ଅମଲା- ସରକାର ମୁହାଁମୁହିଁ: କ୍ଷେତ୍ର କର୍ମଚାରୀ ହନ୍ତସନ୍ତ

ଭୁବନେଶ୍ୱର, (ଆଇଏନ୍ଏସ୍): ବିଭାଗୀୟ ମୁଖ୍ୟ ଦପ୍ତରରେ ନିଯୁକ୍ତ ଅମଲାମାନଙ୍କର କ୍ୟାଡର ପୁନର୍ବିନ୍ୟାସ ଦାବି କରି ଅମଲା ଓ ସେକସନ ଅଫିସର ସଂଘ ପକ୍ଷରୁ ଗତମାସ ୧୭ ତାରିଖରୁ ଆନେ୍ଦାଳନ ଚାଲୁରହିଛି । ଗତ ୪ ତାରିଖରେ ମୁଖ୍ୟଶାସନ ସଚିବଙ୍କ ସହିତ ଆଲୋଚନା ବିଫଳ ହେବା ପରେ ମଧ୍ୟ ଅମଲାମାନେ ଆନେ୍ଦାଳନ ଚାଲୁରଖିଛନ୍ତି । ଅମଲାମାନେ ଆନେ୍ଦାଳନ ଚାଲୁରହିବ ବୋଲି ଘୋଷଣା କରିଛନ୍ତି ।
ଅପରପକ୍ଷରେ ସରକାର ଅମଲାମାନଙ୍କର ଦାବି ପୂରଣ କରିବାକୁ ଚାହୁଁ ନାହାନ୍ତି । ଜଣା ଯାଇଛି ଯେ, ଅର୍ଥ ଓ ବିଧିବିଭାଗ ଅମଲାମାନଙ୍କର ଦାବିପୂରଣ ସମ୍ଭବ ନୁହେଁ ବୋଲି କୁଆଡେ ଜଣାଇ ସାରିଲେଣି । ଏବେ କେବଳ ମୁଖ୍ୟମନ୍ତ୍ରୀ ହିଁ ଯାହା କରିବେ ।
ମୁଖ୍ୟ ଦପ୍ତରର ଅମଲା ମାନଙ୍କ ଆନେ୍ଦାଳନ ଯୋଗୁଁ ସାଧାରଣ ଲୋକଙ୍କ ଉପରେ ଏହାର କୌଣସି ପ୍ରଭାବ ପଡିନଥିଲେ ମଧ୍ୟ ବିଭିନ୍ନ ବିଭାଗର କ୍ଷେତ୍ର କର୍ମଚାରୀ ହନ୍ତସନ୍ତ ହେଉଛନ୍ତି । ଏପରିକି ଦଶହରା ମାସର ଦରମା, ଆଡଭାନ୍ସ ଏବଂ ଅନ୍ୟାନ୍ୟ ଭତା ମିଳିବ କି ନାହିଁ ସେ ନେଇ ସନେ୍ଦହ ଦେଖା ଦେଲାଣି । ବିଶେଷକରି ଶିକ୍ଷା, ସ୍ôାସ୍ଥ୍ୟ, କୃଷି, ସମବାୟ ବିଭାଗ ଅଧୀନରେ ଥିବା କ୍ଷେତ୍ର କର୍ମଚାରୀ ମାନେ ହଇରାଣ ହେଉଛନ୍ତି ।ନର୍ସିଂ ନିର୍ଦେଶାଳୟ ଅଧୀନରେ ଥିବା କାଉନିସିଲରେ ଓଡିଶାର ବିଭିନ୍ନ ଜିଲ୍ଲାରୁ ଆସୁଥିବା ନର୍ସମାନେ ସେମାନଙ୍କର କାଉନସିଲ ରେଜିଷ୍ଟ୍ରେଟ୍ରେସନ କରି ନପାରି ଫେରୁଥିବାର ଦେଖାଯାଉଛି ।
ବିଭିନ୍ନ ବିଭାଗର କ୍ଷେତ୍ର କର୍ମଚାରୀଙ୍କ ନନରିଫଣ୍ଡେବଲ ଜିପିଏଫ ମଂଜୁର ନହୋଇ ପଡିରହିଛି । ଯାହାଫଳରେ ସ୍ୱଳ୍ପ ବେତନଭୋଗୀ କର୍ମଚାରୀମାନେ ହଇରାଣ ହେଉଛନ୍ତି । ସେଇପରି ବହୁ ପେନସନ କେସ ମଧ୍ୟ ମଂଜୁର ହୋଇପାରୁ ନାହିଁ ।
ଦୀର୍ଘଦିନ ଧରି ଆନେ୍ଦାଳନ ଚାଲିବା ଫଳରେ ବିଭିନ୍ନ କର୍ମଚାର ସଂଗଠନରେ ମଧ୍ୟ ଫାଟ ଦେଖା ଦେଲାଣି! ଓଏନ୍ଏସ୍/ଆଇଏନ୍ଏସ୍ ।

Leave a Reply

Your email address will not be published.