ସଂଦେହ ଘେରରେ ପୋଲିସର ନିରବତା
ବାଲେଶ୍ୱର, ((ଆଇଏନ୍ଏସ୍): ଦୁଇ ଦିନ ଧରି (ଜୁନ୍ ୨୨ତାରିଖ ଓ ୨୩ ତାରିଖ) ସୋରର ପ୍ରବେଶ ପଥ ଉତରେଶ୍ୱରରେ ରାସ୍ତା ଜାମ୍ ଭଳି ଘଟଣା ଏଭଳି ଉଗ୍ର ରୂପ ଧାରଣ କରିଛିଯେ, ଯାତାୟତ ଏକ ପ୍ରକାର ଠପ୍ ହୋଇ ଯାଇଛି । ବ୍ୟବସାୟୀକ ସଂସ୍ଥା ‘ସିଟି ଲାଇଫ୍’ ଦ୍ୱାରା ଏହି ରାସ୍ତା ଜାମ୍ ହୋଇଥିବା ବେଳେ ସୋର ପୋଲିସର ନିରବତା ସଂଦେହ ଘେରକୁ ଆସିଯାଇଛି ।
୨୩ ତାରିଖ ଶନିବାର ଦିନ ‘ସିଟି ଲାଇଫ’(ସପିଂ ମଲ୍) ସୋରର ଉତରେଶ୍ୱର ଠାରେ, ତାର ଯୁନିିଟ୍ ଉଦଘାଟନ କରିଥିଲା । ଏହି ଅବସରରେ ପୂର୍ବଦିନ ବିକ୍ରି ସାମଗ୍ରୀ ଗୁଡ଼ିକ ସଜାଇ ଥିବା ବେଳେ କାଟୁନ୍, ପ୍ଲାଷ୍ଟିକ୍/ପଲିଥିନ୍ ପେକିଂ ପଦାର୍ଥ ଭଳି ବାହାରିଥିବା ବର୍ଜ୍ୟ ସାମଗ୍ରୀ ଗୁଡ଼ିକୁ ରାସ୍ତା ଉପରେ ଜମା କରିବା ସହିତ ଜେନେରେଟରକୁ ରାସ୍ତା ଉପରେ ରଖିବା ଫଳରେ ରାସ୍ତା ଅଧା ଅବରୋଧ ହୋଇଥିଲା । ଦି୍ତୀୟରେ ଗ୍ରାହକମାନେ ସେମାନଙ୍କର ମୋଟରସାଇକେଲ, ସାଇକେଲ ଭଳି ଯାନ ବାହନ ଗୁଡ଼ିକ ରଖିବା ଫଳରେ ରାସ୍ତା ସମ୍ପୂର୍ଣ୍ଣ ଭାବରେ ଅବରୋଧ ହୋଇ ଯାତାୟତ ଏକ ପ୍ରକାର ଠପ୍ ହୋଇଯାଇଥିଲା । ପ୍ରକାଶଯୋଗ୍ୟ ଯେ, ପାର୍କିଂ ପାଇଁ ବ୍ୟବସ୍ଥା ନଥିବାରୁ ଗ୍ରାହକମାନେ ରାସ୍ତା ଉପରେ ଯାନ ବାହନ ରଖିବା ଫଳରେ ରାସ୍ତା ଅବରୋଧ ହେଉଛି ।
ଏଭଳି ଏକ ସମ୍ବେଦନଶୀଳ ଘଟଣାରେ ସୋର ପୋଲିସର ନିରବତା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । କେଉଁ ସ୍ୱାର୍ଥ ପାଇଁ ପୋଲିସ ନୀରବଦ୍ରଷ୍ଟା ସାଜିଛି ତାହା ସଂଦେହ ଘେରରେ । ଅପରପକ୍ଷରେ ସିଟି ଲାଇଫର ସିକୁ୍ୟରିଟିଙ୍କ ଠାରୁ ପ୍ରକାଶଯେ, ରାସ୍ତାଉପରେ ଯାନବାହନ ରଖିବା ପାଇଁ ଅନୁମତି ନିଆଯାଇଛି । ତେଣୁ ରାସ୍ତାଜାମ୍ ହେବାରେ କୌଣସି ଅସୁବିଧା ନାହିଁ । ପ୍ରଶ୍ନ ଉଠୁଛିଯେ, କେଉଁ ଅଧିକାରୀ ରାସ୍ତା ଜାମ୍ ପାଇଁ ଅନୁମତି ଦେଇଛନ୍ତି? ଏଭଳି ବେଆଇନ୍ ଅନୁମତି ଦେବା ପାଇଁ କେତେ ଟଙ୍କା ଲାଂଚ ନେଇଛନ୍ତି? ଜନସାଧାରଣଙ୍କୁ ସମସ୍ୟାରେ ପକାଇ ପୁଂଜିପତିଙ୍କୁ ପ୍ରୋତ୍ସାହନ ଯୋଗାଉଥିବା ଏହି ଅଧିକାରୀ ଜଣକ କିଏ? ଜିଲ୍ଲା ପ୍ରଶାସନ ଏ ଘଟଣାର ତଦନ୍ତ କରିବ କି?