୨୯ ଡିସେମ୍ବରରୁ ଟିଭିଦେଖିବା ମହଙ୍ଗା ହେବ
କେବଲ ଟିଭିରେ ଦର୍ଶକ ଏଣିକି ନିଜ ଇଛାନୁସାରେ ଚାନେଲ ଦେଖବପାରିବେ । ଆସନ୍ତା ଡିସେମ୍ବର ୨୯ ତାରିଖରୁ ଏଇ ନୂଆ ନିୟମ କାର୍ଯ୍ୟକାରି ହେବ । ନ୍ୟୁନତମ ମୂଲ୍ୟ ହେବ ଏକଶହ ଟଙ୍କା । ୧୦୦ ଟି ଫ୍ରି ଟୁ ଏ୍ରାର ଚାନେଳ ଏଇଦାମ ଦେଇ ଦେଖପାରିବ । ଟିକସ ସହ ଏହାର ଦାମ ହେବ ୧୫୪ ଟଙ୍କା । ଏହାପରେ ଯଦି ଗ୍ରାହାକ ଚାହାନ୍ତି, ତେବେ ନିଜ ଇଛାନୁସାରେ ପେ ଚାନେଲ ନେଇ ପାରିବେ । ଯେତେ ଚାନେଲ ଦେଖବବେ ସେଇ ଅନୁସାରେ ଦାମ ଦେବାକୁ ହେବ । ଅନେକ କହନ୍ତି, ଗାଁ ଗହଳରେ ଅତି କମ ଦାମରେ ଅନେକ ଗୁଡିଏ ଚାନେଲ ଦେଖାଯାଉଛି । ଏହି ନୂତନ ନିୟମ ଫଳରେ ଏଣିକି ସେଠାକାର ଗ୍ରାହାକମାନଙ୍କୁ ଅଧିକ ଦେୟ ଦେବାକୁ ହେବ ।
ଟେଲିକମ ରେଗୁଲେଟରି ଅଥରିଟି ଅଫ ଇଣ୍ଡିଆ ପ୍ରକାଶ କରିଛନ୍ତି, ଦର୍ଶକ ତାର ପସନ୍ଦର ଚାନେଲ ଗୁଡିକ କମ ପଇସା ଦେଇ ଦେଖିପାରିବ ।
ପ୍ରଥମେ ୧୦୦ ଟି ଫ୍ରି ଟୁ ଏୟାର ଚାନେଲ ଗ୍ରାହାକମାନଙ୍କୁ ନେବା ବାଧ୍ୟତାମୂଳକ ହେବ । ସେଥିପାଇଁ ଦେବାକୁ ହେବ ୧୫୪ ଟଙ୍କା । ଏଇ ଫ୍ରି ଚାନେଳ ମଧ୍ୟରେ ରହିଛି ଦୂରଦର୍ଶନର ୩୩ଟି ଚାନେଲ ସେଇପରି ସାତଟି ଭାଗରୁ ପାଇବେ ୫ଟି ବିଭାଗ । ଏହାପରେ ଗ୍ରାହାକଙ୍କୁ ପେ ଚାନେଳ ବାଛିବାକୁ ହେବ । ଏଥପାଇର୍ ଗ୍ରାହାକଙ୍କୁ ସର୍ବାଧିକ ଚାନେଲ ପିଛିା ୧୯ ଟଙ୍କା ଦେବାକୁ ହେବ । ସର୍ବନିମ୍ନ ଦାମ ହେବ ୩୪ ପଇସା । ବିଭିନ୍ନ ଚାନେଲ ସଂସ୍ଥା ସେମାନଙ୍କର ଚାନେଲକୁ ନେଇ ଏକ ପ୍ୟାକେଜ ତିଆରି କରିପାରନ୍ତି । ସେଥିରୁ ଗ୍ରାହାକ ନିଜ ପସନ୍ଦର ଚାନେଲ ବାଛି ପାରିବେ । ଟ୍ରାଇ ପକ୍ଷରୁ ନିୟମ କରାଯାଇଛି, ଚାନେଲ ଗୁଡିକର ଦାମ ଯାହାହେବ ପ୍ୟାକେଜର ଦାମ ତାର ୮୫ଭାଗରୁ କମିପାରିବ ନାହିଁ ।
ଯଦି ଜଣେ ଚାହେଁ, ତେବେ ଫ୍ରି ଚାନେଲ ସହିତ ଗୋଯିଏ ମାତ୍ର ପେ ଚାନେଲ ନେଇ ପାରିବେ । ଥରେ ଚାନେଲର ଦର ଘୋଷଣା ହେଲେ ଅତି କମରେ ଛଅମାସ ଭିତରେ ଏହାର ପରିବର୍ତନ ହୋଇପାରିବ ନାହିଁ ।
ଆସନ୍ତା ଡିସେମ୍ବର ୨୯ ତାରିଖରୁ ଏହି ନୂତନ ନିୟମ ଲାଗୁ ହେବ ।