ଲକ୍ ଡାଉନ୍ ସମୟରେ ଚାଲିଛି ସରକାରୀ ନିର୍ମାଣ କାର୍ଯ୍ୟ
ବାଲେଶ୍ୱର, (ଆଇଏନ୍ଏସ୍): : ସମଗ୍ର ବିଶ୍ୱ ଏବେ କରୋନା ସହିତ ଜାରୀ ରଖିଛି ଲଢ଼େଇ । ଭାରତ ମଧ୍ୟ ଏଥିରୁ ବାଦ୍ ପଡ଼ିନାହିଁ । କରୋନା ପାଇଁ ଦେଶ ଲକଡାଉନ୍ ଥିବା ବେଳେ ଲୋକମାନଙ୍କୁ ଘରୁ ନବାହାରିବା ପାଇଁ କୁହାଯାଉଛି । ଯଦି କେହି ବାହାରିଲା, ତେବେ ପୋଲିସ କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହେଉଛି । ଏପରି ସ୍ଥଳେ ସରକାରୀ ନିର୍ମାଣ କାର୍ଯ୍ୟ କିନ୍ତୁ ଚାଲିଛି ବିନା ବାଧାରେ ।
ବାଲେଶ୍ୱର ଜିଲ୍ଲାର ସୋର ଡାକ୍ତରଖାନା ପରିସରରେ ନିର୍ମାଣାଧିନ ରହିଛି ୩୦ଶଯ୍ୟା ବିଶିଷ୍ଟ ମାତୃ ଓ ଶିଶୁ ୱାର୍ଡ଼ । ସ୍ୱତନ୍ତ୍ର ଶ୍ରେଣୀର ଠିକାଦାର ସୁବାସ ସୁନ୍ଦର ରାୟ ଏହି କାମ ନେଇଛନ୍ତି । ଲକ୍ ଡାଉନ ଥିବା ସତ୍ୱେ ଆଜି (ତା୦୯.୦୪.୨୦ରିଖ) ଏହି କାମ ଚାଲିଥିବା ଦେଖିବାକୁ ମିଳିଥିଲା । ୭/୮ଜଣ ଶ୍ରମିକ ଏହିକାର୍ଯ୍ୟ କରୁଥିଲେ । ଏ ସମ୍ପର୍କରେ ସୋର ତହସିଲଦାର, ସୋର ମୁ୍ୟନିସପାଲ ନିର୍ବାହୀ ଅଧିକାରୀ, ସୋର ଡାକ୍ତରଖାନାର ସୁପରିନ୍ଟେଣ୍ଡେଂଟଙ୍କ ଦୃଷ୍ଟି ଆକର୍ଷଣ କରିବାରୁ, ମୁ୍ୟନିସପାଲ ନିର୍ବାହୀ ଅଧିକାରୀ ରାକେଶ ପଣ୍ଡା, ତହସିଲଦାରଙ୍କ ସହିତ ଏ ସମ୍ପର୍କରେ କଥା ହେବେ ବୋଲି କହିଥିବା ବେଳେ ତହସିଲଦାର କହିଥିଲେ, ଏହା ନିର୍ବାହୀ ଅଧିକାରୀଙ୍କ କାର୍ଯ୍ୟପରିସରରେ । ସେହିପରି ସୋର ଡାକ୍ତରଖାନାର ସୁପରିନ୍ଟେଣ୍ଡେଂଟ କାଶିନାଥ ପଣ୍ଡାଙ୍କୁ ଏସମ୍ପର୍କରେ ପଚାରିବାରୁ କାମ ହେବାକଥା ନୁହେଁ, ଏହି ଘଟଣା ମୁ୍ୟନିସପାଲ ନିର୍ବାହୀ ଅଧିକାରୀଙ୍କ କ୍ଷମତା ପରିସରଭୁକ୍ତ ବୋଲି କହିଥିଲେ । ଅପରପକ୍ଷରେ ନିଜେ ଠିକାଦାର ସୁବାସ ସୁନ୍ଦର ରାୟଙ୍କୁ ତାଙ୍କର ମୋବାଇଲ ନମ୍ବର – ୯୪୩୭୦୫୭୨୦୪ରେ ଯୋଗାଯୋଗ କରିବାରୁ କାମ ବନ୍ଦ ରହିଛି ବୋଲି କହିଥିଲେ । କାମ ଚାଲିଛି ବୋଲି କହିବାରୁ ବୁଝୁଛି ବୋଲି ସେ କହିଥିଲେ । କିନ୍ତୁ କାମ ସ୍ୱାଭାବିକ ଚାଲିଥିବା ଦେଖିବାକୁ ମିଳିଥିଲା । ତେବେ ଲକ୍ ଡାଉନ୍ କଣ କେବଳ ସାଧାରଣ ଜନତାଙ୍କ ପାଇଁ?