ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର
ପାରାଦୀପ, (ଆଇଏନ୍ଏସ୍): ଅଠରବାଙ୍କୀ ରେଳ ଓଭର ବ୍ରୀଜ୍ ନିକଟରେ ଏକ ଦୂର୍ଘଟଣା ଘଟିଛି । ପ୍ରାପ୍ତ ସୂଚନା ମୂତାବକ ଲୋକନାଥ କଲୋନୀର ଗୁଲାପ ଭୂୟାଁ (୧୯) ଉଚ୍ଚ ଶକ୍ତି ସମ୍ପର୍ଣ୍ଣ ବିଦୁତ୍ ସଂଷ୍ପର୍ଶରେ ଆସି ଜଳି ଯାଇଛନ୍ତି । ଶରୀରର ସିଂହ ଭାଗ ପୋଡିଯାଇଛି । ସିଆଇଏସ୍ଏଫ୍ କର୍ମଚାରୀ, ପାରାଦୀପ ପୋଲିସ ବିଭାଗ ଉଦ୍ଧାର କରି ବିଜୁ ମେମୋରିଆଲରେ ପ୍ରାଥମିକ ଚିକିସôା ପରେ ଆମ୍ବୁଲାନ୍ସ ସହାୟତାରେ କଟକ ପଠାଇ ଦିଆଯାଇଛି । ପ୍ରତ୍ୟକ୍ଷ ଦର୍ଶୀଙ୍କ କହିବା ମୂତାବକ ରେଳ ଡବା ଉପରେ ଚଢି ପ୍ରତିଦିନ ପ୍ରାୟ କୋଇଲା ଚୋରି କରାଯାଏ । ଯାହା ଅସାଧୁ ସୁରକ୍ଷା କର୍ମୀ ଏବଂ ବନ୍ଦର କର୍ମଚାରୀଙ୍କ ଜ୍ଞାତସାରରେ ହୋଇଥାଏ । ତେଣୁ ଉକ୍ତ ଯୁବକ ପ୍ରାୟ ସେହି କାର୍ଯ୍ୟ କରିବା ସମୟରେ ଦୂର୍ଘଟଣାର ଶୀକାର ହୋଇଥିବା କୁହାଯାଉଛି । ସମ୍ପର୍କୀୟ ଙ୍କ କହିବା ଅନୁଯାଇ ଏକ ଘଟଣା କ୍ରମ ଅନୁସାଂରେ ଉକ୍ତ ଯୁବକ ହାଜତକୁ ଯାଇ ଗତକାଲି ଘରକୁ ଫେରିଥିଲା । ମାନସିକ ଭାରସାମ୍ୟ ହରାଇ ବିଦୁ୍ୟତ୍ରେ ଆତ୍ମହତ୍ୟା କରିବାକୁ ଯାଇଥିଲା । ଦୂର୍ଘଟଣାର କାରଣ ଅସ୍ପଷ୍ଟ ଥିବାବେଳେ ତଦନ୍ତ ପରେ ସଠିକ୍ ଘଟଣା ସାମ୍ନାକୁ ଆସିବ ବୋଲି କୁହାଯାଉଛି ।