ଧର୍ମ, ପରମ୍ପରା, ପୂଜା, ପର୍ବପର୍ବାଣୀ ଆଧାରରେ ଦେଶ ଚାଲିବ କି?

ବାଲେଶ୍ୱର, (ଆଇଏନ୍ଏସ୍) : ବାର ମାସରେ ତେର ବ୍ରତ ଭାରତୀୟ ପରମ୍ପରାରେ ରହିଛି । ବିଶେଷକରି ଗଣେଶ ପୂଜା ଠାରୁ କାଳୀ ପୂଜା ପର୍ଯ୍ୟନ୍ତ ପୂଜା ଋତୁ କହିଲେ ଭୁଲ ହେବନାହିଁ । ଆବାହମାନ କାଳରୁ ପ୍ରଚଳିତ ଏହି ସବୁ ପୂଜା, ପର୍ବ-ପର୍ବାଣୀ ମୂଳରେ ଯାହା ଉଦେ୍ଦଶ୍ୟ ଥାଉନା କାହିଁକି ବର୍ତମାନ ଏହା ଲୋକମାନଙ୍କପାଇଁ ନିର୍ଯ୍ୟାତନା ପାଲଟିଯାଇଛି । କିଛି ବ୍ୟକ୍ତି ଧର୍ମ, ପରମ୍ପରା, ପୂଜା, ପର୍ବପର୍ବାଣୀ ନାମରେ ସଂଖ୍ୟାଧିକ ଲୋକଙ୍କୁ ଏକ ପ୍ରକାର ନିର୍ଯ୍ୟାତନା ଦେଇଚାଲିଛନ୍ତି । ଧାର୍ମିକ ଭୟ ହେଉ କିମ୍ବା ଧର୍ମ, ପରମ୍ପରା, ପୂଜା, ପର୍ବପର୍ବାଣୀ ନାମରେ ସଂଗଠିତ ହୋଇଥିବା କିଛି ବ୍ୟକ୍ତିଙ୍କ ବିରୁଦ୍ଧରେ ଏକ ହୋଇପାରୁନଥିବାରୁ ଜନ ସାଧାରଣ ଏହାର ମୁକାବିଲା /ବିରୋଧ କରିନପାରି ନିର୍ଯ୍ୟାତିତ ହେଉଛନ୍ତି । କେଉଁଠି ପୂଜା ନାମରେ ଚାନ୍ଦା ପାଇଁ ଜୁଲମ ଚାଲିଛି, ତ’ କେଉଁଠି ସର୍ବ ସାଧାରଣ ସ୍ଥାନରେ ଏପରିକି ଯାତାୟତ ପାଇଁ ଉଦ୍ଦିଷ୍ଟ ରାସ୍ତାକୁ ଅବରୋଧ କରାଯାଉଛି । ପୁନଶ୍ଚ ଆଇନକୁ ଅବମାନନା କରି ଦିବାରାତ୍ର ଉଚ୍ଚସ୍ୱରରେ ଡାକବାଜି ଯନ୍ତ୍ରର ବ୍ୟବହାର କରାଯିବା ସହିତ ଭଷାଣି ସମୟରେ ପୋଲିସ ଉପସ୍ଥିତିରେ ନିଷିଦ୍ଧ ଡିଜେ ସାଉଣ୍ଡର ବ୍ୟବହାର ଚାଲିଛି । ପୋଲିସ ସବୁ ଦେଖି ଯେପରି କିଂକର୍ତବ୍ୟ ବିମୁଢ଼ ହୋଇ ରହୁଛି । ଏଥି ନିମନ୍ତେ ଗୋଟିଏ, ଦୁଇଟି ଉଦାହରଣ ଯଥେଷ୍ଟ ହେବ ।
ସୋରର ବିଭିିନ୍ନ ସ୍ଥାନରେ ପୂଜାମଣ୍ଡପ ହୋଥିବା ବେଳେ ନୂଆ ବସ୍ଷ୍ଟାଣ୍ଡ (ଷ୍ଟେସନ ଛକ) ପୂଜା କମିଟିର ଯଦିଓ ନିଜସ୍ୱ ମଣ୍ଡପ ରହିଛି ତାହା ପର୍ଯ୍ୟାପ୍ତ ନୁହେଁ । ତେଣୁ ଏହିକମିଟି ଷଷ୍ଠିପୂଜା ଠାରୁ ରାସ୍ତା ଅବରୋଧ କରିଥିଲା । ରାସ୍ତାର ଗୋଟିଏ ପାଶ୍ୱର୍କୁ ଅବରୋଧ କରିବା ଫଳରେ କେବଳ ଗୋଟିଏ ପାଶ୍ୱର୍ରେ ଯାତାୟତ କରିବା ଫଳରେ ସମସ୍ୟା ଉପୁଜୁଥିବା ଦେଖିବାକୁମିଳିଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା,ନୂଆ ବସ୍ଷ୍ଟାଣ୍ଡ (ଷ୍ଟେସନ ଛକ) ପୂଜା କମିଟି ମେଲୋଡ଼ି କରିବା ପାଇଁ ୧୭ତାରିଖ ସକାଳଠାରୁ ତିନି ଦିନଧରି ଆର.କେ ଷ୍ଟୁଡିଓ ନିକଟରେ ରାସ୍ତାଉପରେ ପେଣ୍ଡାଲ ବାନ୍ଧି ରାସ୍ତାକୁ ସମ୍ପୂର୍ଣ୍ଣ ଭାବରେ ଅବରୋଧ କରିଥିଲା ।
ଠିକ୍ ସେହିପରି ନୂଆ ତିଆରି ହୋଇଥିବା ଓଭରବ୍ରିଜ୍ରେ (ଉତରେଶ୍ୱରର ଯେଉଁଠୁ ବ୍ରିଜ୍ ଆରମ୍ଭ ହୋଇଛି) ଉତରେଶ୍ୱର ପୂଜାକମିଟି ପୂଜା ପେଣ୍ଡାଲ କରିଥଇଲା । ତେଣୁ ବ୍ରିଜରେ ୫୦ ରୁ ୧୦୦ପର୍ଯ୍ୟନ୍ତ ଗାତ ଖୋଳାଯାଇଥିଲା । ଏଥିସହିତ ଏହି କମିଟି ମଧ୍ୟ ମେଲୋଡ଼ି ପାଇଁ ୧୮ତାରିଖ ସକାଳ ପ୍ରାୟ ୧୧ଟା ଠାରୁ ୨୦ତାରିଖ ମଧ୍ୟାହ୍ନ ପର୍ଯ୍ୟନ୍ତ ରାସ୍ତାର ଗୋଟିଏ ପାଶ୍ୱର୍କୁ ଅବରୋଧ କରିଥିଲା ।
ସେହିପରି ବଡ଼ଖୁରୀ ପୁଜାକମିଟି ୨୦ତାରିଖ ରାତିରେ ମେଲୋଡ଼ ପାଇଁ ବଡ଼ଖୁରୀ ଛକ ନିକଟରେ ରାସ୍ତା ଅବରୋଧ କରିଥିଲେ । କେବଳ ଏହି ତିନିଗୋଟି ଘଟଣା ନୁହେଁ ବିଭିନ୍ନ ସମୟରେ ବିଭିନ୍ନ ସ୍ଥାନରେ ରାସ୍ତା ଅବରୋଧ କରାଯାଇ ବିଭିନ୍ନ ପର୍ବ-ପର୍ବାଣୀ କରାଯାଇଥାଏ । ଏହା ଉପରେ କେବେ ବି କୋ÷ଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥାଏ । ଏଥିପାଇଁ କିନ୍ତୁ ଲୋକମାନେ ଯାତାୟତ ପାଇଁ ନାନାଦି ସମସ୍ୟାର ସମ୍ମୁଖୀନ ହେବା ସମସ୍ତେ ଦେଖନ୍ତି । ଯାତାୟତକୁ ସହଜ କରିବା ପାଇଁ ପୋଲିସ ମୁତୟନ ହୋଇଥାଆନ୍ତି କିନ୍ତୁ ରାସ୍ତା ଅବରୋଧ କରି ବେଆଇନଭାବେ କାହିଁକି ପର୍ବପର୍ବାଣୀ ପାଳନ କରାଯାଉଛି ତାହା କେବେବି ପ୍ରଶ୍ନ ଉଠାଇ ନାହାନ୍ତି କିମ୍ବା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନାହାନ୍ତି ।
ରାସ୍ତା ଅବରୋଧ ସମ୍ପର୍କରେ ସୋର ଥାନା ଆଇଆଇସିଙ୍କୁ ଜଣାଇଥିଲେ ମଧ୍ୟ କୋ÷ଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲେ । ତେଣୁ ପ୍ରଶ୍ନ ଉଠୁଛିଯେ, କୋ÷ଣସି ବ୍ୟକ୍ତି ଯଦି ମୋଟର ସାଇକେଲଟିଏ ରାସ୍ତା କଡ଼ରେ ସାମାନ୍ୟ ରାସ୍ତା ଉପରକୁ ରଖିଲା, ପୋଲିସ ସଙ୍ଗେସଙ୍ଗେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆଗେଇ ଆସୁଛି କେଉଁ ଅଧିକାରରେ? ସମ୍ପୂର୍ଣ୍ଣ ରାସ୍ତା ଅବରୋଧ ଉପରେ କାର୍ଯ୍ୟାନୁଷ୍ଠାନ କରିପାରୁ ନଥିବା ପୋଲିସ ବାଇକ୍ ଉପରେ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ, କେଉଁ ଅଧିକାରରେ?
କେବଳ ଏହି ଘଟଣା ନୁହେଁ ଧର୍ମ, ପରମ୍ପରା ନାମରେ ପୁରୀ ଜଗନ୍ନାଥ ମନ୍ଦିର ସମେତ ବହୁ ମନ୍ଦିରରେ ପଣ୍ଡାମାନେ ଲୋକମାନଙ୍କୁ ନିର୍ଯ୍ୟାତନା ଦେଉଛନ୍ତି । ପୁରୀରେ ଲୋକମାନଙ୍କୁ ପର୍ଡାମାନେ ମରି ରକ୍ତାକ୍ତ କରିବାର ବହୁ ନମୂନା ରହିଛି । ଅନ୍ୟାନ୍ୟ କିଛି ମନ୍ଦିରରେ ମଧ୍ୟ ଅନୁରୂପ ଘଟଣା ଦେଖିବାକୁ ମିଳେ । ସବୁଠାରୁ ଗରୁତ୍ୱପୂର୍ଣ୍ଣ ହେଲା, ଧର୍ମ/ପରମ୍ପରା ନାମରେ ମାଦନ୍ରବର ସୁପ୍ରିମ୍କୋର୍ଟଙ୍କ ନିଦେ୍ର୍ଦାକୁ ମଧ୍ୟ ଅମାନ୍ୟ କରାଯାଉଥିବାର ଦେଖିବାକୁ ମିଳିଛି । ପ୍ରଥମତଃ – ପୁରୀ ମନ୍ଦିରରେ ଧାଡ଼ି ଦର୍ଶନକୁ ବିରୋଧ କରି ଲଙ୍କାକାଣ୍ଡ ସୃଷ୍ଟି କରିବା । ଦ୍ୱିତୀୟରେ – ଶାବରୀମାଳା ମନ୍ଦିରକୁ ସବୁ ବର୍ଗର ମହିଳାମାନଙ୍କର ପ୍ରବେଶ କରିବାକୁ ସୁପ୍ରିମ୍କୋର୍ଟ ଦେଇଥିବା ନିଦେ୍ର୍ଦାକୁ ବିରୋଧକରି ମହିଳାମାନଙ୍କୁ ପ୍ରବେଶ କରିବାକୁ ଦିଆ ନଯିବା ଘଟଣାକୁ ଧର୍ମ/ପରମ୍ପରା ନାମରେ ନିର୍ଯ୍ୟାତନା ବୋଲି କହିବା ଭୁଲ ହେବ କାହିକି?
ଯଦି ସୁପ୍ରିମ୍କୋର୍ଟଙ୍କ ନିଦେ୍ର୍ଦଶକୁ ଅବମାନନା ଭଳି ଘଟଣା ଘଟିଚାଲେ ତେବେ ଖୁବ୍ ଶିଘ୍ର ଭାରତର ଆଇନଶୃଙ୍ଖଳା ପରିସ୍ଥିତି କଣ ହେବ ତାହା ଜଳଜଳ ହୋଇ ଦେଖାଯାଉଛି । ଏହା ମଧ୍ୟ ଭିନ୍ନ ଏକ ସୂଚନା ଦେଉଛି । ଭାରତ ଆଇନ୍ ନୁହେଁ ଧର୍ମ ଆଧାରରେ ଚାଲିବ କି? ଏଣୁ ଧର୍ମ, ପରମ୍ପରା, ପୂଜା,ପାର୍ବଣ ନାମରେ ସମସ୍ତ ବେଆଇନ କାର୍ଯ୍ୟ ତଥା କୋର୍ଟଙ୍କ ନିଦେ୍ର୍ଦଶକୁ ଅବମାନନା କରୁଥିବା/ବିରୋଧ କରୁଥିବା ବ୍ୟକ୍ତିମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଜରୁରୀ ।

Leave a Reply

Your email address will not be published.