କାହିଁକି ରାଜନୈତିକ ଆକ୍ରୋଶର ଶିକାର ହେଉଛି କେନ୍ଦ୍ରାପଡ଼ା ଜିଲ୍ଲା?
କେନ୍ଦ୍ରାପଡ଼ା/ପଟ୍ଟାମୁଣ୍ଡାଇ, (ଓଏନ୍ଏସ୍ /ଆଇଏନ୍ଏସ୍): ରାଜ୍ୟ ରାଜନୀତିରେ ପ୍ରମୁଖ ଭୂମିକା ରହିଥିବା କେନ୍ଦ୍ରାପଡ଼ା ଜିଲ୍ଲା ଏବେ ରାଜନୈତିକ ଆକ୍ରୋଶର ଶିକାର ହୋଇ ଚାଲିଛି । ଚିର ଅବହେଳିତ କେନ୍ଦ୍ରାପଡ଼ା ଜିଲ୍ଲାର ଭାଗ୍ୟ ଅନ୍ଧାର ଭିତରେ ହଜି ଯିବାକୁ ବସିଛି । ସବୁ ସରକାରୀ ଯୋଜନା ଫେଲ୍ ମାରିଛି । କୌଣସିଟିର ଲକ୍ଷ୍ୟ ସାଧନ ହୋଇନାହିଁ । ପ୍ରତି ମୁହୂର୍ତରେ ଧ୍ୱଂସ ପାଇ ଚାଲିଛି ଉପକୂଳ ଝାଉଁଜଙ୍ଗଲ । ୧୯୮୦ ରେ ବରୁଣେଇ ନିକଟସ୍ଥ ଜଗରିଜୋର ଠାରେ ସରକାର ଓ ବିଶ୍ୱବ୍ୟାଙ୍କ୍ର ମିଳିତ ସହାୟତାରେ ବିଶାଳ ହେନ୍ତାଳବଣ ଧ୍ୱଂସ କରାଯାଇ ଏକ ନଡ଼ିଆ ଚାଷ ପ୍ରକଳ୍ପ ଆରମ୍ଭ କରାଯାଇଥିଲା । ପୁନଶ୍ଚ ୧୯୯୪ରେ ସେହି ସ୍ଥାନରେ ବିଶ୍ୱବ୍ୟାଙ୍କ୍ ସହାୟତାରେ ବାକି ଥିବା ହେନ୍ତାଳବଣ ଧ୍ୱଂସ କରାଯାଇ ଏକ ଚିଙ୍ଗୁଡ଼ି ପ୍ରକଳ୍ପ ଆରମ୍ଭ କରା ଯାଇଥିଲା । ହେଲେ ଅଳ୍ପ କିଛି ବର୍ଷ ପରେ ଏହି ୨ଟି ପ୍ରକଳ୍ପ ବିଫଳ ହୋଇଥିଲା । ସଂପ୍ରତି ଜିଲ୍ଲାରେ ରାସ୍ତାଘାଟ ସମସ୍ୟା ଗମ୍ଭୀର ରହିଛି । ଆଜି ମଧ୍ୟ ବିଭିନ୍ନ ଗାଁ, ପଂଚାୟତ ଓ ବ୍ଲକ୍ ସଦର ମହକୁମା ମଧ୍ୟରେ ଯୋଗାଯୋଗ ବ୍ୟବସ୍ଥା ବିପର୍ଯ୍ୟସ୍ତ ରହିଛି । ବହୁ ରାସ୍ତା କିଛି ବର୍ଷ ତଳୁ ମରାମତି ହୋଇନାହିଁ । ୧୫ ରୁ ଉଦ୍ଧ୍ୱର୍ ନିର୍ମାଣାଧିନ ନଦୀ ସେତୁ ଦୀର୍ଘ ବର୍ଷ ତଳୁ ଅଧାପନ୍ତରିଆ ଭାବେ ପଡ଼ି ରହିଛି ।
ସମୁଦ୍ର ତଟ୍ଟବର୍ତୀ ଗାଁ ଗୁଡ଼ିକର ଅବସ୍ଥା ଭାରି ସାଂଘାତିକ । ଇତି ମଧ୍ୟରେ ଅନେକ ଗାଁ ବଙ୍ଗୋପସାଗର ଓ ହଂସୁଆ ନଦୀର ମହାପ୍ଲାବନରେ ମିଳେଇ ଯାଇଛି । ସାତଭାୟା ଭଳି କେତେକ ଗାଁ ବଙ୍ଗୋପସାଗରର ପ୍ରକୋପକୁ ସାମ୍ନା କରି ନପାରି କେଉଁ ମୁହୂର୍ତରେ ତାର ମହାପ୍ଲାବନରେ ଲୀନ ହୋଇଯିବ, ଭଗବାନଙ୍କୁ ଜଣା । ଲୁଣା ଘେରିବନ୍ଧ ଦୁର୍ବଳ ଥିବାରୁ ସମୁଦ୍ରରୁ ଲୁଣି ପାଣି ଆସି ଭେଡ଼ା ଭିତରେ ପଶୁଛି ଓ ଫସଲ ହାନୀ ହେଉଛି । ଜଳସେଚନ ବ୍ୟବସ୍ଥା ଜିଲ୍ଲାବାସୀଙ୍କ ପାଇଁ ଯେମିତି ସ୍ୱପ୍ନ । ଲୁଣା ଘେରିବନ୍ଧ ଓ ବନ୍ୟା ଘେରିବନ୍ଧ ନିର୍ମାଣ ବା ମରାମତି ନାଁରେ ରାଜନୀତିକ ପ୍ରୋତ୍ସାହନରେ ଫର୍ଜରୀ ବିଲ୍ କରାଯାଇ ଶହଶହ କୋଟି ଟଙ୍କା ଲୁଟ୍ କରାଯାଉଛି ।
ମହାକାଳପଡ଼ା ଓ ରାଜନଗର ଅଂଚଳରେ ବଙ୍ଗୀୟ ଅନୁପ୍ରବେଶ ସମସ୍ୟା କ୍ରମେ ଉକ୍ରଟ ହେବାରେ ଲାଗିଛି । ସେମାନେ ବହୁ ସମ୍ବେଦନଶୀଳ କାର୍ଯ୍ୟରେ