ସିଭିଲ୍ ସର୍ଭିସେସ୍ ପରୀକ୍ଷାରେ ସ୍ଥାନରେ ଉତୀର୍ଣ୍ଣ କୁମାର ବିଶ୍ୱରଞ୍ଜନଙ୍କୁ ଉଚ୍ଛସ୍ୱିତ ସମ୍ବର୍ଦ୍ଧନା
ଭୁବନେଶ୍ୱର,(ଓଏନ୍ଏସ୍): ସଦାସର୍ବଦା ପ୍ରତିଭାଙ୍କୁ ଉସôାହିତ ରଖିବାର ପରମ୍ପରାକୁ ବଜାୟରଖି ରାଜ୍ୟର ଅଗ୍ରଣୀ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ନୀଳାଦ୍ରିବିହାର ଯୁବ ଓ ସାଂସ୍କୃତିକ ସଂଘ ସଦ୍ୟ ଘୋଷିତ ସିଭିଲ୍ ସର୍ଭିସେସ୍ ପରୀକ୍ଷାରେ ୩୯୧ ସ୍ଥାନରେ ରଖି ସଫଳତାର ସହ ଉତୀର୍ଣ୍ଣ ହୋଇଥିôବା ନୀଳାଦ୍ରିବିହାର ମାଟିର ପୁଅ କୁମାର ବିଶ୍ୱରଞ୍ଜନଙ୍କୁ ଉଚ୍ଛସ୍ୱିତ ସମ୍ବର୍ଦ୍ଧନା ପ୍ରଦାନ କରିଛି । ସଂଘର ସଭାପତି ଡଃ ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀଙ୍କ ନେତୃତ୍ୱ ତଥା ସାଧାରଣ ସଂପାଦକ ବିଶ୍ୱଜିତ୍ ପଟ୍ଟନାୟକ (ସିଲୁ) ଙ୍କ ପ୍ରତକ୍ଷ୍ୟ ତତ୍ୱାବଧାନରେ ସଂଘର ଏକ ପ୍ରତିନିଧିଦଳ ବିଶ୍ୱରଞ୍ଜନଙ୍କୁ ତାଙ୍କ ନୀଳାଦ୍ରିବିହାରସ୍ଥିତ ବାସଭବନଠାରେ ସାକ୍ଷାତକରି ଉପଢୌକନ, ପୁଷ୍ପଗୁଚ୍ଛ, ପାଠ୍ୟଉପକରଣ, ସଂଘର ସ୍ମରଣିକା ଓ ମିଷ୍ଟାନ୍ନ ପ୍ରଦାନ କରି ସମ୍ବର୍ଦ୍ଧତ କରିବାସହ ଭବିଷ୍ୟତ କାର୍ଯ୍ୟପନ୍ଥା, ସଫଳତାର ରହସ୍ୟ ତଥା ଅନ୍ୟାନ୍ୟ ବିଷୟରେ ଆଲୋଚନା କରିଥିଲେ । ଶ୍ରୀଯୁକ୍ତ ବିଶ୍ୱରଞ୍ଜନଙ୍କୁ ମଧ୍ୟ ଚନ୍ଦ୍ରଶେଖରପୁର ଥାନାର ଭାରାପ୍ରାପ୍ତ ଅଧିକାରୀ ଶ୍ରୀ ବିଶ୍ୱରଞ୍ଜନ ନାୟକ ତଥା ଅନ୍ୟାନ୍ୟ ଅଫିସର ବୃନ୍ଦ ଏହି ଅବସରରେ ସମ୍ବର୍ଦ୍ଧିତ କରିବା ସହ ଆଇନ୍୍ କାନୁନ୍ କ୍ଷେତ୍ରରେ ସମସ୍ତ ଆବଶ୍ୟକ ସହଯୋଗ କରିବାକୁ ପ୍ରତିଶ୍ରୁତି ଦେଇଥିଲେ । ପିତା ବେଣୁଧର ଭୋଳ, ମାତା ମିନତୀ ଭୋଳଙ୍କ ସୁପୁତ୍ର ବିଶ୍ୱରଞ୍ଜନ ଦଶମ ତଥା ଦ୍ୱାଦଶ ଶ୍ରେଣୀରେ ପ୍ରଥମ ୧୦ ଜଣଙ୍କ ମଧ୍ୟରେ ସ୍ଥାନିତ ହୋଇ ଉତୀର୍ଣ୍ଣ ହୋଇଥିବା ବେଳେ ଆଇ.ଆଇ.ଟି ଗୌହାଟିରୁ ମଧ୍ୟ ସଫଳତାର ସହ ଉତୀର୍ଣ୍ଣ ହୋଇଥିଲେ । ବେଙ୍ଗାଲୁର ଠାରେ ଏକ ପ୍ରମୁଖ ଆଇ.ଟି କମ୍ପାନୀରେ ସଫ୍ଟୱାର ଇଂଜିନିୟର ଭାବେ କାର୍ଯ୍ୟ କରୁଥିବାବେଳେ ଜନସେବା ପାଇଁ ମନବଳାଇ ଚାକିରି ଛାଡି ସିଭିଲ୍ ସର୍ଭିସେସ୍ ପାଇଁ ଚେଷ୍ଟା କରିଥିଲେ । ଏହି ଉଦ୍ୟମର ୨ୟ ପ୍ରଚେଷ୍ଟାରେ ଏହି ସଫଳତା ହାସଲ କରି ସେ ସମସ୍ତଙ୍କୁ ଆଜି ଗୌରବନ୍ୱିତ କରିଛନ୍ତି । ବିଶ୍ୱରଞ୍ଜନ ଏହି ସଫଳତାର ଶ୍ରେୟ ନିଜର ପିତାମାତା, ପରିବାରବର୍ଗ, ଶୁଭେଚ୍ଛୁ, ଶିକ୍ଷକ, ଶିକ୍ଷୟତ୍ରୀମାନଙ୍କୁ ଦେବାସହ ଭଗବାନଙ୍କ ଆଶୀର୍ବାଦ ତଥା ଜେଜେବାପା ଶ୍ରୀ ବଂଶୀଧର ଭୋଳ, ଜେଜେମା ଶାରି ଭୋଳଙ୍କ ଆଶିର୍ବାଦର ପାଥେୟ ବୋଲି ଏହି ଅବସରରେ ମତବ୍ୟକ୍ତ କରିଥିଲେ । ସମ୍ବର୍ଦ୍ଧନାର ଉତରରେ ଏହା ତାଙ୍କପାଇଁ ଏକ ସ୍ମରଣୀୟ ମୁହୁର୍ତ ବୋଲି ଅଭିହିତ କରିବା ସହ ସଂଘର ସମସ୍ତ କର୍ମକର୍ତାଙ୍କୁ ଧନ୍ୟବାଦ ପ୍ରଦାନ କରି ନିଜ ର୍ୟାଙ୍କରେ ଉନ୍ନତି ଆଣିବା ପାଇଁ ଆଉଥରେ ଚେଷ୍ଟା କରିବାର ଚିନ୍ତା କରୁଥିବା ମଧ୍ୟ ପ୍ରକାଶ କରିଥିଲେ । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ସାମ୍ବାଦିକ ସୁକାନ୍ତ ରାଉତ, ସଭ୍ୟ ସର୍ବଶ୍ରୀ ପ୍ରକାଶ ଚନ୍ଦ୍ର ସାହୁ, ଗଦାଧର ରଥ, କୁମର ବାରିକ, ବିଷ୍ଣୁ ଦାସ, ଗୋବିନ୍ଦ ବିଶ୍ୱାଳ, ବଟକୃଷ୍ଣ ପଣ୍ଡା, ଅର୍ଜୁନ ଦେହୁରୀ, ମଦନ ମୋହନ ପୃଷ୍ଟି, ଶିଶିର ମହାରଣା ତଥା ନିରଞ୍ଜନ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ସଂଘର ଏହି ଉଦ୍ୟମକୁ ସ୍ଥାନୀୟ ଜନସାଧାରଣ ତଥା ବୁଦ୍ଧିଜୀବି ସାଧୁବାଦ ଜଣାଇଛନ୍ତି ।