ମୁଖ୍ୟ ଦପ୍ତର ଅମଲା ସଂଘ ସଦସ୍ୟ ମାନଙ୍କ ୪୫ ଦିନର ଦରମା ଗଲା!

ଭୁବନେଶ୍ୱର, (ଆଇଏନ୍ଏସ୍): ଚଳିତବର୍ଷ ଅଗଷ୍ଟ ୧୭ ତାରିଖରୁ ସେପ୍ଟେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ମୋଟ ୪୫ ଦିନ ଧର୍ମଘଟ କରି ମୁଖ୍ୟ ଦପ୍ତର ଅମଲା ସଂଘ ଦରମା ହରାଇବା ନିଶ୍ଚିତ । ଏହି ଧର୍ମଘଟ ନିମନ୍ତେ ସରକାରଙ୍କର କାମ ନାହିଁ ତ ଦରମା ନାହିଁ ନୀତି ଲାଗୁ ହେବ । ସୂଚନାଯୋଗ୍ୟ ଯେ, ସଚିବାଳୟ ଅମଲାସଂଘ ଗତ ୧୯୮୧ ମସିହାରେ ୬୨ ଦିନ ଆନେ୍ଦାଳନ କରି ଧର୍ମଘଟ ସମୟର ଦରମା ହରାଇ ଥିଲେ । ସେଇ ନୀତି ଅନୁସାରେ ବିଭାଗୀୟ ମୁଖ୍ୟ ଅମଲା ସଂଘ ଦରମା ହରାଇବା ନିଶ୍ଚିତ ବୋଲି କୁହାଯାଉଛି ।
ତେବେ ରାଜ୍ୟ ସରକାର ବିଭାଗୀୟ ମୁଖ୍ୟ ଅମଲା ସଂଘର ମୁଖ୍ୟଦାବି କନିଷ୍ଠ ଓ ବରିଷ୍ଠ ସହାୟକ ପଦବୀର ମିଶ୍ରଣକୁ ପ୍ରତ୍ୟାଖ୍ୟାନ କରିଦେଇଛନ୍ତି । ଏହା ବଦଳରେ ସେମାନେ ବରିଷ୍ଠ ସହାୟକ ପଦବୀର ନାମ ପରିବର୍ତନ କରାଯାଇ ସହକାରି ସେକସନ ଅଫିସର ହେବ ବୋଲି କୁହାଯାଇଛି । ସମୁଦାୟ ୨୫ଟି ବରିଷ୍ଠ ପ୍ରଶାସନିକ ଅଫିସର ପଦବୀ ସୃଷ୍ଟି ହେବ । ଏତଦବ୍ୟତୀତ ୫୫୦ଟି ଉପବିଭାଗ ଅଧିକାରୀ ପଦବୀକୁ ୬୬୫ଟି କରାଯାଇଛି । ୧୨୫ଟି ସଂସ୍ଥା ଅଧିକାରୀକୁ ୨୩୫ କୁ ବୃଦ୍ଧି କରାଯାଇଛି । ସେଇପରି ୯୬ଟି ବରିଷ୍ଠ ସଂସ୍ଥା ଅଧିକାରୀଙ୍କୁ ୧୦୧ ଟି ପ୍ରଶାସନିକ ଅଧିକାରୀକୁ ଉନ୍ନୀତ କରାଯାଇଥିବା ଜଣା ପଡିଛି । ଏଥିପାଇର୍ କର୍ମଚାରୀ ସଂଘ ସରକାରଙ୍କୁ ଧନ୍ୟବାଦ ଜଣାଇଛି । ଆଇଏନ୍ଏସ୍।

Leave a Reply

Your email address will not be published.