ଶକ୍ତି ମନ୍ତ୍ରୀଙ୍କ ବିଦୁ୍ୟତ ବିଭାଗର ସମୀକ୍ଷା: କଳାହାଣ୍ଡିବାସୀ ପାଇବେ ଇନ୍ଦ୍ରାବତୀରୁ ବିଜୁଳି
କଳାହାଣ୍ଡି, (ଆଇଏନ୍ଏସ୍): ଦୀର୍ଘ ୪୦ ବର୍ଷ ହେବ କଳାହାଣ୍ଡି ଜିଲ୍ଲାର ଥୁଆମୂଳ ରାମପୁର ଅଂଚଳର ହଜାର ହଜାର ଲୋକେ ନିଜ ଭିଟାମାଟି ଛାଡିବା ପରେ ବୃହତ ଜଳବିଦୁ୍ୟତ ଯୋଜନା ଇନ୍ଦ୍ରାବତୀ ନଦୀ ଉପରେ ସ୍ଥାପିତ ହୋଇଥିବା ବେଳେ କଳାହାଣ୍ଡି ବାସୀ ଅଦ୍ୟାବଧି ବିଦୁ୍ୟତ ପାଇପାରୁନଥିଲେ । ହାତପାଆନ୍ତାରେ ବିଦୁ୍ୟତ ଥିବା ବେଳେ କଳାହାଣ୍ଡିବାସୀ ବିଦୁ୍ୟତ ସେବାରୁ ବଂଚିତ ହୋଇଆସୁଥିଲେ । କଳାହାଣ୍ଡି ଜିଲ୍ଲା ଜୁନାଗଡ ବିଧାୟକ ରାଜ୍ୟ ଶକ୍ତି ମନ୍ତ୍ରୀ ଭାବେ ଦାୟୀତ୍ୱ ନେବା ପରେ ଗତ ୧୨ ତାରିଖ ଦିନ ବିଦୁ୍ୟତ ବିଭାଗର ପଦାଧିକାରୀ ମାନଙ୍କୁ ନେଇ ସମୀକ୍ଷା କରିବା ପରେ ଜୟପାଟଣା ନିକଟସ୍ଥ ବାନେର ସ୍ଥିତ ନିର୍ମାଣାଧିନ ୧୩୨ କେଭି ଷ୍ଟ୍ରକ୍ଚର ରୁ ଜୁନାଗଡ ପର୍ଯ୍ୟନ୍ତକୁ ବିଦୁ୍ୟତ ଯୋଗାଣ ବ୍ୟବସ୍ଥା ତୁରନ୍ତ କାର୍ଯ୍ୟକ୍ଷମ କରିବା ପାଇଁ ପଦାଧିକାରୀ ମାନଙ୍କୁ ନିଦେ୍ର୍ଦଶ ଦେଇଛନ୍ତି । ସେହିଭଲି ବର୍ତମାନ ଚାଲିଥିବା ଥେରୁବାଲିରୁ ଓ ବଲାଙ୍ଗୀର ପଟୁ କିପରି ଭାବେ ନିରବଚ୍ଛିନ୍ନ ଭାବେ କଳାହାଣ୍ଡିକୁ ବିଦୁ୍ୟତ ଯୋଗାଣ ହେବ, ୨୨୦ କେଭି ବିଦୁ୍ୟତ ଲାଇନ ବଲାଙ୍ଗୀରରୁ କେସିଙ୍ଗାକୁ ତ୍ୱରାନ୍ୱିତ କରିବା, ୧୩୩ କେଭି ଲାଇନ କେସିଙ୍ଗାରୁ ଜୁନାଗଡକୁ ଆରମ୍ଭ କରିବା, ବୃନ୍ଦାବାହାଲ ଓ ମଦନପୁର-ରାମପୁର ଠାରେ ୧୩୩/୩୩ କେଭି ଲାଇନ ସ୍ଥାପନ, ବାନେର ଠାରେ ନିର୍ମାଣାଧିନ ୨୨୦/୧୩୩/୩୩ କେଭି ଗ୍ରୀଡ କାର୍ଯ୍ୟ ତ୍ୱରାନ୍ୱିତ କରିବା,ଭଙ୍ଗାବାରୀ ଗ୍ରୀଡ ଠାରେ ୨୦ ଏମଭିଏ ପାୱାର ଟ୍ରାନ୍ସଫର୍ମର ୧୩୨/୩୩ କେଭି ଗ୍ରୀଡ ନିର୍ମାଣ, ବେଦାନ୍ତ ଗ୍ରୀଡରୁ ବିଶ୍ୱନାଥପୁର, ବନ୍ଧବାରି ଓ ଲାଞ୍ଜିଗଡକୁ ବିଦୁ୍ୟତ ଯୋଗାଣ, ଜୁନାଗଡ ଠାରୁ ଗୋଲାମୁଣ୍ଡାକୁ ବିଦୁ୍ୟତ ଯୋଗାଣ ନିମନ୍ତେ ତେଲନଦୀ ଉଭୟ ପାଶ୍ୱର୍ରେ ଷ୍ଟ୍ରକ୍ଚର ନିର୍ମାଣ ସମେତ ବାନେର ଠାରୁ ଜୁନାଗଡକୁ ୧୩୨ କେଭି ଲାଇନ ଯୋଗାଣ ଇତ୍ୟାଦି ବହୁ୍େୟଯାଜନା ଶୀଘ୍ର କାର୍ଯ୍ୟକାରୀ କରିବାକୁ ବିଭାଗୀୟ ପଦାଧିକାରୀ ମାନଙ୍କୁ ସମୀକ୍ଷା ସମୟରେ ମାନ୍ୟବର ଶକ୍ତି ମନ୍ତ୍ରୀ କ୍ୟାପଟେନ ମିଶ୍ର ନିଦେ୍ର୍ଦଶ ଦେଇଥିବା ଜଣାପଡିଛି । ଆଗାମୀ ଦୁଇ ବର୍ଷ ମଧ୍ୟରେ ଇନ୍ଦ୍ରାବତୀରୁ କଳାହାଣ୍ଡି ଜିଲ୍ଲାକୁ ବିଦୁ୍ୟତ ଯୋଗାଣ କରାଯିବ ଓ ଏଥିରେ ଦୁଇଲକ୍ଷ ଉପଭୋକ୍ତା ଉପକୃତ ହେବେ ବୋଲି ମାନ୍ୟବର ମନ୍ତ୍ରିଙ୍କ ସୂତ୍ରରୁ ପ୍ରକାଶ । ଏହି ସମୀକ୍ଷା ବୈଠକରେ ସମ୍ବଲପୁର ଓପିଟିସିଏଲ ଏଜିଏମ, କଳାହାଣ୍ଡି ୱେସ୍କୋ ଅଧିକ୍ଷଣ ଯନ୍ତ୍ରୀ, ବଲାଙ୍ଗୀର ସର୍କଲ ଇଏସଟି ଜିଏମ,ରାୟଗଡା ଇଏସଟି ଡିଜିଏମ, କେସିଙ୍ଗା ଓପିଟିସିଏଲ ଡିଜିଏମ, ଏନଟିପିସି ଏଜିଏମ, ଏଲ ଏଣ୍ଡଟି ସହକାରୀ ମେନେଜର ପ୍ରମୂଖ ଉପସ୍ଥିତ ଥିଲେ । ମନ୍ତ୍ରୀ ପଦ ସମ୍ଭାଳିବା ପରେ କଳାହାଣ୍ଡି ଜିଲ୍ଲାକୁ ପ୍ରଥମ ଗସ୍ତରେ ଆସି ଜିଲ୍ଲାରେ ବିଦୁ୍ୟତ ବିଭାଗ ତରଫରୁ ଏଭଲି ଜନହିତକର ପଦକ୍ଷେପ ନେଉଥିବା ହେତୁ ସମଗ୍ର ଜିଲ୍ଲାରେ ଖୁସିର ଲହରୀ ଖେଲିଯାଇଛି । ବିଶେଷ କରି କଳାହାଣ୍ଡି ଜିଲ୍ଲାରେ ଇନ୍ଦ୍ରାବତିରୁ ୬୦୦ ମେଗାୱାଟ ବିଦୁ୍ୟତ ଉତ୍ପାଦନ ହେଉଥିବା ବେଳେ କଳାହାଣ୍ଡି ବାସୀଙ୍କୁ ସେହି ବିଦୁ୍ୟତ ମିଳିପାରୁନଥିବା ବେଳେ ମନ୍ତ୍ରୀଙ୍କ ଏହି ପ୍ରଥମ ପ୍ରୟାସ ବୁଦ୍ଧିଜୀବି ମହଲରେ ସ୍ୱାଗତ କରାଯିବା ସହିତ ଭୃୟସି ପ୍ରଶଂସା କରିଛନ୍ତି ।