କେନ୍ଦ୍ରାପଡ଼ାରେ ଜବରଦଖଲ ବଢୁଛି: ପ୍ରଶାସନ ନିରବ
କେନ୍ଦ୍ରାପଡା, (ଆଇଏନ୍ଏସ୍): ଜିଲ୍ଲାର ବିଭିନ୍ନ ସ୍ଥାନରେ ଏବେ ସରକାରୀ ଜାଗାକୁ ଜବର ଦଖଲ ହେବାର ବଢିବାରେ ଲାଗିଛି । ଏଠି ବିଭିନ୍ନ ବିଭାଗର ଜାଗା ଜବରଦଖଲ ହେଉଥିବାବେଳେ ଜିଲ୍ଲା ଜଳସେଚନ ବିଭାଗର ସ୍ଥାନ ସର୍ବାଗ୍ରେ ରହିଛି । ଏହି ବିଭାଗ ଅଧିନସ୍ଥ ଅନେକ ସ୍ଥାନକୁ ଲୋକେ ମାଡିଯାଇ ଗୃହ ନିର୍ମାଣ କରି ନିଜେ ରହିବା ସହିତ ଭଡା ଲଗାଇ ବିଭିନ୍ନ ଓ ବିଭିନ୍ନ ପ୍ରକାର ବ୍ୟବସାୟ ପ୍ରତିଷ୍ଠାନ ଚଳାଇଛନ୍ତି । କେବଳ ସେତିକି ନୁହେଁ ଉକ୍ତ ସ୍ଥାନରେ ମଧ୍ୟ ସେମାନେ ବେଆଇନ୍ କାର୍ଯ୍ୟ ଚଳାଉଥିବାର ଯାଣିବାକୁ ମିଳିଛି । ମିଳିଥିବା ସୂଚନାନୁଯାଇ ସହରର କାକଟଲକ୍ ସ୍ଥିତ ଜଳସଂପଦ ବିଭାଗର ଅନେକ ସ୍ଥାନକୁ କିଛିଲୋକେ ଜବରଦଖଲ ସହ ଗୃହ ନିର୍ମାଣ କରି ବସବାସ କରିବା ସହ ଘରଭଡା ଦେଇ ଏବଂ ବିଭିନ୍ନ ପ୍ରକାରର ବ୍ୟବସାୟ ପ୍ରତିଷ୍ଠାନ ଚଳାଇବା ସହିତ ବେଆଇନ୍ କାରବାରରେ ଲିପ୍ତ ଥିବାର ଜଣାପଡିଛି । ସେହିପରି ଗୋବରୀ ନଦୀ ବନ୍ଧ କଡରେ ମଧ୍ୟ ଅନେକ ସରକାରୀ ଜମି ଜବରଦଖଲରେ ରହିଛି । ଯାହାକି ଗତ ଲଗାଣ ବର୍ଷାରେ କୃତ୍ରିମ ବନ୍ୟା ସୃଷ୍ଟି କରିଥିଲା । ତେବେ ଉକ୍ତ ସରକାରୀ ଜମିକୁ ବେଆଇନ୍ ଭାବେ ଦଖଲ କରିବା ସହିତ ଖାଲୁଆ ସ୍ଥାନରେ ମନ ମୁଖିରେ ଘର କରିବା ଯୋଗୁଁ ବର୍ଷାଜଳ ନିଷ୍କାସନ ନହୋଇ ଉକ୍ତ ସ୍ଥାନ ଜଳମଗ୍ନ ହେଲା । ଏ ସବୁ କାର୍ଯ୍ୟ ଜିଲା ପ୍ରଶାସନ ତଥା ବିଭାଗ ପଦାଧିକାରୀଙ୍କ ଜାଣନ୍ତରେ ହୁଏ ବୋଲି ବୁଦ୍ଧିଜୀବୀଗଣ କୁହନ୍ତି । ତେଣୁ କେବଳ ଏତିକି ନୁହେଁ ଏହିପରି ଜିଲାର ବିଭିନ୍ନ ସ୍ଥାନରେ ଜବର ଦଖଲ ବଢିଚାଲିଛି । ହେଲେ ଉକ୍ତ ଜବରଦଖଲ ଉଛେଦ ସହ ବେଆଇନ ନିର୍ମାଣ ଉପରେ ପ୍ରଶାସନର ନଜର ନାହିଁ । ଆଇଏନ୍ଏସ୍ ।