ରେଳ କର୍ମଚାରୀଙ୍କ ଏଜେଂଟ ପ୍ରେମ?

ରେଳ କର୍ମଚାରୀଙ୍କ ଏଜେଂଟ ପ୍ରେମ?

ବାଲେଶ୍ୱର, (ଓ.ଏନ୍.ଏସ୍) : ଚାକିରୀ ସହିତ ଉପୁରିର ନିବିଡ଼ ସମ୍ପର୍କ ରହିଛି, ଗୋଟିଏ ମୁଦ୍ରାର ଦୁଇ ପାଶ୍ୱର୍ର୍ ସଦୃଶ । ଉପୁରି ନଥାଇ ଚାକିରୀ, ଚାକିରୀ ନୁହେଁ, ଏଭଳି ମାନସିକତା ବର୍ତମାନ ସମସ୍ତଙ୍କ ମୁଣ୍ଣରେ ଭର୍ତିର୍ ହୋଇ ରହିଛି । ତେଣୁ ଯେମିତି ବି ହେଉ ଦରମା ଗଣ୍ଡିକ ସୁରକ୍ଷିତ ରଖି ଉପୁରିରେ ଚଳିଯିବାର ମାନସିକତା ପ୍ରାୟ ଅଧିକାଂଶ ଚାକିରିଆଙ୍କ ଠାରେ ଦେଖିବାକୁ ମିଳେ । ଏହାର ଏକ ଚିତ୍ର ଦେଖିବାକୁ ମିଳିଥିଲା ୧୩ ତାରିଖରେ ସୋର ରେଳ ଷ୍ଟେସନ ବୁକିଂ କାଉଂଟରରେ । ସମୟ ପ୍ରାୟ ରାତି ୮.୪୭ମିନିଟ । ଆସିବାକୁ ଥାଏ ଖୋର୍ଦ୍ଦା-ଖଡ଼ଗପୁର ଫାଷ୍ଟ ପାସେଞ୍ଜର । ଏହି ସମୟରେ ବୁକିଂ କାଉଂଟର ଖୋଲା ଥିଲେ ବି କାଉଂଟରରେ କେହି ନଥିଲେ ଟିକେଟ ଦେବାକୁ । ଅପରପକ୍ଷରେ ଟିକେଟ କାଉଂଟରର ନିକଟରେ ଏଜେଂଟଙ୍କ ଦ୍ୱାରା ପରିଚାଳିତ ଏଟିଭିଏମ୍ ମେସିନ୍ ନିକଟରେ ଟିକେଟ୍ ପାଇଁ ଯାତ୍ରୀମାନଙ୍କର ଭିଡ଼ ଲାଗିଥିଲା । ଟିକେଟ୍ କାଉଂଟରରେ କେହି ନଥିବାରୁ ଯାତ୍ରୀମାନେ କାଉଂଟରରୁ ଫେରି ଏଜେଂଟ ଠାରୁ ଟିକେଟ୍ କିଣିବାକୁ ବାଧ୍ୟ ହେଉଥିଲେ । ଏଜେଂଟ ଓ ବୁକିଂ କର୍ମଚାରୀଙ୍କ ମଧ୍ୟରେ କିଛି ଗୋପନ ଚୁକ୍ତି/ବୁଝାମଣା ହୋଇଛି ବୋଲି ଏହି ଚିତ୍ର ସୂଚାଉ ନାହିଁକି? କାରଣ – ଟିକେଟ୍ ବିକ୍ରୀର ପରିମାଣ ଉପରେ ଏଜେଂଟ ପାଏ କମିଶନ । ତେଣୁ ଯେତେ ଅଧିକ ଟିକେଟ୍ ଏଜେଂଟ ବିକ୍ରୀ କରିବ ସେହି ପରିମାଣରେ ଅଧିକ କମିସନ ପାଇବ ଏଜେଂଟ । ସାାଧାରଣତଃ ଲୋକମାନେ ଏଜେଂଟ ଠାରୁ ଟିକେଟ୍ କିଣିବା ଅପେକ୍ଷା କାଉଂଟରରୁ ଟିକେଟ୍ କିଣିବାକୁ ଅଧିକ ପସନ୍ଦ କରନ୍ତି । କିନ୍ତୁ କାଉଣ୍ଟରରେ ଟିେକେଟ୍ ବିକ୍ରୀ ହେଲେ ଏଜେଂଟର ଟିକେଟ୍ ବିକ୍ରୀ (ଏଟଇଭିଏମ୍ରୁ ଟିକେଟ୍ ବିକ୍ରୀ) କମିଯିବ । ଯାହାଫଳରେ ଏଜେଂଟ ଆଶାନୁରୁପ କମିଶନ ପାଇବାର ସମ୍ଭାବନା କମ୍ । ତେଣୁ ଟିକେଟ କାଉଂଟରରେ କର୍ମଚାରୀ ନରହିଲେ ଯାତ୍ରୀ ବାଧ୍ୟ ହୋଇ ଏଜେଂଟ ଠାରୁ ଟିକେଟ୍ କିଣିବ ଏବଂ ଏଜେଂଟ ମୋଟା ଅଙ୍କର କମିଶନ ପାଇବ । ତେଣୁ ଏଜେଂଟର ଟିକେଟ ବିକ୍ରୀ ବଢ଼ାଇବା ପାଇଁ ବୁକିଂ କର୍ମଚାରୀ କାଉଂଟରରେ ରହୁନାହାନ୍ତି ବୋଲି ପ୍ରମାଣିତ ହେଉ ନାହିଁକି? ଯଦି ଏହା ସତ୍ୟ ନୁହେଁ ତେବେ ଟ୍ରେନ୍ ଆସିବାକୁ ଥିବାରୁ କାଉଂଟର ଆଗରେ ଯାତ୍ରୀମାନଙ୍କର ଭିଡ଼ ଥିବାବେଳେ ବୁକିଂ କର୍ମଚାରୀ କାଉଂଟରରେ ନରହିବାର କାରଣ କଣ? ଏହା କର୍ତବ୍ୟର ଅବହେଳା ନୁହେଁକି? ଏହା ପ୍ରମାଣିତ କରୁନାହିଁକି ବୁକିଂ କର୍ମଚାରୀ ଓ ଏଜେନ୍ସି ଭିତରେ ନା-ରେ, ନା-ରେ, ମାନେ ଗୋପନରେ ଅସାଧୁ ପ୍ରେମ ରହିଛି ବୋଲି?

Leave a Reply

Your email address will not be published.