ସୂଚନା ଆଇନରେ ବ୍ୟାପକ ସଂଶୋଧନ ଲୋଡ଼ା!
ସୂଚନା ଅଧିକାର ଆଇନ-୨୦୦୫ ରେ ବ୍ୟାପକ ସଂଶୋଧନର ଆବଶ୍ୟକତା ଥିବାବେଳେ ତରବରିଆ ଭାବେ ଏକ ଅନାବଶ୍ୟକ ଆଇନ ପ୍ରଣୟନ ଦେଶବାସୀଙ୍କୁ ଚକିତ କରିଛି । ସୂଚନା ଆଇନରେ ଯାହା ସଂଶୋଧନ ହେବାର କଥା, ସେଥିପ୍ରତି ଗୁରୁତ୍ୱ ଦିଆଯାଇନାହିଁ । କେବଳ ସୂଚନା ଆୟୁକ୍ତ ମାନଙ୍କର ଚାକିରି ସତାବଳି ଓ ଦରମା ହାର ପରିବର୍ତନ ଲାଗି ଆଇନରେ ସଂଶୋଧନ ଅଣାଯାଇଛି । ହୁଏତ ଏହି ଆଇନକୁ ସରକାର ନିଜ ସ୍ୱାର୍ଥ ଉଦେ୍ଦଶ୍ୟରେ ବ୍ୟବହାର କରି ପାରନ୍ତି ବୋଲି ବିଭିନ୍ନ ମହଲରେ ଆଶଙ୍କା କରାଯାଉଛି । ବାସ୍ତବରେ ଜନସାଧାରଣ ବା ସୂଚନା କର୍ମୀମାନେ ସୂଚନା ମାଗିବା ଠାରୁ ଆରମ୍ଭ କରି ସୂଚନା ପାଇବା ପର୍ଯ୍ୟନ୍ତ ସରକାରୀ ଅଧିକାରୀଙ୍କ ଅସହଯୋଗ ହେତୁ ବହୁ ହଇରାଣ ହେଉଛନ୍ତି । ତଥାପି ସମସ୍ତେ ସବୁ ସୂଚନା ପାଇ ପାରୁ ନାହାନ୍ତି ବା ସେମାନଙ୍କୁ ବର୍ଷ ବର୍ଷ ଧରି ଅପେକ୍ଷା କରିବାକୁ ପଡ଼ୁଛି । ଏଣୁ ସୂଚନା ଆଇନରେ ବଡ଼ ଧରଣର ସଂଶୋଧନ ପାଇଁ ସାରା ଦେଶବାସୀ ପ୍ରତୀକ୍ଷା କରିଥିଲେ । ମାତ୍ର ସୂଚନା ଆଇନରେ ପ୍ରକୃତ ସଂଶୋଧନ ଆଣିବାକୁ ସରକାର ଆଗ୍ରହ ପ୍ରକାଶ କଲେନାହିଁ । କାହିଁକି? କେହି ଜାଣି ପାରୁନାହାନ୍ତି! ଜଳଜଳ ଦେଖା ଯାଉଛି ଯେ, ସରକାରୀ ଅବହେଳା, ଲମ୍ବା ବିଚାର ପ୍ରକି୍ରୟା ଓ କେତେକ ନ୍ୟସ୍ତସ୍ୱାର୍ଥ ଲୋକଙ୍କର ମନ୍ଦ ଉଦେ୍ଦଶ୍ୟ ଯୋଗୁ ସୂଚନା ଅଧିକାର ଆଇନ-୨୦୦୫ ବିଫଳତା ଦିଗରେ ଗତି କରୁଛି । ଏହି ଆଇନ ଲାଗୁ ହେବା ପରେ ସରକାରୀ ସ୍ତରରେ ଦୁର୍ନୀତି ହ୍ରାସ ପାଇବ, ଅଫିସର ଓ କର୍ମଚାରୀଙ୍କ ମନମୁଖୀ କାର୍ଯ୍ୟ ନିୟନ୍ତ୍ରଣ ହେବ ତଥା ଉନ୍ନୟନମୂଳକ କାର୍ଯ୍ୟର ସଫଳ ରୂପାୟନ ହେବ ବୋଲି ଆଶା କରାଯାଉଥିଲା । ମାତ୍ର ଏହି ଆଶା କ୍ରମେ ମଉଳି ଯିବାରେ ଲାଗିଛି । ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥାର ସୁଦୃଢ଼ୀକରଣ ଓ ପ୍ରଜା ଶାସନଗତ ସ୍ୱଚ୍ଛତା ପାଇଁ କାର୍ଯ୍ୟକାରୀ ଏହି ଐତିହାସିକ ଆଇନର ଭବିଷ୍ୟତ ଏବେ ଅନ୍ଧକାର ଭିତରେ ହଜିଯିବାକୁ ବସିଛି । ଏହି ଆଇନର ସଠିକ୍ କାର୍ଯ୍ୟକାରୀତାକୁ ନେଇ ସରକାରୀ କଳ ଓ ସୂଚନା ଅଧିକାର କର୍ମୀଙ୍କ ମଧ୍ୟରେ ଶୀତଳ ଯୁଦ୍ଧ ଚାଲିଛି । ବାସ୍ତବତା ହେଲା, ସରକାରୀ କଳରେ ମନମୁଖୀ ଶାସନ, ଦୁର୍ନୀତି ଓ ଅନିୟମିତତାରେ ଏହି ଆଇନ ବାଦ ସାଜୁଥିବାରୁ ଶାସନ ସଚିବଙ୍କ ଠାରୁ ଆରମ୍ଭ କରି କିରାଣୀଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ମନରେ ଭୟ ଓ ଆଶଙ୍କାର ଝଡ଼ ସୃଷ୍ଟି ହେଉଛି । ସରକାରୀ ସ୍ତରରେ ଦୁର୍ନୀତି ଓ ବେନିୟମ କାମର ସୂଚନା ଯଦିଓ ସାଧାରଣ ପ୍ରଜାଙ୍କ ହାତକୁ ଚାଲିଯାଏ, ହୁଏତ ସରକାରଙ୍କ ଅସଲି ମୁଖା ଲୋକଲୋଚନକୁ ଆସିଯିବା ନିଶ୍ଚିତ ବୋଲି ସେମାନେ ଭାବୁଛନ୍ତି । ସାଧାରଣ ପ୍ରଜାଙ୍କ କଲ୍ୟାଣ ପାଇଁ କାର୍ଯ୍ୟକାରୀ ହୋଇଥିବା ଏହି ଆଇନ ସରକାରୀ ଅଧିକାରୀ ଓ କର୍ମଚାରୀଙ୍କ ପାଇଁ ଅତିରିକ୍ତ ବୋଝ ହୋଇଥିବା ହୁଏତ ସେମାନେ ଭାବୁଛନ୍ତି । କିନ୍ତୁ ଏହା ଯେ ଗଣତନ୍ତ୍ର ଶାସନର ପ୍ରମୁଖ ଅଙ୍ଗ ପାଲଟି ଯାଇଛି ଓ ଏହି ଆଇନ ବଳରେ ପ୍ରଜା କେବଳ ସୂଚନା ପାଇବେନି, ବରଂ ପରୋକ୍ଷରେ ସରକାରୀ କଳକୁ ସକ୍ରିୟ, ଦୁର୍ନୀତିମୁକ୍ତ ଓ ନିୟନ୍ତ୍ରଣ କରିବେ, ଏହା ସୂଚନା ଆଇନ ନିର୍ମାତା ମାନଙ୍କର ମୂଳ ଉଦେ୍ଦଶ୍ୟ ହୋଇଥିଲେ ହେଁ ସରକାରୀ ବାବୁ ମାନେ ଏଯାଏ ଏହି ରହସ୍ୟ ବୁଝି ବି ବୁଝି ପାରୁନାହାନ୍ତି । ଓଡ଼ିଶା ରାଜ୍ୟ ସଚିବାଳୟ ଓ ନିଦେ୍ର୍ଦଶାଳୟରେ ଏହି ଆଇନ୍ର କୌଣସି ପ୍ରଭାବ ଥିବା ଦେଖା ଯାଉନାହିଁ । ଗତ ୧୪ବର୍ଷ ଭିତରେ ରାଜ୍ୟ ସରକାରଙ୍କର କୌଣସି ଗୋଟିଏ ବିଭାଗ ବି ସୂଚନା ପ୍ରଦାନ ପାଇଁ ସ୍ୱଚ୍ଛତା ଓ ସକ୍ରିୟତା ପ୍ରଦର୍ଶନ କରିନାହିଁ । ତଥାପି ସାଧାରଣ ପ୍ରଜା ସୂଚନା ଆଇନ ମାଧ୍ୟମରେ ସରକାରୀ କଳକୁ ଯେଭଳି ବିଭିନ୍ନ ଦିଗରୁ ଆକ୍ରମଣ କରି ଚାଲିଛନ୍ତି, ଖୁବ୍ ଶୀଘ୍ର ଦେଶରେ ସୁସ୍ଥ ଗଣତନ୍ତ୍ର ପ୍ରତିଷ୍ଠା ହେବାର ସବୁଜ ସଙ୍କେତ ମିଳୁଛି ।
ଏହି ଐତିହାସିକ ଆଇନ ସଂପର୍କରେ ସରକାରୀ ସ୍ତରରେ ଉପଯୁକ୍ତ ସଚେତନତା ସୃଷ୍ଟି ହୋଇନାହିଁ । ସାଧାରଣ ଲୋକେ ସୂଚନା ଆଇନ ସଂପର୍କରେ ଯେଭଳି ସଚେତନ ଓ ସକି୍ରୟ ହୋଇଛନ୍ତି, ପ୍ରଶାସନ ତନ୍ତ୍ରରେ ସେଭଳି କିଛି ତତ୍ପରତା ଦେଖା ଯାଉନାହିଁ । ସୂଚନା ଅଧିକାର ଆଇନ ସଠିକ୍ କାର୍ଯ୍ୟକାରୀତାରେ ଜନସୂଚନା ଅଧିକାରୀ, ପ୍ରଥମ ଅପିଲ୍ କର୍ତୂପକ୍ଷ ଏବଂ ସୂଚନା ଆୟୁକ୍ତଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ହେଲେ ଅଧିକାଂଶ ଜନସୂଚନା ଅଧିକାରୀ ଓ ପ୍ରଥମ ଅପିଲ୍ କର୍ତୂପକ୍ଷ ସୂଚନା ଆଇନ ବାବଦରେ ଅଧିକ ସଚେତନ ନୁହଁନ୍ତି । ସେମାନଙ୍କୁ ନିଯୁକ୍ତି ପୂର୍ବରୁ ଏ ସଂପର୍କରେ ଆବଶ୍ୟକୀୟ ତାଲିମ୍ ଦିଆଯିବା ଉଚିତ । ସଂପୃକ୍ତ ଜନସୂଚନା ଅଧିକାରୀ ଓ କର୍ମଚାରୀ ସୂଚନା ପ୍ରଦାନରେ ଅବହେଳା କରୁଥିଲେ ହେଁ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ । ସୂଚନା ଆଇନ ଅନୁଯାୟୀ ଆବେଦନକାରୀଙ୍କୁ ୧ମାସ ମଧ୍ୟରେ ସୂଚନା ପ୍ରଦାନ କରାଯିବା ଉଚିତ । ଏଥିରେ ଖିଲାପ କରିଥିବା ଅଧିକାରୀ ଓ କର୍ମଚାରୀଙ୍କୁ ଦଣ୍ଡ ଦିଆଯିବା ଉଚିତ । ସାଧାରଣ ଲୋକଟି ଠିକ୍ ସମୟରେ ସୂଚନା ନପାଇ କମିସନ୍ଙ୍କ କୋର୍ଟରେ କେଶ୍ ଦାୟର କଲେ, ପ୍ରାୟ ୨/୩ ବର୍ଷ ପରେ ଉକ୍ତ କେଶ୍ର ଶୁଣାଣୀ ଆରମ୍ଭ ହେଉଛି । ଏହି ବିଳମ୍ବ ଜନିତ କାରଣରୁ ସୂଚନା ନପାଇ ହଇରାଣ ହେଉଥିବା ସାଧାରଣ ଲୋକେ କମିସନ୍ କୋର୍ଟ ଯିବାକୁ ଚାହୁଁ ନାହାଁନ୍ତି ଓ ନିଜ ଭାଗ୍ୟକୁ ଆଦରି ଚୂପ୍ ରହୁଛନ୍ତି । ଏହା ଛଡ଼ା ଏଥିରେ ପ୍ରତିବାଦୀଙ୍କ ପାଇଁ ଆର୍ଥିକ କ୍ଷତି ପୂରଣର ବ୍ୟବସ୍ଥା ନାହିଁ । ସାଧାରଣ ପ୍ରଜାଟି ସରକାରଙ୍କ ଠାରୁ ନିଜର ଅଧିକାର ସ୍ୱରୂପ ସୂଚନାଟି ପାଇବା ପାଇଁ କାହିଁକି ବର୍ଷ ବର୍ଷ ଧରି ଅପେକ୍ଷା କରିବ?…ସେ ଏତେ ଅର୍ଥ ଓ ସମୟ ପାଇବ କେଉଁଠୁ?…ଅନ୍ୟପକ୍ଷରେ ଶୁଣାଣୀ ପାଇଁ କମିସନ୍ଙ୍କ କୋର୍ଟରେ ପହଂଚିବାକୁ ଅଧିକାରୀ ଓ କର୍ମଚାରୀଙ୍କୁ ସରକାରୀ ରାଜକୋଷରୁ ଗସ୍ତଖର୍ଚ୍ଚ ଦିଆଯାଉଛି । ବରଂ ସେହିଦିନଟି ତାଙ୍କର ଛୁଟିଦିନ ଭାବେ ଗ୍ରହଣ କରାଯିବା ଉଚିତ । ତାଙ୍କ ବିରୁଦ୍ଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ହେବା ସହ ତାଙ୍କ ସର୍ଭିସ ବୁକ୍ ଓ ସିସିଆରରେ ଦଣ୍ଡ ସଂପର୍କରେ ଲେଖାଯିବା ଉଚିତ ।
ଏହି ଗୁରୁତ୍ୱପୂର୍ଣ୍ଣ ଆଇନର ସଫଳତା ପାଇଁ ରାଜ୍ୟ ମୁଖ୍ୟ ଶାସନ ସଚିବ, ରାଜ୍ୟ ମୁଖ୍ୟ ସୂଚନା କମିସନ୍, ପ୍ରଥମ ଅପିଲ୍ କର୍ତୂପକ୍ଷ ଓ ସୂଚନା ଅଧିକାର କର୍ମୀଙ୍କ ସ୍ୱଚ୍ଛତା-ଆନ୍ତରିକତାର ଆବଶ୍ୟକତା ରହିଛି । ଆଶ୍ଚର୍ଯ୍ୟର କଥା ଯେ, ସ୍ୱଂୟ ମୁଖ୍ୟମନ୍ତ୍ରୀଙ୍କ ସଚିବାଳୟ (ଦପ୍ତର) ପ୍ରତ୍ୟକ୍ଷ ଭାବେ ସୂଚନା ଅଧିକାର ଆଇନ ପରିସରଭୁକ୍ତ ହୋଇନାହିଁ । ସେହିପରି ରାଜନୈତିକ ଦଳ, ରାଜ୍ୟରେ କାର୍ଯ୍ୟରତ ଖଣି ଓ ଶିଳ୍ପ ସଂସ୍ଥା, ଘରୋଇ ପରିଚାଳିତ ସ୍ୱାସ୍ଥ୍ୟାନୁଷ୍ଠାନ ଓ ଶିକ୍ଷାନୁଷ୍ଠାନ ଆଦିଙ୍କୁ ଏହି ଆଇନ ପରିସରଭୁକ୍ତ କରା ଯାଇନାହିଁ । ଅନ୍ୟପକ୍ଷରେ ସୂଚନା କର୍ମୀ ନାଁରେ କେତେକ ନ୍ୟସ୍ତସ୍ୱାର୍ଥ ବ୍ୟକ୍ତିଙ୍କ କାର୍ଯ୍ୟକଳାପକୁ ନେଇ ବିଭିନ୍ନ ମହଲରେ ସନେ୍ଦହ ସୃଷ୍ଟି ହେଲାଣି । ସେମାନଙ୍କ ଉଦେ୍ଦଶ୍ୟ ଓ କାର୍ଯ୍ୟକୁ ସମୀକ୍ଷା କରାଯିବା ଉଚିତ ବୋଲି ଦାବି ଉଠିଲାଣିି । ସେମାନେ କେଉଁ ତଥ୍ୟ ମାଗୁଛନ୍ତି ଓ ତାହା କାହା ଉପକାରରେ ଲାଗୁଛି, ତାହାର ତଦାରଖ ଆବଶ୍ୟକ ହୋଇ ପଡ଼ିଲାଣି । ସାଧାରଣ ମଣିଷ ଓ ଦେଶର ସ୍ୱାର୍ଥ ସାଧନ ପାଇଁ ଏହି ଆଇନ କାର୍ଯ୍ୟକାରୀ ହୋଇଛି । କେତେକ ଆବେଦନକାରୀ ଗୋଟିଏ ଆବେଦନପତ୍ରରେ କୌଣସି ଅଫିସ୍ ବା ସଚିବାଳୟର କୌଣସି ବିଭାଗକୁ ଏତେ ପରିମାଣରେ ସୂଚନା ମାଗୁଛନ୍ତି ଯେ, ତାହା ସେହି ଅଫିସ୍ର ସମସ୍ତ ଫାଇଲ୍ ସହ ସଂପୃକ୍ତ ଓ ସେହି ସୂଚନା ପ୍ରସ୍ତୁତି ପାଇଁ ମାସମାସ ସମୟ ଲାଗିଯିବ । ବେଳେବେଳେ କିଛି ସ୍ୱାର୍ଥପର ଲୋକେ ଅତ୍ୟଧିକ ମାତ୍ରାରେ ଆକ୍ରମଣାତ୍ମକ ହୋଇ ପଡ଼ୁଥିବା ଓ ଏହି ଆଇନ ସେମାନଙ୍କ ଦ୍ୱାରା ମାରାତ୍ମକ ରାଷ୍ଟ୍ରବିରୋଧୀ ଅସ୍ତ୍ର ଭାବେ ବ୍ୟବହୃତ ହେଉଥିବା ଦେଖାଯାଉଛି । ଯେହେତୁ ଏହି ଲୋକମାନେ ସମାଜର ଉନ୍ନତି ପାଇଁ ନେଉଥିବା ତଥ୍ୟକୁ ଠିକ୍ ବାଟରେ ବ୍ୟବହାର କରୁ ନାହାଁନ୍ତି ବା ସେମାନଙ୍କର ସମାଜ ପ୍ରତି କୌଣସି ଅବଦାନ ରହୁନାହିଁ । ମୋଟ ଉପରେ ରାଜ୍ୟ ସରକାର ଏହି ଆଇନକୁ ଡ଼ରୁଛନ୍ତି ଓ ଉଲଂଘନ କରୁଛନ୍ତି । ସୂଚନା କମିସନର ମାନେ ପ୍ରାୟତଃ ଅବସରପ୍ରାପ୍ତ ସରକାରୀ ଅଧିକାରୀ । ପ୍ରଜା ଓ ସରକାରୀ କଳ ମଧ୍ୟରେ ବିବାଦର ବିଚାର ତାଙ୍କ ଦ୍ୱାରା କେତେ ସ୍ୱଚ୍ଛ, ନିର୍ମଳ ଓ ନିରପେକ୍ଷ ହେବ, ତାହା ଅନୁମାନ କରାଯାଇ ପାରେ । ଏଣୁ ଏଇ ଆଇନ ସଫଳ ହେବାକୁ ରାଜ୍ୟ ସରକାରୀ କଳ ସଚେତନ ହେବା ସହିତ ଅବସର ପ୍ରାପ୍ତ ହାଇକୋର୍ଟ ବିଚାର ପତିମାନଙ୍କୁ କମିସନ ପଦବୀରେ ନିଯୁକ୍ତିି ଦିଆଯିବା ଉଚିତ ବୋଲି ବିଭିନ୍ନ ମହଲରେ ମତ ପ୍ରକାଶ ପାଉଛି । ଯଦି ବାସ୍ତବରେ ଆମ ରାଜ୍ୟକୁ ଦୁର୍ନୀତିମୁକ୍ତ ଓ ଶାସନକୁ ସ୍ୱଚ୍ଛ-ନିର୍ମଳ କରିବାକୁ ସମସ୍ତେ ଚାହୁଁଛନ୍ତି, ତେବେ ସୂଚନା ଅଧିକାର ଆଇନ-୨୦୦୫କୁ ସଂଶୋଧନ କରାଯାଇ ସଠିକ୍ ଭାବେ କାର୍ଯ୍ୟକାରୀ କରାଯିବାର ଆବଶ୍ୟକତା ରହିଛି । ଶରତ କୁମାର ରାଉତ
buy priligy cheap A dose response effect between BMI and breast cancer specific mortality has also been reported 9
A combination sumatriptan and naproxen tablet is indicated for the treatment of migraines with or without auras in patients 12 years of age and older priligy review CoolAchieve Co
Two attacks of mild vaginal bleeding were reported on days five and nine cost cheap cytotec without rx
FILE The logo of the International Monetary Fund is visible on their building, Monday, April 5, 2021, in Washington can i get cheap cytotec price
online antibiotics for sinus infection 2003 Mar 27 Updated 2014 Jan 2