ରାଜ୍ୟ ଯୁବସାମୁଖ୍ୟ ସମିତି ପକ୍ଷରୁ ଶାନ୍ତି ପଦଯାତ୍ରା
ଭୁବନେଶ୍ୱର, (ଆଇଏନ୍ଏସ୍): ୭୩ ତମ ଜାତିସଂଘ ଦିବସ ଅବସରରେ ରାଜ୍ୟ ଯୁବସାମୁଖ୍ୟ ସମିତି ପକ୍ଷରୁ ଶାନ୍ତି ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । କଳିଙ୍ଗ ହସ୍ପିଟାଲ ଛକଠାରୁ ଏହି ଯାତ୍ରା ବାହାରି ମହାତ୍ମାଗାନ୍ଧୀ ଉଦ୍ୟାନରେ ପହଂଚିବା ପରେ ଜାତିର ଜନକ ବାପୁଜୀଙ୍କ ପ୍ରତିମୂର୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ୧୯୪୫ ମସିହା ଦ୍ୱିତୀୟ ବିଶ୍ୱଯୁଦ୍ଧରେ ଜାପାନର ହୀରୋସିମା ଓ ନାଗାସାକି ନଗର ଉପରେ ନିକ୍ଷେପ ହୋଇଥିବା ପରମାଣୁ ବୋମାର ଭୟାବହତା ଅତ୍ୟନ୍ତ ଭୟଙ୍କର ଥିଲା । ଯାହା ଫଳରେ ଏକଲକ୍ଷ ·ଳିଶ ହଜାର ଲୋକ ମୃତୁ୍ୟବରଣ କରିଥିଲେ ଏବଂ ଅନେକ ବିକଳାଙ୍ଗ ହୋଇ ଯାଇଥିଲେ । ଏହା ପରେ ସାରା ବିଶ୍ୱ ସ୍ତବ୍ଧ ହୋଇ ଯାଇଥିଲା । ବିଶ୍ୱବାସୀଙ୍କ ପାଇଁ ଶାନ୍ତିର ଆବଶ୍ୟକତା ଥିଲା । ତେଣୁ ୧୯୪୫ ମସିହା ଅକ୍ଟୋବର ୨୪ ତାରିଖରେ ଜାତିସଂଘ ଗଠନ କରାଗଲା । ବିଶ୍ୱରେ ଶାନ୍ତି ପ୍ରତିଷ୍ଠା ପାଇଁ ଏହା କାର୍ଯ୍ୟ କରିଆସୁଅଛି । ଏହି ଦିବସଟିକୁ ମନେ ରଖିବା ପାଇଁ ରାଜ୍ୟ ଯୁବସାମୁଖ୍ୟ ସମିତିର ସଂପାଦକ ଅଭୟ ବଡଜେନାଙ୍କ ଆହ୍ୱାନରେ ଶାନ୍ତି ପଦଯାତ୍ରା ଅନୁଷ୍ଠିତ ହୋଇଥିଲା । ଏଥିରେ ବାରଙ୍ଗ ବ୍ଲକ୍ର ପୂର୍ବତନ ଅଧ୍ୟକ୍ଷ ପ୍ରେମାନନ୍ଦ ସାହୁ, ସ୍ତମ୍ବକାର ଶୁଧାଂସୁ ମହାପାତ୍ର, ଏକାମ୍ର ନିର୍ବାଚନ ମଣ୍ଡଳୀର ଶାନ୍ତିକମିଟିର ସଭାପତି ପ୍ରତାପ ଜେନା, ଗିରିଜା ଶଙ୍କର ମହାପାତ୍ର, ବସନ୍ତ କୁମାର ମହାପାତ୍ର, ଆଡ୍ଭୋକେଟ୍ ବାପି ପତି, ଶହୀଦ ରଘୁଦିବାକର ସ୍ମୃତି କମିଟିର ସଂପାଦକ ବ୍ରଜବନ୍ଧୁ ପରିଡା, ସୁକାନ୍ତ ରାଉତ, ଅଜୟ ମଲ୍ଲିକ, ଆନନ୍ଦ ଚନ୍ଦ୍ର ପଟ୍ଟନାୟକ ପ୍ରଭୃତି ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦାନ କରିଥିଲେ । ଆଇଏନ୍ଏସ୍ ।