ରାଜଧାନୀରେ ବରିଷ୍ଠ ନାଗରିକ ରାଜନୀତି

ରାଜଧାନୀରେ ବରିଷ୍ଠ ନାଗରିକ ରାଜନୀତି

ସମାଜରେ ବସବାସ କରୁଥିବା ଷାଠିଏ ବର୍ଷରୁ ଉଦ୍ଦ୍ୱର୍ ନାଗରିକଙ୍କୁ ବରିଷ୍ଠ ନାଗରିକ କୁହାଯାଏ ।ଆମ ଦେଶ ଓ ରାଜ୍ୟର ସରକାରୀ ଓ ଅର୍ଦ୍ଧ ସରକାରି ସଂସ୍ଥାରେ କାର୍ଯ୍ୟ କରୁଥିବା କର୍ମଚାରୀମାନେ ୬୦ ବର୍ଷରେ ଅବସର ନେଇଥାନ୍ତି । ତେଣୁ ଅବସର ନେଇଥିବା କିମ୍ବା ସେବା ନିବୃତ କର୍ମଚାରୀମାନେ ହିଁ ବରିଷ୍ଠ ନାଗରିକ । ସରକାରୀ ବା ବେସରକାରୀ ସଂସ୍ତାରେ କାର୍ଯ୍ୟକରୁଥିବା ନାଗରିକମାନେ ଶିକ୍ଷିତ ଓ ଞାନୀ । ଏହି ଶ୍ରେଣୀର ନାଗରିକମାନେ ଦୋର ଆଇନ ବିଧି ବ୍ୟବସ୍ଥା ସମ୍ପର୍କରେ ସଚେତନ । ସରକାରୀ କଳରେ ଥିଲାବେଳେ ଏମାନେ ସରକାରଙ୍କୁ ଚଳାଇବା ପାଇଁ ପରାମର୍ଶ ଦେଇଥାନ୍ତି । ତେଣୁ ଚାକିରି କରିଥିବା ସମୟରେ ସଂଗଠନ ଗଢି ସରକାରଙ୍କ ଠାରୁ ଅଧିକ ଦରମା, ଭତା ଓ ଅନ୍ୟାନ୍ୟ ସୁବିଧା ସୁଯୋଗ ହାସଳ କରନ୍ତି । ଦୋର ସ୍ୱାଧୀନତା ପରେ ସରକାରୀ କାର୍ଯ୍ୟରେ ଯୋଗ ଦେଇଥିବାରୁ ପୂର୍ବରୁ ସେବା ନିବୃତ କର୍ମଚାରୀଙ୍କ ସଂଖ୍ୟା କମ ଥିଲା । କିନ୍ତୁ ଏବେ ସେମାନଙ୍କର ସଂଖ୍ୟା ବହୁତ ପରିମାଣରେ ବଢିଯାଇଛି । ବଂଚିବାର ହାରାହାରି ଆୟୁ ମଧ୍ୟ ବଢିଛି । ଚିକିସ୍ୱା ସୁବିଧା ଯୋଗୁ ବେଶି ବର୍ଷ ବଂଚି ହେଉଛି । ସରକାରରେ ଥିଲାବେଳେ ସଂଗଠନ ସହ ସଂପୃକ୍ତ ଥିବାରୁ ଅବସର ପରେ ଏମାନେ ଘରେ ଚୁପ ହୋଇ ବସିପାରୁ ନାହାନ୍ତି । ସଂଗଠନ ଗଢୁଛନ୍ତି । ତେଣୁ ଅବସରପ୍ରାପ୍ତ କର୍ମଚାରୀ ସଂଘ ବା ବରିଷ୍ଠ ନାଗରିକ ସଂଘ ଗଢାହୋଇଛି । ବିଭିନ୍ନ ଦାବି ଏମାନେ ସରକାରଙ୍କ ପାଖରେ ଉପସ୍ଥାପିତ କରୁଛନ୍ତି । କେବଳ ସେତିକି ନୁହେଁ ରାଜଧାନୀର ବିଭିନ୍ନ ଅଂଚଳରେ ବା ୟୁନିଟରେ ସେମାନଙ୍କର ଉନ୍ନୟନ କମିଟି ଓ ମନ୍ଦିର ପରିଚାଳନା କମିଟି ସଂଗଠନ ସଂଖ୍ୟା ମଧ୍ୟ କିଛି କମ ନୁହେଁ ।
ପୂର୍ବରୁ ରାଜଧାନୀ ଭୁବନେଶ୍ୱର ଗୋଟିଏ ବିଧାନସଭା ନିର୍ବାଚନ ମଣ୍ଡଳୀ ଥିଲା । ଏବେ ଏହା ତିନୋଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ପରିଣତ ହୋଇଛି । ସେଗୁଡିକ ହେଲା, ଉତର ଭୁବନେଶ୍ୱର, ମଧ୍ୟ ଭୁବନେଶ୍ୱର ଏବଂ ଏକାମ୍ର ନିର୍ବାଚନ ମଣ୍ଡଳୀ । ଏହି ତିନୋଟି ନିର୍ବାଚନ ମଣ୍ଡଳୀରେ ବରିଷ୍ଠ ନାଗରିକଙ୍କ ସଂଖ୍ୟା ପ୍ରାୟ ୩୦ ଭାଗ । କେବଳ ମଧ୍ୟ ଭୁବନେଶ୍ୱର ନିର୍ବାଚନ ମଣ୍ଡଳୀ ତିନୋଯି ଗୋଷ୍ଠୀକୁ ନେଇ ଗଠିତ । ତାହା ହେଲା, ବରିଷ୍ଠ ନାଗରିକ, ସରକାରୀ କର୍ମଚାରୀ ଏବଂ ବସ୍ତିବାସିନ୍ଦା । ଅନ୍ୟ ଦୁଇଟି ନିର୍ବାଚନ ମଣ୍ଡଳୀରେ ବରିଷ୍ଠ ନାଗରିକ ତଥା ଅବସରପ୍ରାପ୍ତ କର୍ମଚାରୀ ସଂଖ୍ୟା ସର୍ବାଧିକ । ତେଣୁ ଏଇ ତିନୋଟି ନିର୍ବାଚନ ମଣ୍ଡଳୀରେ ବହୁ ବରିଷ୍ଠ ନାଗରିକ ସଂଘ,ବରିଷ୍ଠ ନାଗରିକ ମହାସଂଘ, ଅବସରପ୍ରାପ୍ତ କର୍ମଚାରୀ ସଂଘ ଗଠିତ ହୋଇଛି । ଏମାନେ ଆସନ୍ତା ସାଧାରଣ ନିର୍ବାଚନରେ ଏକ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବେ ବୋଲି ବୋଲି ଆଲୋଚନା ହେଉଛି ।ସରକାରୀ ଚାକିରିରେ ମୁତୟନ ଥିଲାବେଳେ କର୍ମଚାରୀ ସଂଗଠନର ନେତୃତ୍ୱ ନେଉଥିବା ବା ଆଗଧାଡିର ନେତା ଭାବେ ଶରତ ଚନ୍ଦ୍ର ଦାଶ, ଲୋକନାଥ ରଥ, ପ୍ରତାପ ଦାସ, ନଳିନୀ ରଂଜନ ପତି, ସଦାଶିବ ମିଶ୍ର,ବ୍ରଜ କିଶୋର ନନ୍ଦ ଓ ଅନିଲ କୁମାର ମହାନ୍ତି ପ୍ରମୁଖ ଅବସର ନେବା ପରେ ବିଭିନ୍ନ ସଂଗଠନ ସହ ସଂପୃକ୍ତ ରହିଛନ୍ତି । ନିକଟରେ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରାୟ ୫୦ ହଜାର ଅବସରପ୍ରାପ୍ତ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ଦିଆଯାଇଥିବା ଘୋଷଣା କରାଯାଇଥିଲା । ଏମାନଙ୍କ ପରିବାରର ଭୋଟ ପ୍ରାୟ ଏକ ଲକ୍ଷରୁ ଅଧିକ । ରାଜ୍ୟ ସରକାର ସେମାନଙ୍କ ପୁନଃ ନିଯୁକ୍ତିକୁ ବାତିଲ କରିବାକୁ ସାହସ କରିପାରୁ ନାହାନ୍ତି । ସେଇପରି ବହୁ ବରିଷ୍ଠ ନାଗରିକ ସଂଘକୁ ସରକାର ଆର୍ଥିକ ସାହାଯ୍ୟ ଦେଉଥିବାର ଦେଖାଯାଏ । ବରିଷ୍ଠ ନାଗରିକଙ୍କ ପାଇଁ ୨୦୧୬ ମସିହାରେ ‘ଓଡିଶା ବରିଷ୍ଠ ନାଗରିକ ନୀତି’ ପ୍ରଣୟନ କରାଯାଇଛି । ବରିଷ୍ଠ ନାଗରିକଙ୍କ କଲ୍ୟାଣ ପାଇଁ ସାମାଜିକ ସୁରକ୍ଷା ବିଭାଗ ଗଠନ କରାଯାଇଛି । ରାଜ୍ୟର ପ୍ରାୟ ୨୭ ଲକ୍ଷ ବରିଷ୍ଠ ନାଗରିକଙ୍କୁ ବାର୍ଦ୍ଧକ୍ୟ ଭତା ପ୍ରଦାନ କରାଯାଉଥିବା ପ୍ରକାଶ । ବରିଷ୍ଠ ନାଗରିକଙ୍କ ପାଇଁ ‘ତୀର୍ଥ ଭ୍ରମଣ ଯୋଜନା’ ଆରମ୍ଭ କରାଯାଇଛି । ବିଭିନ୍ ଜିଲ୍ଲାରେ ଜରାନିବାସ ବା ବୃଦ୍ଧାଶ୍ରମ ନିର୍ମାଣ କରାଯାଉଛି । ବହୁ ବରିଷ୍ଠ ନାଗରିକ ରାଜଧାନୀର ନୂଆପଲ୍ଲି, ବରଗଡ, ଲକ୍ଷ୍ମୀସାଗର ଓ ଡୁମୁଡୁମା ଅଂଚଳରେ ବାସ କରୁଥିବାର ଦେଖାଯାଏ । ଜନ୍ଦ୍ରଶେଖରପୁର ଅଂଚଳରେ ବରିଷ୍ଠ ନାଗରିକମାନଙ୍କର ସଂଘ ସକ୍ରିୟଥିବାର ଦେଖାଯାଉଚି ।
କୌତୂହଳର ବିଷୟଯେ ଗତ ଡିସ୍ମ୍ର ୧୮ ତାରିଖରେ ରାଜଧାନୀର ଦୁଇ ସମାନ୍ତରାଳ ବରିଷ୍ଠ ନାଗରିକ ମହାସଂଘ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଗୋଟିଏ ମହାସଂଘର ପ୍ରତିଷ୍ଠ ଦିବସ ହାଇଟେକ ମେଡିକାଲ କଲେଜ ପରିସରରେ ଅନୁଷ୍ଠିତ ହୋଇଥିଲା । ଏଥିରେ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ମୁଖ୍ୟ ଅତିଥିରୂପେ ଯୋଗ ଦେଇଥିଲେ । ବିଧାୟକ ପ୍ରିୟଦର୍ଶୀ ମିଶ୍ର, ପୂର୍ବତନ ମନ୍ତ୍ରୀ ସୁରେଶ କୁମାର ରାଉତରାୟ, ପୂର୍ବତନ ମୁଖ୍ୟ ସଚିବ ସହଦେବ ସାହୁ ପ୍ରମୁଖ ଯୋଗ ଦେଇ ବରିଷ୍ଠ ନାଗରିକମାନଙ୍କର ସମସ୍ୟା ସଂପର୍କରେ ଆଲୋଚନା କରିଥିଲେ । ଏହି ସଂଘ ବରିଷ୍ଠ ନାଗରିକମାନଙ୍କର ଭତା ୩୦୦ ଟଙ୍କାରୁ ଦୁଇ ହଜାର ଟଙ୍କାକୁ ବୃଦ୍ଧି କରିବାକୁ ଦାବି କରିଥିଲା । ସେଇପରି ବସରେ ଯାତ୍ର କରିବା ସମୟରେ ଭଡାରେ ୫୦ ଭାଗ ରିହାତି ପାଇଁ ମଧ୍ୟ ଦାବି କରିଥିଲା ।
ଅନ୍ୟ ଏକ ମହାସଂଘର ଉସ୍ୱବ ରବିନ୍ଦ୍ର ମଣ୍ଡପରେ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥବଲେ୧ ଏଥିରେ ମଧ୍ୟ ପ୍ରଫୁଳ୍ଲ ସାମଲ, ମେୟର ଅନନ୍ତ ଜେନା, ବିଦାୟକ ବିଜୟ ମହାନ୍ତି, ପୋଲିସ କମିଶନର ପ୍ରମୁଖ ଯୋଗ ଦେଇଥିଲେ । ମୁଖ୍ୟମନ୍ତ୍ରୀ ବରିଷ୍ଠ ନାଗରିକଙ୍କପାଇଁ ପ୍ରତି ଜିଳ୍ଲାରେ ବୃଦ୍ଧାଶ୍ରମ ନିର୍ମାଣ କରାଯାଉଥିବା କଥା ପ୍ରକାଶ କରିଥିଲେ । ପ୍ରତି ଥାନାରେ ବରିଷ୍ଠ ନାଗରିକଙ୍କ ପାଇଁ ‘ନାଗରିକ ସୁରକ୍ଷା ସେଲ’ ଖୋଲାଯାଇଥିବା, ବିଭିନ୍ନ ଅନୁଷ୍ଠାନ ଓ ବ୍ୟକ୍ତିମାନଙ୍କୁ ପୁରସ୍କାର ଦିଆଯିବ ବୋଲି ପ୍ରକାଶ କରିଥିଲେ । ଏହି ସଭାରେ ମୁଖ୍ୟମନ୍ତ୍ରୀ ବରିଷ୍ଠ ନାଗରିକମାନଙ୍କୁ ବହୁ ପ୍ରଶଂସା କରି ‘ ଞାନର ଦ୍ରୁମ’ ବୋଲି ପ୍ରକଶ କରିଥିଲେ । ଏବେ ରାଜ୍ୟରେ ବରିଷ୍ଠ ନାଗରିକମାନଙ୍କର ସଂଖ୍ୟା ଦୃତଗତିରେ ବଢୁଥବବାରୁ ଆଗାମୀ ଦିନରେ ଆଉ କେତେକେ ବରିଷ୍ଠ ନାଗରିକ ମହାସଂଘ ଗଠନକୁ ଏଡାଇ ଦିଆଯାଇ ନପାରେ । ତେବେ ଯେତେ ମହାସଂଘ ଗଠନ ହେଲେ ମଧ୍ୟ ମହାସଂଘ ଶୀର୍ଷକ ବିଜେଡି ପୃଷ୍ଠପୋଷକତାରେ ଅନୁପ୍ରାଣିତ, ଏହା ସ୍ୱକାର୍ଯ୍ୟ ।

Leave a Reply

Your email address will not be published.