ହୋମିଓ ସହାୟକ ମାନଙ୍କ ମୌଳିକ ସମସ୍ୟା ସମାଧାନ କେବେ?
ଭୁବନେଶ୍ୱର, (ଆଇଏନ୍ଏସ୍): ରାଜ୍ୟରେ କାର୍ଯ୍ୟରତ ସରକାରୀ ହୋମିଓପାଥି ଆସିଷ୍ଟାଂଟ (ହୋମିଓ ସହାୟକ)ଙ୍କ ଦରମା ଅସଂଗତିକୁ ସମାଧାନ କରିବା ପାଇଁ ତକôାଳୀନ ରାଜ୍ୟ ଇଣ୍ଡିଆନ ମେଡିସିନ ଆଣ୍ଡ ହୋମିଓପାଥିକ ନିଦେ୍ର୍ଦଶକ ଏକ ସ୍ୱତନ୍ତ୍ର ଚିଠି (ପତ୍ରସଂଖ୍ୟା ୧୧୦୩୦/ଡିଆଇଏମଏଚ/ତା.୧୯.୦୯.୨୦୦୮ରିଖ)ରେ ସ୍ୱାସ୍ଥ୍ୟ ସଚିବଙ୍କୁ ଲେଖିଥିଲେ । ରାଜ୍ୟରେ ଆୟୁଷ ଗଠନ ପରେ ଆୟୁଷ ନିଦେ୍ର୍ଦଶକ ମଧ୍ୟ ଏମାନଙ୍କର ଦରମା ଅଂସଗତିକୁ ଦୂର କରିବା ପାଇଁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗକୁ ରିଷ୍ଟ୍ରକଚରାଲ ପ୍ରପୋଜାଲ(ପତ୍ର ସଂଖ୍ୟା: ୧୪୨୪୧/ତା. ୨୧.୧୨.୨୦୧୩ରିଖ)ସ୍ୱାସ୍ଥ୍ୟ ବିଭାଗକୁ ପଠାଇଥିଲେ । ସୂଚନାଯୋଗ୍ୟ ଯେ, ହୋମିଓ ସହାୟକଙ୍କ ଚାକିରିର ସର୍ତାବଳୀ(ଜବ ଚାର୍ଟ) ସଂପର୍କରେ୨୦୧୩ ମସିହାରେ ସରକାରୀ ନିଦେ୍ର୍ଦଶନାମା (ନଂ.୧୧୩୭୧/ଏଚ୨୦୧୩)ପ୍ରକାଶିତ ହୋଇଥିଲା । ଏଥିରେ ହୋମିଓପାଥିକ ସହାୟକଙ୍କ କାମ ଏଲୋପାଥିକ ଫାର୍ମାସିଷ୍ଟଙ୍କ କାମ ସହିତ ପ୍ରାୟ ସମାନ ରହିଛି । ସରକାର ସର୍ବଦା କୁହନ୍ତି ସମାନ କାମକୁ ସମାନ ଦରମା । ଅନୁସନ୍ଧାନରୁ ଜଣା ପଡ଼ିଛି ଯେ,୧୯୮୫ ଓଆରଏସପି ରୁଲ ଅନୁଯାୟୀ ଏଲୋପାଥିକ ଫାର୍ମାସିଷ୍ଟଙ୍କ ଦରମା ୮୪୦-୧୩୪୫ ଥିଲାବେଳେ ୧୯୮୯ରେ ୧୨୦୦-୨୦୪୦, ୧୯୯୮ରେ ୪୦୦୦-୧୦୦-୬୦୦୦, ୨୦୦୮ରେ ୫୨୦୦-୨୦୨୦୦ ସହ ଗ୍ରେଡ ପେ ୨୪୦୦ ଥିଲା । ମାତ୍ର ସେହି କ୍ରମାନ୍ୱୟରେ ହୋମିଓ ଆସିଷ୍ଟାଂଟଙ୍କ ଦରମା ୧୯୮୫ରେ ୬୬୫-୧୦୭୫ ଥିଲାବେଳେ ୧୯୮୯ରେ ୮୨୫-୧୨୦୦, ୧୯୮୮ରେ ୨୭୫୦-୭୦-୩୮୦୦-୪୪୦୦, ୨୦୦୮ରେ ୫୨୦୦-୨୦୦୦୦ ସହିତ ଗ୍ରେଡ ପେ’ ୧୮୦୦ ରହିଛି । ତେବେ ଉଭୟ କର୍ମଚାରୀଙ୍କର ସମାନ ଜବ ଚାର୍ଟ ସତ୍ୱେ ସ୍ୱାସ୍ଥ୍ୟ ବିଭାଗର ଏଭଳି ମନମୁଖୀ କାର୍ଯ୍ୟ ହୋମିଓ ସହାୟକଙ୍କ ପ୍ରତି ଚରମ ଅବହେଳା ବୋଲି ଅଭିଯୋଗ ହୋଇଛି । ଓଏନ୍ଏସ୍ କୁ ପ୍ରାପ୍ତ ସୂଚନା ଅନୁଯାୟୀ ସରକାରଙ୍କ ମୋଟ ୫୬୧ଟି ହୋମିଓ ଡିସ୍ପେନ୍ସାରୀ ସହିତ ଭୁବନେଶ୍ୱର, ରାଉରକେଲା, ବ୍ରହ୍ମପୁର, ସମ୍ବଲପୁର ହୋମିଓପାଥିକ ମେଡିିକାଲ କଲେଜକୁ ମିଶାଇ ମଂଜୁରିପ୍ରାପ୍ତ ୫୭୦ଟି ହୋମିଓ ସହାୟକ ପଦ ମଧ୍ୟରୁ ବର୍ତମାନ ସୁଦ୍ଧା ପାଖାପାଖି ୪୭୦ଟି ପଦ ଖାଲି ପଡ଼ିଛି । କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ପ୍ରତିଷ୍ଠାନ ସମେତ ପଶ୍ଚିମବଙ୍ଗ, କେରଳ ଆଦି ରାଜ୍ୟରେ ହୋମିଓ ସହାୟକ ପରିବର୍ତେ ହୋମିଓ ଫାର୍ମାସିଷ୍ଟ ପଦବୀ ରହିଛି । କିନ୍ତୁ ଓଡିଶାରେ ଏମାନଙ୍କୁ ହୋମିଓ ସହାୟକ କୁହାଯାଉଛି । ଅର୍ଥାତ୍ ଏମାନେ ହୋମିଓ ସହାୟକ ପଦରେ ଚାକିରି ଆରମ୍ଭ କରି ସେହି ପଦରେ ଅବସର ଗ୍ରହଣ କରିଥାନ୍ତି । ତେବେ ଦେଶ ସ୍ୱାଧୀନ ହେବା ପରଠାରୁ ହୋମିଓ ସହାୟକଙ୍କ କ୍ୟାଡର କିମ୍ବା ଦରମା ଅଂସଗତ ଦୂର ହୋଇ ନ ପାରିବାକୁ ନେଇ ବୁଦ୍ଧିଜୀବୀ ମହଲରେ ତୀବ୍ର ପ୍ରତିକି୍ରୟା ସୃଷ୍ଟି ହୋଇଛି । ଏହି କର୍ମଚାରୀଙ୍କର ବିଭିନ୍ନ ସମସ୍ୟା ଦୂର କରିବା ଦିଗରେ କାହିଁକି ବିଭାଗୀୟ ସଚିବ ଓ ମନ୍ତ୍ରୀ ପଦକ୍ଷେପ ନେଉ ନାହାନ୍ତି, ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଓଡିଶାର ଜନପ୍ରିୟ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୁ ପଟ୍ଟାୟକଙ୍କ ହସ୍ତକ୍ଷେପ ଫଳରେ ରାଜ୍ୟରେ ୧୯୯୭ ମସିହାରେ ହୋମିଓ ଫାର୍ମାସିଷ୍ଟ ସାର୍ଟିଫିକେଟ ହାସଲ କରିଥିବା ପ୍ରାର୍ଥୀମାନଙ୍କୁ ବିଭିନ୍ନ ସରକାରୀ ହୋମିଓପାଥିକ ଡାକ୍ତରଖାନାରେ ଚାକିରି ମିଳିଥିଲା । କିନ୍ତୁ ଗତ ୨୦ ବର୍ଷ ମଧ୍ୟରେ ହୋମିଓ ସହାୟକ ତାଲିମ ନେଇଥିବା ଶହଶହ ଯୁବକ ଯୁବତୀ ଙ୍କୁ ନିଯୁକ୍ତି ଦିଆ ଯାଇ ନାହିଁ । ଯେଉଁଥିପାଇଁ ସାରା ରାଜ୍ୟରେ ହୋମିଓ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇ ପଡ଼ିଛି । ହୋମିଓ ସେବା ଉପରେ ନିର୍ଭର କାରୁଥିବା ରୋଗୀ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ତେବେ ଯଥାଶୀଘ୍ର ହୋମିଓ ସହାୟକଙ୍କ ବିଭିନ୍ନ ଦାବି ଓ ମୌଳିକ ସମସ୍ୟା ସମାଧାନ ଦିଗରେ ବିଭାଗୀୟ ମନ୍ତ୍ରୀ ଓ ସଚିବ ଉପଯୁକ୍ତ ପଦକ୍ଷେପ ନେବାକୁ ଦାବି ହୋଇଛି ।