ଓଡ଼ିଶାରେ ବୈଷୟିକ ଓ ଯନ୍ତ୍ର ବିଜ୍ଞାନର ପ୍ରୟୋଗ ବଢୁଛି!
ଶରତ କୁମାର ରାଉତ
ସଂପ୍ରତି ଭାରତ ସମେତ ବିଶ୍ୱରେ ଆଧୂନିକ ବିଜ୍ଞାନ ଓ ଜ୍ଞାନ କୌଶଳ ତଥା ଶିଳ୍ପ ପ୍ରସାରର ଦ୍ରୂତ ଅଗ୍ରଗତି ହୋଇ ଚାଲିଥିବାରୁ ବୈଷୟିକ ଓ ଯନ୍ତ୍ର ବିଜ୍ଞାନ ପ୍ରୟୋଗର ଆବଶ୍ୟକତା ବଢିଚାଲିଛି । ଏହି କ୍ରମରେ ଓଡ଼ିଶା ଅନ୍ୟ ରାଜ୍ୟଗୁଡ଼ିକ ତୁଳନାରେ ସବୁଠୁ ଆଗରେ ରହିଛି । ଏଠାରେ ଅଭୂତପୂର୍ବ ଶିଳ୍ପ ପ୍ରସାର ହୋଇ ଚାଲିଥିବା ବେଳେ ଆଧୁନିକ ବିଜ୍ଞାନ ଜ୍ଞାାନ କୌଶଳରେ ପ୍ରବୀଣ ମାନଙ୍କର ଆବଶ୍ୟକତା ଅନୁଭୂତ ହେଉଛି । ଯଦ୍ୱାରା କିଛିବର୍ଷ ତଳୁ ଓଡ଼ିଶାରେ ବୈଷୟିକ ଶିକ୍ଷାର ଗୁରୁତ୍ୱ ଆଶାତୀତ ଭାବେ ବୃଦ୍ଧି ପାଇବାରେ ଲାଗିଛି । ଇତିମଧ୍ୟରେ ରାଜ୍ୟରେ ଅନେକ ବୈଷୟିକ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା ହୋଇ ହଜାର ହଜାର ସୁଦକ୍ଷ ଯନ୍ତ୍ରୀ ମାନଙ୍କୁ ସୃଷ୍ଟି କରିବାରେ ସଫଳ ହୋଇଛନ୍ତି । ଦେଶ ବିଦେଶର ବିଭିନ୍ନ ଶିଳ୍ପାନୁଷ୍ଠାନ ଓ କମ୍ପାନୀରେ ଓଡ଼ିଶାର ହଜାର ହଜାର ବିଜ୍ଞାନ ଜ୍ଞାନ କୌଶଳରେ ନିପୁଣ ଯନ୍ତ୍ରୀମାନେ ନିଯୁକ୍ତି ସୁଯୋଗ ପାଇ ମାସିକ ଲକ୍ଷାଧିକ ଟଙ୍କା ରୋଜଗାର କରିବାକୁ ସକ୍ଷମ ହେଉଛନ୍ତି । ଏହାଦ୍ୱାରା ସେହି ଯନ୍ତ୍ରୀ ବା ସେମାନଙ୍କ ପରିବାର ଆର୍ଥିକ ସମ୍ପନ୍ନ ହେବା ସହ ଆମ ରାଜ୍ୟର ମଧ୍ୟ ବିକାଶ ହୋଇ ଚାଲିଛି । ଏହାର ଶ୍ରେୟ ସେହି ଅନୁଷ୍ଠାନ ଓ ରାଜ୍ୟ ସରକାରଙ୍କୁ ଦିଆଯିବା ଉଚିତ । ଓଡ଼ିଶାରେ ଶିକ୍ଷାଦାନ କରୁଥିବା ବୈଷୟିକ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ବିଭିନ୍ନ ପ୍ରକାର ପାଠ୍ୟକ୍ରମର ପ୍ରଚଳନ ଦେଖିବାକୁ ମିଳୁଛି । ସେଥିମଧ୍ୟରୁ କିଛି ଅନ୍ୟ ରାଜ୍ୟ ବା ବିଦେଶରେ ବିରଳ । ଯେଉଁଥିପାଇଁ ଓଡ଼ିଶାରେ ଶିକ୍ଷାଲାଭ କରିଥିବା ବିଭିନ୍ନ ବର୍ଗର ଯନ୍ତ୍ରୀମାନେ ଦେଶ ବିଦେଶରେ ଆଗଧାଡ଼ିର ମାନ୍ୟତା ହାସଲ୍ କରୁଛନ୍ତି । ଏଇ ଦୃଷ୍ଟିରୁ ଆମ ରାଜ୍ୟର ବୈଷୟିକ ଶିକ୍ଷାନୁଷ୍ଠାନ ଓ ଶିକ୍ଷାଦାନ ପ୍ରଣାଳୀ ଉଚ୍ଚକୋଟୀର ବୋଲି ନିଃସନେ୍ଦହ । ଏହି ପରିପ୍ରେକ୍ଷୀରେ ‘ମହାବୀର ଇନ୍ଷ୍ଟିଚୁ୍ୟଟ୍ ଅଫ୍ ଇଞ୍ଜିନିୟରିଂ ଏଣ୍ଡ୍ ଟେକ୍ନୋଲୋଜି’(ଏମ୍ଆଇଇଟି) ବୈଷୟିକ ଶିକ୍ଷାନୁଷ୍ଠାନ ସଂପର୍କରେ ଆଲୋଚନା କରାଯାଇପାରେ । ନବଯୁଗ ଏଜୁକେସନ୍ ଏଣ୍ଡ୍ ଚାରିଟେବୁଲ୍ ଟ୍ରଷ୍ଟ ଦ୍ୱାରା ପରିଚାଳିତ ଏହି ଅନୁଷ୍ଠାନ ଭୁବନେଶ୍ୱର-ଖୋର୍ଦ୍ଧା ଜାତୀୟ ରାଜପଥ କଡ଼ରେ ଏକ ମନୋରମ ପ୍ରାକୃତିକ ପରିବେଶ ମଧ୍ୟରେ ଅବସ୍ଥିତ । ୧୦୨ ଏକର ପରିମିତ ଜମି ଉପରେ ପ୍ରତିଷ୍ଠିତ ଏହି ଶିକ୍ଷାନୁଷ୍ଠାନର ଅତ୍ୟାଧୁନିକ ସୌନ୍ଦର୍ଯ୍ୟ ଅନନ୍ୟ, ଯାହା ଛାତ୍ରଛାତ୍ରୀ ଓ ଅଭିଭାବକ ମାନଙ୍କୁ ଆକୃଷ୍ଟ କରିବା ସ୍ୱାଭାବିକ ।
ସଂପ୍ରତି ଏମ୍ଆଇଇଟିରେ ବିଟେକ୍, ଏମ୍ଟେକ୍, ଏମ୍ବିଏ, ଏମ୍ସିଏ ଆଦି ପାଠ୍ୟକ୍ରମ ରହିଛି । ବିଟେକ୍ରେ ବାୟୋମେଡ଼ିକାଲ୍ ଇଞ୍ଜିନିୟରିଂ, ଇଲୋକ୍ଟ୍ରୋନିକ୍ସ ଆଣ୍ଡ୍ ଟେଲିକମୁ୍ୟନିକେସନ୍ସ ଇଞ୍ଜିନିୟରିଂ, କମ୍ପୁ୍ୟଟର୍ ସାଇନ୍ସ ଆଣ୍ଡ ଇଞ୍ଜିନିୟରିଂ, ଇନ୍ଫରମେସନ୍, ଟେକ୍ନୋଲୋଜି, ଇଲେକ୍ଟ୍ରିକାଲ୍ ଆଣ୍ଡ୍ ଇଲୋକ୍ଟ୍ରୋନିକ୍ସ ଇଞ୍ଜିନିୟରିଂ, ଆପ୍ଲାଏଡ଼୍ ଇଲୋକ୍ଟ୍ରୋନିକ୍ସ ଆଣ୍ଡ୍ ଇନ୍ଷ୍ଟ୍ରୁମେଂଟେସନ୍ ଇଞ୍ଜିନିୟରିଂ ଆଦି ପାଠ୍ୟକ୍ରମ ଉପଲବ୍ଧ । ଏମ୍ଟେକ୍ରେ ଇଲୋକ୍ଟ୍ରୋନିକ୍ସ ଏଣ୍ଡ୍ ଟେଲିକମ୍ ଇଞ୍ଜିନିୟରିଂ, କମ୍ପୁ୍ୟଟର୍ ସାଇନ୍ସ ଆଣ୍ଡ ଇଞ୍ଜିନିୟରିଂ ଭଳି ପାଠ୍ୟକ୍ରମ ରହିଛି । ବିଭିନ୍ନ କମ୍ପାନୀମାନେ ନିଜର ଶିଳ୍ପ କାରଖାନା ପରିଚାଳନା ପାଇଁ ମୁଖ୍ୟତଃ ଏମ୍ବିଏ ଡ଼ିଗ୍ରୀଧାରୀଙ୍କୁ ନିଯୁକ୍ତି ଦେଇଥାନ୍ତି । ଦେଶ ବିଦେଶର କେତେକ ପ୍ରମୁଖ କମ୍ପାନୀ ବିଭିନ୍ନ ସମୟରେ ଏମ୍ଆଇଇଟି ପରିସରକୁ ଆସି ବିଟେକ୍, ଏମ୍ଟେକ୍, ଏମ୍ବିଏ, ଏମ୍ସିଏ ଛାତ୍ରଛାତ୍ରୀଙ୍କୁ କ୍ୟାମ୍ପସ୍ ଓ ଅଫ୍-କ୍ୟାମ୍ପସ୍ ଇଂଟରଭୁ୍ୟରେ ଚୟନ କରି ନିଯୁକ୍ତି ଦେଉଛନ୍ତି । ଏହା ଛାତ୍ରଛାତ୍ରୀ ଓ ଅଭିଭାବକ ମାନଙ୍କୁ ସର୍ବଦା ଉତ୍ସାହିତ କରିଆସୁଛି । ଯଦିଓ କିଛିଦିନ ତଳୁ ସାରା ପୃଥିବୀରେ ଆର୍ଥିକ ମାନ୍ଦାବସ୍ଥା ଯୋଗୁ ବୈଷୟିକ ନିଯୁକ୍ତି କ୍ଷେତ୍ରରେ ସାମାନ୍ୟ ହ୍ରାସ ପାଇଛି, ହେଲେ ଅବସ୍ଥା ଧୀରେଧୀରେ ସୁଧୁରୁଛି ଓ ନିକଟ ଭବିଷ୍ୟତରେ ଏହା ସ୍ୱାଭାବିକ ହେବ ବୋଲି ବିଶ୍ୱର ପ୍ରମୁଖ ଅର୍ଥନୀତିଜ୍ଞ ମାନେ ମତ ଦେଉଛନ୍ତି ।
ସବୁଠୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା, ଏମ୍ଆଇଇଟିର ଶିକ୍ଷାଦାନରେ ନିୟୋଜିତ ଅଭିଜ୍ଞ ତଥା ବରିଷ୍ଠ ଅଧ୍ୟାପକ ମାନଙ୍କ ଦ୍ୱାରା ଶିକ୍ଷାଦାନ ବ୍ୟବସ୍ଥା ଅନ୍ୟ ଶିକ୍ଷାନୁଷ୍ଠାନ ଗୁଡ଼ିକ ଠାରୁ ଭିନ୍ନ ଅଟେ । ଯେଉଁଥିପାଇଁ ଅଭିଭାବକ ମାନେ ନିଜ ପିଲାମାନଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ଏହି ଅନୁଷ୍ଠାନ ସହ ଅନୁବନ୍ଧିତ ହେଉଛନ୍ତି । ଏଠାରେ ଗୁଣାତ୍ମକ ଶିକ୍ଷା ଉପରେ ପ୍ରତ୍ୟକ୍ଷ ଗୁରୁତ୍ୱ ଦିଆଯିବା ସହ ଅଭିଜ୍ଞ ନିଦେ୍ର୍ଦଶକ, ଅଧ୍ୟକ୍ଷ ଓ ଅଧ୍ୟାପକ ମାନଙ୍କ ଦ୍ୱାରା ଶିକ୍ଷାଦାନ କରାଯାଉଛି । ସରକାରୀ ଇଂଜିନିୟରିଂ କଲେଜ ‘ସିଇଟି’ର ପୂର୍ବତନ ପ୍ରଫେସର ଡ଼ଃ ନିରଞ୍ଜନ ସୂତାର ଏମ୍ଆଇଇଟିର ନିଦେ୍ର୍ଦଶକ ଦାୟିତ୍ୱ ନେବା ପରଠାରୁ ଶିକ୍ଷାଦାନ ବ୍ୟବସ୍ଥାରେ ଅନେକ ସଂସ୍କାର ଆଣି ପାରିଛନ୍ତି । ଏଥିପୂର୍ବରୁ ବିପିୟୁଟିର ପୂର୍ବତନ ଭାଇସ୍-ଚାନ୍ସେଲର୍ ତଥା ପ୍ରଥମ ରେଜିଷ୍ଟ୍ରାର ପ୍ରଫେସର୍ ଡ଼ଃ ରତିକାନ୍ତ ମିଶ୍ର ଏମ୍ଆଇଇଟିର ନିଦେ୍ର୍ଦଶକ ଦାୟିତ୍ୱରେ ଥିଲାବେଳେ ଏହି ସଂସ୍ଥାର ସୁନାମ ଶୀର୍ଷ ସୋପାନକୁ ସ୍ପର୍ଶ କରିଥିଲା, ଯାହା ଆଜିଯାଏ ରହି ଆସିଛି । ଏଠାରେ କେତେକ ସୁଦକ୍ଷ ପିଏଚ୍ଡ଼ି ଡ଼ିଗ୍ରୀଧାରୀ ପ୍ରଫେସର ରହିଥିବାବେଳେ କିଛି ପ୍ରବୀଣ ସହକାରୀ ପ୍ରଫେସର୍ ଓ ଏମ୍ଟେକ୍ ଡ଼ିଗ୍ରୀଧାରୀ ରହିଛନ୍ତି । ତେବେ ସରକାରଙ୍କ ଦ୍ୱାରା ପରିଚାଳିତ ଜେଇଇ କାଉନ୍ସେଲିଂ ମାଧ୍ୟମରେ ନାମ ଲେଖାଯାଇଥାଏ ଓ ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ଫିଜ୍ ଆଡ଼୍ମିସନ୍ ପାଇଁ ନିଆଯାଇଥାଏ । ଅନ୍ୟପକ୍ଷରେ ଶିକ୍ଷାନୁଷ୍ଠାନ ପରିସରରେ ଛାତ୍ରଛାତ୍ରୀ ମାନଙ୍କ ପାଇଁ ସମସ୍ତ ପ୍ରକାର ସୁବିଧା-ସୁଯୋଗ ସୃଷ୍ଟି କରାଯାଇଛି । ଅନୁଷ୍ଠାନ ପର୍ଯ୍ୟନ୍ତ ଭୁବନେଶ୍ୱରର ବିଭିନ୍ନ ସ୍ଥାନରୁ ଲକ୍ଜୁରୀ ବସ୍ ସେବା ବ୍ୟବସ୍ଥା ଥିବାବେଳେ ଛାତ୍ର ଓ ଛାତ୍ରୀଙ୍କ ସୁବିଧା ଓ ଦକ୍ଷତା ବୃଦ୍ଧି ପାଇଁ ଅଲଗା ଅଲଗା ହଷ୍ଟେଲ୍, ଦିବାରାତ୍ର ପାଠାଗାର, ଇଂଟରନେଟ୍, ପତ୍ରପତି୍ରକା, ୬୦ହଜାରରୁ ଉଦ୍ଧ୍ୱର୍ ପୁସ୍ତକ ଓ ଅନ୍ତର୍ଜାତୀୟ ଜର୍ଣ୍ଣାଲ ଆଦିର ବ୍ୟବସ୍ଥା ରହିଛି । ଏଥିସହ ଯୋଗ୍ୟ ଛାତ୍ରଛାତ୍ରୀ ମାନଙ୍କୁ ଜାତୀୟକରଣ ବ୍ୟାଙ୍କ୍ ଗୁଡ଼ିକରୁ ଶିକ୍ଷାଋଣ ବ୍ୟବସ୍ଥା, ଜୀବନବୀମା, ପ୍ରତ୍ୟକ୍ଷ ଜ୍ଞାନ ବୃଦ୍ଧି ପାଇଁ ଶିଳ୍ପସଂସ୍ଥା ପରିଭ୍ରମଣ(ସୀମିତ),ଛାତ୍ରଛାତ୍ରୀଙ୍କ ପାଇଁ ବିଭିନ୍ନ କଲ୍ୟାଣ ଯୋଜନା ଭଳି ପ୍ରଚୁର ସୁବିଧା ଏଠାରେ ରହିଛି । ଏହି ଅନୁଷ୍ଠାନର ପାସ୍ହାର ୮୫ରୁ ୯୦ ଶତକଡ଼ା ରହି ଆସୁଥିବାବେଳେ ଅଧିକାଂଶ ଛାତ୍ରଛାତ୍ରୀ ୮.୫ ଏସ୍ଜିପିରୁ ଅଧିକ ରଖୁଛନ୍ତି । ଫଳରେ ଏଠାକାର କ୍ୟାମ୍ପସ୍ ଚୟନ ସନ୍ତୋଷଜନକ ହୋଇପାରୁଛି । ବିଭିନ୍ନ ସମୟରେ ସତ୍ୟମ୍, ଇନ୍ଫୋସିସ୍, ଆଇସିଆଇସିଆଇ, ରିଲାଏନ୍ସ ଇନ୍ଫୋକମ୍, ବିର୍ଲାସଫ୍ଟ, ଏଲ୍ଏଣ୍ଡ୍ ଟି, ମହିନ୍ଦ୍ରା, ମାରୁତି, ବି୍ରଟିସ୍ ଟେଲିକମ୍, ଏଚ୍ସିଏଲ୍, ୱିପ୍ରୋ ଭଳି ପ୍ରମୁଖ କମ୍ପାନୀ ମାନେ ଏହି ଅନୁଷ୍ଠାନର ଛାତ୍ରଛାତ୍ରୀ ମାନଙ୍କୁ ବିଭିନ୍ନ କ୍ୟାମ୍ପସ୍ ଓ ଅଫ୍-କ୍ୟାମ୍ପସ୍ ଇଂଟରଭୁ୍ୟରେ ଚୟନ କରି ନିଯୁକ୍ତି ଦେଉଛନ୍ତି । ମୋଟ ଉପରେ ଅଭିଜ୍ଞ ଅଧ୍ୟାପକ, ଅଧ୍ୟାପନା, ସୁପରିଚାଳନା, ସୁସ୍ଥ ଓ ସୁବିସ୍ତୃତ ପରିବେଶ, ଆକର୍ଷକ ଶ୍ରେଣୀଗୃହ,ଲାବୋରେଟୋରୀ, ଲାଇବ୍ରେରୀ, ଯାତାୟାତ, ଆବାସିକ ବ୍ୟବସ୍ଥା ସହ ପ୍ରଚୁର ନିଯୁକ୍ତି ସୁଯୋଗ ଏହି ଅନୁଷ୍ଠାନର ସ୍ୱତନ୍ତ୍ରତାକୁ ପ୍ରମାଣିତ କରୁଥିବାବେଳେ ଏହା ହିଁ ଅଭିଭାବକ ଓ ଛାତ୍ରଛାତ୍ରୀ ମାନଙ୍କୁ ବେଶ୍ ଆକର୍ଷିତ କରୁଛି ।