ସ୍ୱାସ୍ଥ୍ୟ କ୍ଷେତ୍ରରେ ଆଉ ଏକ ମାଇଲଖୁଂଟ: ବନ୍ଦର ଚିକିତ୍ସାଳୟରେ ପ୍ରତିଷ୍ଠା ହେଲା ସ୍ଥାନାନ୍ତରୀୟ ଏକ୍ସରେ ଓ ଅନ୍ୟାନ୍ୟ ଉପକରଣ

 ବନ୍ଦର ଚିକିତ୍ସାଳୟରେ ପ୍ରତିଷ୍ଠା ହେଲା ସ୍ଥାନାନ୍ତରୀୟ ଏକ୍ସରେ ଓ ଅନ୍ୟାନ୍ୟ ଉପକରଣ!

ପାରାଦ୍ୱୀପ, (ଆଇଏନ୍ଏସ୍): ପାରାଦ୍ୱୀପ ବନ୍ଦର ବ୍ୟବସାୟ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିଚାଲିଥିବା ବେଳେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଏକ ବରିଳ ମାଇଲଖୁଂଟ ସ୍ଥାପନ କରିପାରିଛି । ଏତଦବ୍ୟତୀତ ବନ୍ଦର କର୍ମଚାରୀ ଓ ଅଂଚଳବାସୀଙ୍କ ଉନ୍ନତ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ବହୁବିଧ ପଦକ୍ଷେପମାନ ଗ୍ରହଣ କରିଛି । ସଂପ୍ରତି କୋଭିଡ-୧୯ ମହାମାରୀ ସଂକ୍ରମଣ ନିୟନ୍ତ୍ରଣ କ୍ଷେତ୍ରରେ ବନ୍ଦର ଚିକିତ୍ସାଳୟର ଗୁରୁତ୍ୱପୂର୍ଣ୍ଣ ଭୂମୀକା ରହିଛି । ଏ ପରିପେକ୍ଷ୍ରୀରେ ବନ୍ଦର ପ୍ରଶାସନ ପକ୍ଷରୁ ବନ୍ଦର ଚିକିତ୍ସାଳୟରେ ଏକ ସ୍ଥାନାନ୍ତରୀୟ (ପୋର୍ଟେବୁଲ) ଏକ୍ସରେ ମେସିନ ଓ ଜୀବନରସାୟନ ସ୍ୱଂୟ ବିଶ୍ଲେଷଣ (ବାୟୋକେମେଷ୍ଟ୍ରି ଅଟୋ ଆନାଲାଇଜର) ଉପକରଣ ପ୍ରତିଷ୍ଠା କରାଯାଇଛି । ଏହି ଉପକରଣ ପ୍ରତିଷ୍ଠା ଅବସରରେ ସୋମବାର ଦିନ ଚିକିତ୍ସାଳୟ ପରିସରରେ ଆୟୋଜିତ ଏକ ନିରଡାମ୍ବର ଉଦଘାଟନୀ କାର୍ଯ୍ୟକ୍ରମରେ ପାରାଦ୍ୱୀପ ବନ୍ଦର ଅଧ୍ୟକ୍ଷ ରିଙ୍କେଶ ରଏ ଯୋଗଦେଇ ଏହି ଦୁଇ ଉପକରଣକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ବନ୍ଦର ଉପାଧ୍ୟକ୍ଷ ଆଶିଷ କୁମାର ବୋଷ, ମୁଖ୍ୟ ଚିକିତ୍ସାଧିକାରୀ ଡା. ପ୍ରହଲ୍ଲାଦ ଚନ୍ଦ୍ର ପଣ୍ଡା, ଉପମୁଖ୍ୟଯନ୍ତ୍ରୀ ହିମାଂଶୁ ଶେଖର ରାଉତ ପ୍ରମୁଖ ଉପସ୍ଥିତ ଥିଲେ । ତେବେ ନୂତନଭାବେ ପ୍ରତିଷ୍ଠିତ ଏହି ଦୁଇ ଉପକରଣ ଚିକିତ୍ସାଳୟକୁ ଆସୁଥିବା ରୋଗୀ ମାନଙ୍କ ପାଇଁ ବେଶ ଉପାଦେୟ ହେବ ବୋଲି ଅଧ୍ୟକ୍ଷ ଶ୍ରୀ ରଏ ସୂଚନା ଦେଇଥିଲେ । ତେବେ ସ୍ୱାସ୍ଥ୍ୟ ଓ ଅନ୍ୟ ଜରୁରୀ କାଳିନ ପରିସ୍ଥିତିରେ ପୂର୍ବରୁ ଥିବା ଉପକରଣ ଖରାପ ହେଲେ, ଲୋକମାନଙ୍କ ରକ୍ତ ପରିକ୍ଷା ଓ ଏକ୍ସରେ ସମ୍ଭବ ହୋଇପାରିବ । ପୂର୍ବରୁ ଏକ୍ସରେ ପାଇଁ ରୋଗୀମାନଙ୍କୁ ଏକ୍ସରେ ମେସିନ ପାଖକୁ ଯିବାକୁ ପଡୁଥିଲା । କିନ୍ତୁ ସ୍ଥାନାନ୍ତରୀୟ ଏକ୍ସରେ ଉପକରଣ ସାହାର୍ଯ୍ୟରେ ଶଯ୍ୟା ନିକଟରେ ରୋଗୀ ମାନଙ୍କର ଏକ୍ସରେ ସମ୍ଭବ ସମେତ ଚିକିସôାଳୟ ଓ ଚିକିସôା ଉନ୍ନୟନ କ୍ଷେତ୍ରରେ ବନ୍ଦର ଅଧ୍ୟକ୍ଷ ଶ୍ରୀ ରଏ ଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଏହି ଉଦ୍ଘାଟନୀ କାର୍ଯ୍ୟକ୍ରମ ଅବସରରେ ବନ୍ଦର ଅଧ୍ୟକ୍ଷ ସଂପ୍ରତି କୋଭିଡ୍-୧୯ ସଂକ୍ରମଣ ପରିପ୍ରେକ୍ଷୀରେ ଚିକିତ୍ସାଳୟର ସମସ୍ତ ଡାକ୍ତର, ନର୍ସ ଓ ସ୍ୱାସ୍ଥ୍ୟ କର୍ମୀଙ୍କ ସମେତ ମୁଖ୍ୟ ଚିକିସôାଧିକାରୀ ଶ୍ରୀ ପଣ୍ଡାଙ୍କ ନିଷ୍ଠାପର ଓ ଉସôର୍ଗୀକୃତ ସେବା କାର୍ଯ୍ୟ ପାଇଁ ବେଶ୍ ପ୍ରଶଂସା କରିଥିଲେ ।

Leave a Reply

Your email address will not be published.