍ଥ, ଅନିତୀଗ୍ରସ୍ଥ, ହୋଇଯାଇ ଶେଷରେ ସମାଧାନର ବାଟ ଖୋଜିଖୋଜି ଈଶ୍ୱରଙ୍କ ଠାରେ ଶରଣ ପଶୁଛି । ଏସବୁର ସମାଧାନ ପାଇଁ ଏକମାତ୍ର ପନ୍ଥା ହେଉଛି ଯୋଗ, ଧ୍ୟାନ, ପ୍ରାଣାୟାମ । ଏହା ଠିକ୍ ଭାବେ ପାଳନ କଲେ ମଣିଷ ଚିର ଶାନ୍ତି ଲାଭ କରେ ବୋଲି ଚନ୍ଦ୍ରଶେଖରପୁର ସେବାକେନ୍ଦ୍ରର ଶୈଳଶ୍ରୀ ବିହାର ଦୁର୍ଗାପଡିଆ ଠାରେ ଅନୁଷ୍ଠିତ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟର ରଜତ ଜୟନ୍ତୀ ଉତ୍ସବରେ ଯୋଗଦେଇ ଅତିଥିମାନେ ମତବ୍ୟକ୍ତ କରିଥିଲେ । ମୁଖ୍ୟ ବକ୍ତା ଭାବେ ମାଉଁଟ ଆବୁସ୍ଥିତ ଧାର୍ମିକ ପ୍ରଭାଗ ମୁଖ୍ୟାଳୟର ସଂଯୋଜକ, ରାଜଯୋଗୀ ବ୍ରହ୍ମକୁମାର ରାମନାଥ ଭାଇ ଯୋଗଦେଇ ପ୍ରବଚନ ରଖିଥିଲେ । ସମ୍ମାନୀତ ଅତିଥି ମାନଙ୍କ ମଧ୍ୟରେ ପଣ୍ଡିତ ବିଶ୍ୱନାଥ ଶତପଥି, ଦିବ୍ୟାଦିଶା ମହାନ୍ତି, ଆରକ୍ଷୀ ଅଧିକାରୀ ଦିପକ ମିଶ୍ର ପ୍ରମୁଖ ଯୋଗଦେଇ ସେବାଧର୍ମ ଉପରେ ପ୍ରବଚନ କରିଥିଲେ । ଏହି କାର୍ଯ୍ୟକ୍ରମ ଦୁଇଦିନ ଧରି •ଲିଥିଲା । ଏଥିରେ ଜୀବନ୍ତ ଦେବୀଦେବତା ଦର୍ଶନ, ଭଜନ, ଧ୍ୟାନ, ଇତ୍ୟାଦି ଅନୁଷ୍ଠିତ ହୋଇଥିଲା । ଜାନକୀ ଭାଇ ଏହାକୁ ସଂଯୋଜନା କରିଥିବା ବେଳେ ବ୍ରହ୍ମାକୁମାରୀ କଳ୍ପନା ଭଉଣୀ ଭାଗଯୋଗ ଅଭ୍ୟାସ କରାଇଥିଲେ । ଶେଷରେ ବ୍ରହ୍ମକୁମାରୀ ସେବାକେନ୍ଦ୍ରର ମୁଖ୍ୟ ସଂଚାଳିକା, ବ୍ରହ୍ମାକୁମାରୀ ଦମୟନ୍ତୀ ଭଉଣୀ ସମସ୍ତଙ୍କୁ ଧନ୍ୟବାଦ ଦେବା ସହ ଈଶ୍ୱରୀୟ ଉପହାର ପ୍ରଦାନ କରିଥିଲେ । ଏଥିରେ ସ୍ଥାନୀୟ ଅଂଚଳର ବହୁ ଧାର୍ମିକ ବ୍ୟକ୍ତି ଓ ଜନସାଧାରଣ ଉପସ୍ଥିତ ରହିଥିଲେ ।