ରାଜନଗର ବିଧାନସଭା କ୍ଷେତ୍ର: ବିଜେଡ଼ି ପ୍ରାର୍ଥୀ ବହୁ ଆଗରେ

ରାଜନଗର ବିଧାନସଭା କ୍ଷେତ୍ର: ବିଜେଡ଼ି ପ୍ରାର୍ଥୀ ବହୁ ଆଗରେ

ରାଜନଗର, (ଓଏନ୍ଏସ୍): ସଂପ୍ରତି ରାଜନଗର ବିଧାନସଭା କ୍ଷେତ୍ରର ରାଜନୀତିକ ପାଣିପାଗ ବଦଳୁଛି । ଏଥର ଏହି ନିର୍ବାଚନ କ୍ଷେତ୍ରରେ ବିଜେଡ଼ିରୁ ଧୃବ ସାହୁ, କଂଗ୍ରେସରୁ ବିଧାୟକ ଅଂଶୁମାନ ମହାନ୍ତି ଓ ବିଜେପିରୁ ଅଲେଖ ଜେନାଙ୍କ ମଧ୍ୟରେ ତୀବ୍ର ପ୍ରତିଦ୍ୱନ୍ଦିତା ହେବ । ରାଜନଗର ବିଧାନସଭା କ୍ଷେତ୍ର ଅନୁଧ୍ୟାନ ପରେ ଜାଣିବାକୁ ମିଳୁଛି ଯେ, ବିଧାୟକ ଅଂଶୁମାନ ମହାନ୍ତି ନିଜ ସଂଗଠନକୁ ମଜଭୁତ କରିବାକୁ ଉଦ୍ୟମ ଜାରି ରଖିଛନ୍ତି । ମୁଖ୍ୟତଃ ଏଠାରେ ବିଜେପିର କୌଣସି ସଶକ୍ତ ସଂଗଠନ ନଥିଲେ ମଧ୍ୟ ପୂର୍ବତନ ବିଧାୟକ ଅଲେଖ ଜେନା ନିଜର ଶକ୍ତି ବୃଦ୍ଧି କରିବାରେ ଲାଗିଛନ୍ତି । ଅନ୍ୟପକ୍ଷରେ ସମଗ୍ର ରାଜନଗର ବିଧାନସଭା ଅଂଚଳରେ ବିଜେଡ଼ି ପ୍ରାର୍ଥୀ ଧୃବ ସାହୁ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ କରି ସାଧାରଣ ଲୋକଙ୍କ ପ୍ରିୟ ଭାଜନ ହୋଇଛନ୍ତି । ତାଙ୍କର ରାଜନୀତିକ ଦକ୍ଷତା ଜିଲ୍ଲାବାସୀ ଜାଣିଛନ୍ତି । ଦୀର୍ଘଦିନ ଧରି ଜିଲ୍ଲା ବିଜେଡ଼ି ସଭାପତି ଦାୟୀତ୍ୱରେ ରହି ସେ ଜିଲ୍ଲାର ବହୁ ଉନ୍ନୟନ ମୂଳକ କାର୍ଯ୍ୟ ସହିତ ଜଡ଼ିତ ରହିଛନ୍ତି । ବହୁପ୍ରତିଭାର ଅଧିକାରୀ ଧୃବ ବାବୁ ଜଣେ ପ୍ରଗତିଶୀଳ ମଣିଷ ଭାବେ ବିଭିନ୍ନ ସାମାଜିକ ଓ ଗଣ ଆନେ୍ଦାଳନ ସହିତ ନିଜକୁ ସାମିଲ କରିଥିବାବେଳେ କେନ୍ଦ୍ରାପଡ଼ା ଜିଲ୍ଲା ରାଜନୀତିରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ଇତିଧ୍ୟରେ ନିଜର ପ୍ରଚଣ୍ଡ ବ୍ୟକ୍ତିତ୍ୱ ଓ ଅମାୟିକତ୍ୱ ପାଇଁ ସେ ରାଜନଗର ବାସୀଙ୍କର ଅତି ନିକଟତର ହୋଇ ପାରିଛନ୍ତି । ରାଜନଗର ଅଂଚଳରେ ତାଙ୍କର ବ୍ୟାପକ ଲୋକ ସଂପର୍କ ଥିବାରୁ ଏହି ଆସନରେ ସେ ସହଜ ବିଜୟ ଳାଭ କରିବେ ବୋଲି ରାଜନୀତିକ ସମୀକ୍ଷକ ମାନଙ୍କ ମତ । ତାଙ୍କ ପ୍ରତିନିଧିତ୍ୱ ବଳରେ ଚିର ଅବହେଳିତ ରାଜନଗର ଅଂଚଳ ବିକାଶ ପଥରେ ଆଗେଇ ପାରିବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।

2 thoughts on “ରାଜନଗର ବିଧାନସଭା କ୍ଷେତ୍ର: ବିଜେଡ଼ି ପ୍ରାର୍ଥୀ ବହୁ ଆଗରେ

  1. buy priligy australia Furthermore, the presence of ERОІ stimulates accumulation of histone H3 lys4 trimethylation H3K4me3 and RNA polymerase II RNA Pol II on ERО± repressed genes, inducing H3K4me3 associated epigenetic activation of the transcription of these repressed genes that can promote p53 based tumor suppression

Leave a Reply

Your email address will not be published.